ସମ୍ବଲପୁର VSS ଷ୍ଟାଡିୟମରେ କ୍ରିକେଟ ଖେଳିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ସମ୍ବଲପୁର,୧୧।୨: ରବିବାର ସକାଳୁ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏହି ଦିଗରେ ସମସ୍ତ ବ୍ୟବସ୍ଥା କରିବାକୁ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରାଯାଇଛି। ସମଲେଇ ପ୍ରକଳ୍ପ ବୁଲିବା ପରେ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। […] The post ସମ୍ବଲପୁର VSS ଷ୍ଟାଡିୟମରେ କ୍ରିକେଟ ଖେଳିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ appeared first on Dharitri Odia News.
ସମ୍ବଲପୁର,୧୧।୨: ରବିବାର ସକାଳୁ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏହି ଦିଗରେ ସମସ୍ତ ବ୍ୟବସ୍ଥା କରିବାକୁ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରାଯାଇଛି। ସମଲେଇ ପ୍ରକଳ୍ପ ବୁଲିବା ପରେ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ।
ଏହାପରେ ସମ୍ୱଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ପହଞ୍ଚି ଆଥଲେଟିକ ଏସୋସିଏସନ କର୍ମକର୍ତ୍ତା ଓ ଖେଳାଳିଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ। ଏହି ସମୟରେ ଷ୍ଟାଡିୟମରେ କ୍ରିକେଟ ଖେଳାଳିଙ୍କ ସହ ସେ କ୍ରିକେଟ ଖେଳିଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବା ସହ ସମ୍ବଲପୁରରେ ବହୁତ ବଡ କ୍ରିକେଟ ଷ୍ଟାଡିୟମ ଓ ଫୁଟବଲ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଖେଳାଳି। ଫୁଟବଲ ଓ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଷ୍ଟାଡିୟମ ନିର୍ମାଣ ପରେ କ୍ରୀଡ଼ାବିତଙ୍କୁ ଏହା ବଡ ବୁଷ୍ଟ ହେବ ବୋଲି କୁହାଯାଉଛି।
ଏହି ଅବସରରେ ଭୀମସାର ମେଡିକାଲ କଲେଜ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ। ହସ୍ପିଟାଲ ନିର୍ଦ୍ଦେଶକ ଓ ବରିଷ୍ଠ ଡାକ୍ତରଙ୍କ ସହ ସ୍ବାସ୍ଥ୍ୟସେବା ବାବଦରେ ଆଲୋଚନା କରିଥିଲେ। ଏଠାରେ ପ୍ରଥମ ପର୍ଯ୍ୟାୟରେ ୭୦୦ ବେଡ୍ ବିଶିଷ୍ଟ ମାତୃ ଓ ଶିଶୁ ଓ୍ବାର୍ଡର ସୁବିଧା ମିଳିବ। ମେଡିକାଲ ହଷ୍ଟେଲ କ୍ୟାମ୍ପସର ଉନ୍ନତିକରଣ ସହ ସ୍ପୋର୍ଟସ କକ୍ଲେକ୍ସ କରାଯିବ। ଏହାସହ କର୍ମଚାରୀଙ୍କ ପାଇଁ କ୍ବାର୍ଟର ସହ ଅନ୍ୟ ସୁବିଧା ଯୋଗାଇ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ହଜାରେ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଯୋଜନା ହୋଇଛି। ଏଥିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ।
The post ସମ୍ବଲପୁର VSS ଷ୍ଟାଡିୟମରେ କ୍ରିକେଟ ଖେଳିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ appeared first on Dharitri Odia News.