ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ୱର,୬।୫: ଟିକେଟ୍ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଢେଙ୍କାନାଳ ଲୋକ ସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି। ନିମାପଡା ଟିକେଟ୍ କଟିବା ପରେ ଅସନ୍ତୁଷ୍ଟ ଥିବା ସମୀର ବାରମ୍ବାର ନିଜର ଶକ୍ତି ପ୍ରଦର୍ଶନ କରିଆସୁଥିଲେ। ନିମାପଡା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟ୍ର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛି । ଏହାସହିତ […] The post ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୬।୫: ଟିକେଟ୍ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଢେଙ୍କାନାଳ ଲୋକ ସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି। ନିମାପଡା ଟିକେଟ୍ କଟିବା ପରେ ଅସନ୍ତୁଷ୍ଟ ଥିବା ସମୀର ବାରମ୍ବାର ନିଜର ଶକ୍ତି ପ୍ରଦର୍ଶନ କରିଆସୁଥିଲେ। ନିମାପଡା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟ୍ର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛି । ଏହାସହିତ ଗତ ଦୁଇଦିନ ତଳେ ସମୀରଙ୍କ ସମର୍ଥନରେ ନିମାପ ବିଜେଡିର ଏକ ବୃହତ୍ ଗୋଷ୍ଠୀ ଦଳରୁ ସମୂହ ଇସ୍ତଫା ଦେବାର ଧମକ ମଧ୍ୟ ଦଳକୁ ପ୍ରଭାବିତ କରିନଥିବା ଜଣାପଡିଛି । ସୂଚନାନୁସାରେ, ନିମାପଡା ବିଧାନସଭା ଆସନରୁ ଚଳିତଥର ସମୀରଙ୍କ ବଦଳରେ ଭାଜପାରୁ ଆସିଥିବା ଦିଲ୍ଲୀପ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି ।
ଅନ୍ୟପଟେ, ଦେବଗଡ ରାଣୀ ଅରୁନ୍ଧତୀ କୁମାରୀ ଦେବୀଙ୍କୁ ମଧ୍ୟ ନୂଆ ଦାୟିତ୍ୱ ଦେଇଛି ବିଜେଡି । ଦେବଗଡ ଆସନ ପାଇଁ ଦଳ ତାଙ୍କଠୁ ଟିକେଟ୍ ଫେରାଇଆଣିବା ପରେ ଏବେ ତାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଦାୟିତ୍ୱ ଦିଆଯାଇଛି।
The post ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି appeared first on Dharitri Odia News.