ସମ୍ବଲପୁର ଆଇଆଇଏମ୍ରେ ପହଞ୍ଚିଲେ ମୋଦି
ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ। ସେଠାରେ ତାଙ୍କୁ ଭାଜପା ନେତୃବୃନ୍ଦ ଭବ୍ୟ ସ୍ବାଗତ କରିଥିଲେ। ପରେ ସେଠାରୁ ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଉଦ୍ଘାଟନ କରିବେ। ଏହାସହ ୬୮ ହଜାର ୧୬୦ କୋଟି ବ୍ୟୟ […] The post ସମ୍ବଲପୁର ଆଇଆଇଏମ୍ରେ ପହଞ୍ଚିଲେ ମୋଦି appeared first on Dharitri Odia News.
ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ। ସେଠାରେ ତାଙ୍କୁ ଭାଜପା ନେତୃବୃନ୍ଦ ଭବ୍ୟ ସ୍ବାଗତ କରିଥିଲେ। ପରେ ସେଠାରୁ ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଉଦ୍ଘାଟନ କରିବେ। ଏହାସହ ୬୮ ହଜାର ୧୬୦ କୋଟି ବ୍ୟୟ ଅଟକଳରେ ପ୍ରାୟ ୭ ପ୍ରକଳ୍ପ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୨ଟା ୪୫ରେ ପ୍ରଧାନମନ୍ତ୍ରୀ ରେମେଡ ପଡ଼ିଆରେ ଆୟୋଜିତ ବିଶାଳ ଗ୍ୟାରେଣ୍ଟି ସମାବେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି।
The post ସମ୍ବଲପୁର ଆଇଆଇଏମ୍ରେ ପହଞ୍ଚିଲେ ମୋଦି appeared first on Dharitri Odia News.