ସମ୍ବଲପୁର କଳା ପରିଷଦ ନୃତ୍ୟ ଶିକ୍ଷକଙ୍କ ଦୁର୍ବ୍ୟବହାର ମାମଲା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ
କନକ ବ୍ୟୁରୋ: ସମ୍ବଲପୁର କଳା ପରିଷଦର ସହଯୋଗୀ ସଂପାଦକ ତଥା ନୃତ୍ୟ ଶିକ୍ଷକ ସୂର୍ଯ୍ୟ ଗୁରୁଙ୍କ ବିରୋଧରେ ହୋଇଥିବା ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ ଆରମ୍ଭ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ କରିଛନ୍ତି ସମ୍ବଲପୁର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା। ଉପଜିଲ୍ଲାପାଳ ଅଭିଯୋଗକାରିଣୀଙ୍କ ଠାରୁ ପ୍ରାଥମିକ ବୟାନ ସଂଗ୍ରହ କରିଛନ୍ତି। ସେ ଗତ କାଲି ଦେଇଥିବା ଲିଖିତ ଅଭିଯୋଗକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅଭିଯୋଗକାରିଣୀ ଆଜି ତାଙ୍କ ମା'ଙ୍କ ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜ ପକ୍ଷ ରଖିଥିଲେ। ତେବେ ଅଭିଯୋଗକାରିଣୀ କେବଳ ନିଜ ସହିତ ହୋଇଥିବା ଦୁର୍ବ୍ୟବହାର ସମ୍ପର୍କରେ ନିଜ ବୟାନରେ କହିଥିବା ଜଣାପଡିଛି। ତେବେ ଆଗକୁ ଅଭିଯୁକ୍ତ ନୃତ୍ୟ ଶିକ୍ଷକ ସୂର୍ଯ୍ୟ ଗୁରୁଙ୍କ ମଧ୍ୟ ବୟାନ ରେକର୍ଡ ହେବ ବୋଲି ଜଣାପଡିଛି। ସୂଚନା ଅନୁସାରେ କଳା ପରିଷଦର ନୃତ୍ୟ ଦଳ ବାଙ୍ଗାଲୋର କାର୍ୟ୍ୟକ୍ରମରେ ଯାଇଥିବାବେଳେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିଲେ।