ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ
ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ ଭରି ପାରୁ ନ ଥିବା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି । ସମ୍ବଲପୁର ଜିଲାରେ ଚାରୋଟି ଯାକ ବିଧାନସଭା ଏବଂ ଲୋକ ସଭା ଆସନରେ କଂଗ୍ରେସ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି। ଏହାପରେ ଆଶା କରାଯାଉଥିଲା କଂଗ୍ରେସ ଯୁବ ଗୋଷ୍ଠୀଙ୍କୁ ଆକର୍ଷିତ କରିବାରେ ସଫଳ ହୋଇପାରିବ। ତେବେ ଜିଲାରେ […] The post ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ appeared first on Dharitri Odia News.
ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ ଭରି ପାରୁ ନ ଥିବା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ।
ସମ୍ବଲପୁର ଜିଲାରେ ଚାରୋଟି ଯାକ ବିଧାନସଭା ଏବଂ ଲୋକ ସଭା ଆସନରେ କଂଗ୍ରେସ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି। ଏହାପରେ ଆଶା କରାଯାଉଥିଲା କଂଗ୍ରେସ ଯୁବ ଗୋଷ୍ଠୀଙ୍କୁ ଆକର୍ଷିତ କରିବାରେ ସଫଳ ହୋଇପାରିବ। ତେବେ ଜିଲାରେ ପ୍ରାର୍ଥୀ ଘୋଷଣା ହେବା ପରେ ବି କଂଗ୍ରେସର ଯୁବନେତାଙ୍କ ମଧ୍ୟରେ ସେମିତି ଉତ୍ସାହ ଦେଖିବାକୁ ମିଳି ପାରିନାହିଁ। ଅନ୍ୟପକ୍ଷରେ ଗୁରୁବାର ସମ୍ବଲପୁରର ୯ ଜଣ ଯୁବ କଂଗ୍ରେସ ପଦାଧିକାରୀ ଦଳ ଛାଡି ଏକାସାଙ୍ଗରେ ବିଜେଡିରେ ଯୋଗ ଦେଇଛନ୍ତି। ଓଡିଶା ପ୍ରଦେଶ ଓବିସି ସେଲର ଉପସଭାପତି ତଥା ଯୁବ ନେତା ଆଶୁତୋଷ ସ୍ବାଇଁ, ସମ୍ବଲପୁର ଜିଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାର, ଜିଲା ଛାତ୍ର କଂଗ୍ରେସ ସଭାପତି ଗିରୀଶ ପୃଷେଠ, ସମ୍ବଲପୁର ବିଧାନସଭା କ୍ଷେତ୍ର ଯୁବ କଂଗ୍ରେସ ସଭାପତି ଶେଖ ହାସିମ, ଟାଉନ ଯୁବ କଂଗ୍ରେସ ସଭାପତି ସରୋଜ ବନଛୋର, ଜିଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିକାଶ ବେହେରା ଏବଂ ନୀଳକଣ୍ଠ ମେସୁଆ, ଟାଉନ କଂଗ୍ରେସ ସମ୍ପାଦକ ଦିବାକର ବାଗ ତଥା ସମ୍ବଲପୁର ଲୋକ ସଭା ସାମାଜିକ ଗଣମାଧ୍ୟମ ସଂଯୋଜକ ମୁକେଶ ନାୟକ ଇଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ଜିଲାର ପ୍ରମୁଖ ଯୁବ କଂଗ୍ରେସ ପଦାଧିକାରୀ ଏକାସଙ୍ଗେ ଦଳ ଛାଡିବା ପରେ ଏହାର ପ୍ରଭାବ ନିର୍ବାଚନରେ ପଡିବାର ସମ୍ଭାବନା ରହିଛି। ତେବେ ଦୀର୍ଘଦିନରେ ଜିଲାରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଥିବା ବେଳେ ଆଗାମୀ ନିର୍ବାଚନରେ ମଧ୍ୟ ସଫଳତା ମିଳିବା ନେଇ ସ୍ଥାନୀୟ ନେତାମାନେ ଆଶା ସଞ୍ଚାର କରିପାରୁ ନ ଥିବାରୁ କଂଗ୍ରେସର ଯୁବନେତାମାନେ ଦଳ ଛାଡି ଅନ୍ୟଦଳରେ ଯୋଗ ଦେଉଥିବା ଚର୍ଚ୍ଚା ହେଉଛି। ଏନେଇ ଜିଲା କଂଗ୍ରେସର ସଭାପତି ଜୟଶଙ୍କର ମିଶ୍ର କହିଛନ୍ତି, ଯେଉଁମାନେ ଦଳ ଛାଡିଛନ୍ତି ସେମାନେ ନିଜ ସ୍ବାର୍ଥ ପାଇଁ ଯାଇଛନ୍ତି। ତେବେ ଏନେଇ ସେମାନେ ଜିଲା କଂଗ୍ରେସକୁ ଜଣାଇ ନାହାନ୍ତି। କଂଗ୍ରେସର ପ୍ରକୃତ ଯୁବକର୍ମୀମାନେ ଏବେବି ଦଳ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମିଶ୍ର କହିଛନ୍ତି ।
The post ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ appeared first on Dharitri Odia News.