ସମୁଦ୍ରରେ ଭାସୁଛି ଅଜଣା ବସ୍ତୁ, ଦେଖିବାକୁ ଲୋକଙ୍କ ଭିଡ଼

ଭୋଗରାଇ: ସମୁଦ୍ରରେ ଭାସୁଛି ଅଜଣା ବସ୍ତୁ। ଓଡ଼ିଶା ସୀମାନ୍ତ ଭୋଗରାଇ ଉଦୟପୁର ସମୁଦ୍ରରେ ଏକ ବିରାଟକାୟ ଲୁହା ବସ୍ତୁ ଭାସୁଥିବାର ଦେଖିବାକୁ ମିଳିଛି। ଏହାକୁ ଦେଖିବା ପାଇଁ ଲୋକେ ମଧ୍ୟ ଏଠାରେ ଭିଡ଼ ଜମାଇଛନ୍ତି। ବାତ୍ୟା ଦାନା କାରଣରୁ ଏହା ଭୋଗରାଇ ଉଦୟପୁର ସମୁଦ୍ର ନିକଟକୁ ଭାସିଆସିଥିବା ଅନୁମାନ କରାଯାଉଛି। ଏହି ଲୁହା ବସ୍ତୁଟିରେ  B.I.W.T.A  ଲେଖାଯାଇଥିବାବେଳେ ବର୍ତ୍ତମାନ ଏହା ଦିଘା ସମୁଦ୍ର କୂଳ ନିକଟରେ ପହଁଞ୍ଚିଲାଣି। ସେପଟେ କିଛି ମତ୍ସ୍ୟଜୀବୀ କହିଛନ୍ତି ଏହା ମଝି ସମୁଦ୍ରରେ ଜାହାଜକୁ ମାର୍ଗ ଦର୍ଶାଇଥାଏ। ଅର୍ଥାତ ମଝି ସମୁଦ୍ରରେ ଜାହାଜମାନଙ୍କୁ ସିଗନାଲ ଦେଇଥାଏ। ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣାପଡ଼ିଛି। 

ସମୁଦ୍ରରେ ଭାସୁଛି ଅଜଣା ବସ୍ତୁ, ଦେଖିବାକୁ ଲୋକଙ୍କ ଭିଡ଼

ଭୋଗରାଇ: ସମୁଦ୍ରରେ ଭାସୁଛି ଅଜଣା ବସ୍ତୁ। ଓଡ଼ିଶା ସୀମାନ୍ତ ଭୋଗରାଇ ଉଦୟପୁର ସମୁଦ୍ରରେ ଏକ ବିରାଟକାୟ ଲୁହା ବସ୍ତୁ ଭାସୁଥିବାର ଦେଖିବାକୁ ମିଳିଛି। ଏହାକୁ ଦେଖିବା ପାଇଁ ଲୋକେ ମଧ୍ୟ ଏଠାରେ ଭିଡ଼ ଜମାଇଛନ୍ତି। 

ବାତ୍ୟା ଦାନା କାରଣରୁ ଏହା ଭୋଗରାଇ ଉଦୟପୁର ସମୁଦ୍ର ନିକଟକୁ ଭାସିଆସିଥିବା ଅନୁମାନ କରାଯାଉଛି। ଏହି ଲୁହା ବସ୍ତୁଟିରେ  B.I.W.T.A  ଲେଖାଯାଇଥିବାବେଳେ ବର୍ତ୍ତମାନ ଏହା ଦିଘା ସମୁଦ୍ର କୂଳ ନିକଟରେ ପହଁଞ୍ଚିଲାଣି। 

ସେପଟେ କିଛି ମତ୍ସ୍ୟଜୀବୀ କହିଛନ୍ତି ଏହା ମଝି ସମୁଦ୍ରରେ ଜାହାଜକୁ ମାର୍ଗ ଦର୍ଶାଇଥାଏ। ଅର୍ଥାତ ମଝି ସମୁଦ୍ରରେ ଜାହାଜମାନଙ୍କୁ ସିଗନାଲ ଦେଇଥାଏ। ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣାପଡ଼ିଛି।