ସମ୍ପର୍କୀୟ ଭାଇଙ୍କୁ ପ୍ରେମ, ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ଗାନ୍ଧୀନଗର, ୧୬।୧୨: ଗୁଜରାଟରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମନାକୁ ଆସିଛି। ଗାନ୍ଧୀନଗରରେ ପାୟଲ ନାମ୍ନୀ ଜଣେ ଯୁବତୀ ବିବାହର ୪ ଦିନ ପରେ ନିଜ ସ୍ବାମୀ ଭାବିକଙ୍କୁ ହତ୍ୟା କରିଛନ୍ତି। ଗତ ୧୦ରେ ଅହମଦାବାଦ ନିବାସୀ ଭାବିକ ଓ ଗାନ୍ଧୀନଗର ନିବାସୀ ପାୟଲଙ୍କର ବିବାହ ହୋଇଥିଲା। ପାୟଲ ତାଙ୍କ ସମ୍ପର୍କୀୟ ଭାଇ କଳ୍ପେଶଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରି ଆସୁଥିଲେ ମଧ୍ୟ ପରିବାର ଲୋକଙ୍କ କଥାରେ ଭାବିକଙ୍କୁ ବିବାହ କରିଥିଲେ। ତେବେ ଶନିବାର ଭାବିକ ପାୟଲଙ୍କୁ ଆଣିବା […] The post ସମ୍ପର୍କୀୟ ଭାଇଙ୍କୁ ପ୍ରେମ, ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା appeared first on Dharitri Odia News.

ସମ୍ପର୍କୀୟ ଭାଇଙ୍କୁ ପ୍ରେମ, ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ଗାନ୍ଧୀନଗର, ୧୬।୧୨: ଗୁଜରାଟରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମନାକୁ ଆସିଛି। ଗାନ୍ଧୀନଗରରେ ପାୟଲ ନାମ୍ନୀ ଜଣେ ଯୁବତୀ ବିବାହର ୪ ଦିନ ପରେ ନିଜ ସ୍ବାମୀ ଭାବିକଙ୍କୁ ହତ୍ୟା କରିଛନ୍ତି। ଗତ ୧୦ରେ ଅହମଦାବାଦ ନିବାସୀ ଭାବିକ ଓ ଗାନ୍ଧୀନଗର ନିବାସୀ ପାୟଲଙ୍କର ବିବାହ ହୋଇଥିଲା। ପାୟଲ ତାଙ୍କ ସମ୍ପର୍କୀୟ ଭାଇ କଳ୍ପେଶଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରି ଆସୁଥିଲେ ମଧ୍ୟ ପରିବାର ଲୋକଙ୍କ କଥାରେ ଭାବିକଙ୍କୁ ବିବାହ କରିଥିଲେ। ତେବେ ଶନିବାର ଭାବିକ ପାୟଲଙ୍କୁ ଆଣିବା ପାଇଁ ଗାନ୍ଧୀନଗରସ୍ଥିତ ନିଜ ଶ୍ୱଶୁର ଘରକୁ ଯାଇଥିଲେ। ତେବେ ପାୟଲଙ୍କୁ ନେଇ ଭାବିକ ଘରକୁ ନ ଫେରିବାରୁ ଶନିବାର ରାତିରେ ଭାବିକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପାୟଲଙ୍କୁ ନ ନେଇ ଭାବିକ ଚାଲି ଯାଇଥିବା କଥା ପାୟଲଙ୍କ ପରିବାର ଲୋକେ ପୋଲିସକୁ କହିଥିଲେ। ତେବେ ବିବାହ ମାତ୍ର ୪ ଦିନ ତଳେ ହୋଇଥିବାରୁ ପୋଲିସ ପାୟଲଙ୍କ ଉପରେ ସନ୍ଦେହ କରି ତାଙ୍କୁ ପଚରାଉଚରା କରିଥିଲା। ପୋଲିସର ଚାପରେ ପାୟଲ ନିଜ ଦୋଷ ସ୍ବୀକାର କରିଥିଲେ। ତାଙ୍କ ପ୍ରରୋଚନାରେ ସମ୍ପର୍କୀୟ ଭାଇ କଳ୍ପେଶ ଓ ୨ ସହଯୋଗୀ ଭାବିକଙ୍କୁ ଅପହରଣ କରି ହତ୍ୟା କରିଥିବା ପାୟଲ କହିଥିଲେ। ଘଟଣାକୁ ନେଇ ରବିବାର ଗାନ୍ଧୀନଗର ପୋଲିସ ପାୟଲ, କଳ୍ପେଶ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି। ଅପହରଣ କରିବା ପରେ କଳ୍ପେଶ ଓ ୨ ସହଯୋଗୀ ଭାବିକଙ୍କୁ ଗଳା ଚିପି ହତ୍ୟା କରିଥିବା ପୋଲିସ କହିଛି।

The post ସମ୍ପର୍କୀୟ ଭାଇଙ୍କୁ ପ୍ରେମ, ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା appeared first on Dharitri Odia News.