ସମ୍ପର୍କକୁ ମିଠା କରେ ଚକୋଲେଟ୍: ଚାହିଦାରେ ହାର୍ଟସେପ୍ ଚକୋଲେଟ୍
ଭୁବନେଶ୍ୱର,୯ା୨(ଶର୍ମିଷ୍ଠା ପାଣିଗ୍ରାହୀ): ଚକୋଲେଟ କେବଳ ପାଟିକୁ ମିଠା ନୁହେଁ ସମ୍ପର୍କକୁ ମଧ୍ୟ ମିଠା କରେ। କେହି ରାଗିଥିଲେ କିମ୍ବା କାହାର ମନକୁ ଜିତିବାକୁ ହେଲେ ସାଧାରଣତଃ ସମସ୍ତେ ଚକୋଲେଟ୍ ଦେବାକୁ ପସନ୍ଦ କରିଥାନ୍ତି। ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ ଶୁକ୍ରବାର ଚକୋଲେଟ୍ ଦିବସ। କେବଳ ପ୍ରେମୀ ଯୁଗଳ ନୁହେଁ ବନ୍ଧୁତାରେ ମଧ୍ୟ ଚକୋଲେଟ୍ ଦିଆଯାଇଥାଏ। ତେଣୁ ଏହି ଦିବସ ପାଳିବାକୁ ସମସ୍ତଙ୍କ ମନରେ ଭରି ରହିଥାଏ ଉତ୍କଣ୍ଠା। ଦୋକାନଗୁଡ଼ିକରେ ଚକୋଲେଟ୍ ଆଗୁଆ ଷ୍ଟକ୍ ହୋଇଗଲାଣି। ଅନ୍ଲାଇନରେ […] The post ସମ୍ପର୍କକୁ ମିଠା କରେ ଚକୋଲେଟ୍: ଚାହିଦାରେ ହାର୍ଟସେପ୍ ଚକୋଲେଟ୍ appeared first on Dharitri Odia News.
ଭୁବନେଶ୍ୱର,୯ା୨(ଶର୍ମିଷ୍ଠା ପାଣିଗ୍ରାହୀ): ଚକୋଲେଟ କେବଳ ପାଟିକୁ ମିଠା ନୁହେଁ ସମ୍ପର୍କକୁ ମଧ୍ୟ ମିଠା କରେ। କେହି ରାଗିଥିଲେ କିମ୍ବା କାହାର ମନକୁ ଜିତିବାକୁ ହେଲେ ସାଧାରଣତଃ ସମସ୍ତେ ଚକୋଲେଟ୍ ଦେବାକୁ ପସନ୍ଦ କରିଥାନ୍ତି। ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ ଶୁକ୍ରବାର ଚକୋଲେଟ୍ ଦିବସ। କେବଳ ପ୍ରେମୀ ଯୁଗଳ ନୁହେଁ ବନ୍ଧୁତାରେ ମଧ୍ୟ ଚକୋଲେଟ୍ ଦିଆଯାଇଥାଏ। ତେଣୁ ଏହି ଦିବସ ପାଳିବାକୁ ସମସ୍ତଙ୍କ ମନରେ ଭରି ରହିଥାଏ ଉତ୍କଣ୍ଠା। ଦୋକାନଗୁଡ଼ିକରେ ଚକୋଲେଟ୍ ଆଗୁଆ ଷ୍ଟକ୍ ହୋଇଗଲାଣି। ଅନ୍ଲାଇନରେ ମଧ୍ୟ ଭଲ ଅଫର ସହ ଚକୋଲେଟ୍ ଗିଫ୍ଟ ଉପଲବ୍ଧ ହେଉଛି। ଏଥିସହ ରେଷ୍ଟୁରାଣ୍ଟରେ ମଧ୍ୟ ଚକୋଲେଟ ଡେ’ ପାଳନ ପାଇଁ ଆଗୁଆ ବରାଦ ଦିଆଯାଉଛି।
ଅନ୍ଲାଇନରେ ଚକୋଲେଟ୍
ଆଜିକାଲି ଅନ୍ଲାଇନରେ ପ୍ରେମ ଦିବସ ପାଇଁ ବିଭିନ୍ନ ଆକର୍ଷଣୀୟ ଗିଫ୍ଟ ରଖାଯାଉଛି। ଚକୋଲେଟ୍ ଡେ’ ପାଇଁ ବିଭିନ୍ନ ପ୍ରକାର ଚକୋଲେଟ୍କୁ ପ୍ୟାକ କରି ଏକ ହାମ୍ପର୍ ବନାଯାଉଛି, ଯାହା ଦେଖିବାକୁ ଖିବ୍ ଆକର୍ଷଣୀୟ ମଧ୍ୟ। ଦୋକାନକୁ ଯାଇ ଚକୋଲେଟ୍ କିଣିବା ଅପେକ୍ଷା ଅନ୍ଲାଇନରୁ କିଣି ଚକୋଲେଟ୍ ଦେବାକୁ ଅନେକ ପସନ୍ଦ କରୁଛନ୍ତି।
ଚାହିଦାରେ ହାର୍ଟସେପ୍ ଚକୋଲେଟ୍
ପ୍ରେମ ଦିବସକୁ ନଜରରେ ରଖି ଦୋକାନଗୁଡ଼ିକରେ ମିଳୁଛି ହାର୍ଟସେପ୍ର ଚକୋଲେଟ୍। ବିଭିନ୍ନ ଫ୍ଲେଭର୍ର ଓ ନାମୀଦାମୀ କମ୍ପାନୀର ଚକୋଲେଟ୍ର ଚାହିଦା ରହିଛି। ଚକୋଲେଟ୍ ଡେ’ର ଦିନକ ପୂର୍ବରୁ ବିଭିନ୍ନ ରେଷ୍ଟୁରାଣ୍ଟରେ ବରାଦ ମୁତାବାକ ଚକୋଲେଟ୍ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି। ଏଥିମଧ୍ୟରେ ଫୁଲ, ପ୍ରେମୀଯୁଗଳ, ବିଭିନ୍ନ ଇଂରାଜୀ ଏବଂ ଓଡ଼ିଆ ଅକ୍ଷର, ପାନପତ୍ର ଓ ଅନ୍ୟ ସ୍ବତନ୍ତ୍ର ଆକୃତିର ଚକୋଲେଟ୍ ରହିଛି। ୧୨୦ଟଙ୍କାରୁ ଆରମ୍ଭ କରି ୩ରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିଛି।
The post ସମ୍ପର୍କକୁ ମିଠା କରେ ଚକୋଲେଟ୍: ଚାହିଦାରେ ହାର୍ଟସେପ୍ ଚକୋଲେଟ୍ appeared first on Dharitri Odia News.