ସମୁଦ୍ରରେ ବୁଡିଲା ଯାତ୍ରୀରେ ଭରପୂର ଡଙ୍ଗା । ମୁମ୍ବାଇ ଗେଟ୍ ନିକଟରେ ଅଘଟଣ ।

କନକ ବ୍ୟୁରୋ: ମୁମ୍ବାଇ ଗେଟ୍ ପାଖରେ ବୁଡିଲା ବୋଟ୍ । ଯାତ୍ରୀରେ ପରିପୂର୍ଣ୍ଣ ଏକ ବୋଟ୍ ବୁଧବାର ମୁମ୍ବାଇ ସ୍ଥିତ ଇଣ୍ଡିଆ ଗେଟ୍ ପାଖରେ ବୁଡିଯାଇଛି । ତେବେ ସୂଚନା ମୁତାବକ, ଏହି ବୋଟ୍ ବୁଡିବା ସମୟରେ ଉଦ୍ଧାର କରିବା ପାଇଁ ଅନ୍ୟ ଏକ ଡଙ୍ଗା ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛି । ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି । ତେବେ ଡଙ୍ଗାଟିରେ କେତେ ଯାତ୍ରୀ ରହିଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇପାରିନି । ତେବେ ଡଙ୍ଗାଟି ଗେଟ୍ ଓ୍ୱେ ଅଫ୍ ଇଣ୍ଡିଆରୁ ଏଲିଫେଣ୍ଟୋ ଆଡକୁ ଯାଉଥିଲା ବୋଲି ସୂଚନା ରହିଛି ।  ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଛି। ସେତେବେଳେ ସ୍ୱଚ୍ଛ ପାଗ ଯୋଗୁଁ ବହୁ ସଂଖ୍ୟକ ପର୍ୟ୍ୟଟକ ଇଣ୍ଡିଆ ଗେଟ୍ ପାଖରେ ରହିଥିଲେ । ତେବେ ଡଙ୍ଗାଟି କୂଳ ଛାଡି ପ୍ରାୟ ୫୦ ମିଟର ଭିତରକୁ ଯିବା ମାତ୍ରେ ହଠାତ୍ ଏହି ଅଘଟଣ ଘଟିଗଲା ଏବଂ ଏହା ବୁଡ଼ିବାକୁ ଲାଗିଲା ।  Passenger boat overturned at Gateway.A speeding Navy Boat rammed into a passenger boat at Mumbai's Gateway of India, today at around 5 am. The boat was ferrying passengers from Mumbai to Elephanta. One passenger is reported dead, 20 have been rescued.Search operation is on… pic.twitter.com/gvU7V9slRu — Social News

ସମୁଦ୍ରରେ ବୁଡିଲା ଯାତ୍ରୀରେ ଭରପୂର ଡଙ୍ଗା । ମୁମ୍ବାଇ ଗେଟ୍ ନିକଟରେ ଅଘଟଣ ।

କନକ ବ୍ୟୁରୋ: ମୁମ୍ବାଇ ଗେଟ୍ ପାଖରେ ବୁଡିଲା ବୋଟ୍ । ଯାତ୍ରୀରେ ପରିପୂର୍ଣ୍ଣ ଏକ ବୋଟ୍ ବୁଧବାର ମୁମ୍ବାଇ ସ୍ଥିତ ଇଣ୍ଡିଆ ଗେଟ୍ ପାଖରେ ବୁଡିଯାଇଛି । ତେବେ ସୂଚନା ମୁତାବକ, ଏହି ବୋଟ୍ ବୁଡିବା ସମୟରେ ଉଦ୍ଧାର କରିବା ପାଇଁ ଅନ୍ୟ ଏକ ଡଙ୍ଗା ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛି । ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି । ତେବେ ଡଙ୍ଗାଟିରେ କେତେ ଯାତ୍ରୀ ରହିଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇପାରିନି । ତେବେ ଡଙ୍ଗାଟି ଗେଟ୍ ଓ୍ୱେ ଅଫ୍ ଇଣ୍ଡିଆରୁ ଏଲିଫେଣ୍ଟୋ ଆଡକୁ ଯାଉଥିଲା ବୋଲି ସୂଚନା ରହିଛି । 

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଛି। ସେତେବେଳେ ସ୍ୱଚ୍ଛ ପାଗ ଯୋଗୁଁ ବହୁ ସଂଖ୍ୟକ ପର୍ୟ୍ୟଟକ ଇଣ୍ଡିଆ ଗେଟ୍ ପାଖରେ ରହିଥିଲେ । ତେବେ ଡଙ୍ଗାଟି କୂଳ ଛାଡି ପ୍ରାୟ ୫୦ ମିଟର ଭିତରକୁ ଯିବା ମାତ୍ରେ ହଠାତ୍ ଏହି ଅଘଟଣ ଘଟିଗଲା ଏବଂ ଏହା ବୁଡ଼ିବାକୁ ଲାଗିଲା । 

ମୁମ୍ବାଇ ପୋଲିସର ସୂଚନାନୁସାରେ, ସୂଚନା ପାଇବା ମାତ୍ରେ ଅନେକ ଡଙ୍ଗାରୁ ରିଲିଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଡଙ୍ଗାରେ କେତେ ଯାତ୍ରୀ ଥିଲେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପର୍ୟ୍ୟନ୍ତ କେତେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଅଧିକାରୀ କହିଛନ୍ତି ଯେ, ନିଖୋଜ ଲୋକଙ୍କୁ ଖୋଜିବା ହେଉଛି ପ୍ରଥମ ପ୍ରାଥମିକତା। ଏଥିପାଇଁ ସମୁଦ୍ରରେ ଏକ ବୁଡାଳି ଦଳ ଖୋଜିବା ଆରମ୍ଭ କରିଛନ୍ତି ।