ସମୁଦ୍ର ଭିତରେ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ମୋଦି
ନୂଆଦିଲ୍ଲୀ,୨୮।୫,ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦି। ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ମେ ୩୦ରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଛି। ପ୍ରଚାର ଶେଷ ହେବା ପରେ ମୋଦି ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ବୋଲି ସୂଚନା ମିଳିଛି। ତାମିଲନାଡୁର କନ୍ୟାକୁମାରୀରେ ଠାରେ ଥିବା ସ୍ବାମୀ ବିବେକାନନ୍ଦ ସ୍ମାରକୀରେ ସେ ୪୮ଘଣ୍ଟା ଯାଏଁ ଧ୍ୟାନ କରିବେ। ବିବେକାନନ୍ଦ ରକ ସ୍ମାରକୀଟି ସମୁଦ୍ର ଭିତରେ ରହିଛି। ତେଣୁ ମୋଦି ସମୁଦ୍ର […] The post ସମୁଦ୍ର ଭିତରେ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨୮।୫,ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦି। ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ମେ ୩୦ରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଛି। ପ୍ରଚାର ଶେଷ ହେବା ପରେ ମୋଦି ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ବୋଲି ସୂଚନା ମିଳିଛି।
ତାମିଲନାଡୁର କନ୍ୟାକୁମାରୀରେ ଠାରେ ଥିବା ସ୍ବାମୀ ବିବେକାନନ୍ଦ ସ୍ମାରକୀରେ ସେ ୪୮ଘଣ୍ଟା ଯାଏଁ ଧ୍ୟାନ କରିବେ। ବିବେକାନନ୍ଦ ରକ ସ୍ମାରକୀଟି ସମୁଦ୍ର ଭିତରେ ରହିଛି। ତେଣୁ ମୋଦି ସମୁଦ୍ର ଭିତରକୁ ଯାଇ ଧ୍ୟାନ କରିବେ। ଯେଉଠି ବିବେକାନନ୍ଦ ୩ ଦିନ ଧରି ଧ୍ୟାନରେ ବସିଥିଲେ ସେହି ସ୍ଥାନରେ ହିଁ ମୋଦି ଧ୍ୟାନ କରିବେ। ମେ’ ୩୧ ତାରିଖ ସଂଧ୍ୟାରୁ ଜୁନ ୧ ତାରିଖ ସଂଧ୍ୟା ଯାଏ ମୋଦି ଧ୍ୟାନ କରିବେ।
ସୂଚନା ଅନୁସାରେ, ମୋଦି ଗୁରୁବାର ଅର୍ଥାତ ୩୦ ତାରିଖ ସଂଧ୍ୟାରେ କନ୍ୟାକୁମାରୀରେ ପହଞ୍ଚିବେ। ଉପକୂଳ ଠାରୁ ୫୦୦ ମିଟର ସମୁଦ୍ର ଭିତରେ ଥିବା ସ୍ମାରକୀରେ ମୋଦି ଧ୍ୟାନରେ ବସିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେ ମେ’ ୩୧ ସଂଧ୍ୟାରୁ ଧ୍ୟାନ ଆରମ୍ଭ କରିବେ। ଜୁନ ୧ରେ ସଂଧ୍ୟାରେ ସେ ଧ୍ୟାନରୁ ଉଠି ସିଧା ଦିଲ୍ଲୀ ଆସିବେ।
The post ସମୁଦ୍ର ଭିତରେ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ମୋଦି appeared first on Dharitri Odia News.