ସମ୍ବଲପୁର ଗସ୍ତରେ ନୀତି ଆୟୋଗ ପୂର୍ବତନ ସିଇଓ ଅମିତାଭ କାନ୍ତ, ବିଭିନ୍ନ ପ୍ରସଙ୍ଗରେ କରିବେ ଆଲୋଚନା
ସମ୍ବଲପୁର ୨୦।୫: ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ । ସେ ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇ ମନ୍ଦିର ଯାଇ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଛନ୍ତି । ସମ୍ବଲପୁର ଜିଲ୍ଲାର ବିକାଶ ନେଇ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରାଯିବ । ଶିକ୍ଷା, ବ୍ୟବସାୟ, ଅର୍ଥନୀତି, ପର୍ଯ୍ୟଟନରେ ସମ୍ବଲପୁରର ବିକାଶ କେମିତି ହେବ ତାର ରୂପରେଖ ତିଆରି ହେବ ବୋଲି ଅମିତାଭ କାନ୍ତ କହିଛନ୍ତି । ଦେଶର ବିକାଶରେ ସମ୍ବଲପୁର ଜିଲ୍ଲାର ଭାଗିଦାରୀ ହେବ ସେନେଇ ଆଲୋଚନା ମଧ୍ୟ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ସେ ତାଙ୍କୁ ସମ୍ବଲପୁର ପଠାଇଥିବା କହିଛନ୍ତି | ବିକଶିତ ଭାରତ, ଡିଜିପି ବଢାଇବା, ମୁଣ୍ଡପିଛା ଆୟ ବଢାଇବା ପାଇଁ କ’ଣ କରାଯିବା ଆବଶ୍ୟକ ସେନେଇ ସମ୍ବଲପୁରର ଯୋଗଦାନ ଉପରେ ଆଲୋଚନା କରାଯିବ । ପରେ ସମ୍ବଲପୁର ବସନ୍ତପୁର ଠାରେ ଥିବା ସମ୍ବଲପୁର ଆଇଆଇଏମ୍ ଗସ୍ତ କରି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସକରାତ୍ମକ ଆଲୋଚନାରେ ଭାଗ ନେବେ । ଦେଶରେ ପ୍ରଣୟନ ହେଉଥିବା ଯୋଜନା ତଥା ସଂଯୋଜନା ଉପରେ ଆଲୋଚନା କରିବେ । ପରେ ବୁର୍ଲା ଭିସୁଟ୍ ଗସ୍ତ କରି ସେଠାରେ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ ଅମିତାଭ କାନ୍ତ ।You Can Read:ରାଜରାସ୍ତାରେ ପଥଚାରୀଙ୍କୁ ଆକ୍ରମଣ କରି ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ,
ସମ୍ବଲପୁର ୨୦।୫: ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ । ସେ ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇ ମନ୍ଦିର ଯାଇ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଛନ୍ତି । ସମ୍ବଲପୁର ଜିଲ୍ଲାର ବିକାଶ ନେଇ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରାଯିବ । ଶିକ୍ଷା, ବ୍ୟବସାୟ, ଅର୍ଥନୀତି, ପର୍ଯ୍ୟଟନରେ ସମ୍ବଲପୁରର ବିକାଶ କେମିତି ହେବ ତାର ରୂପରେଖ ତିଆରି ହେବ ବୋଲି ଅମିତାଭ କାନ୍ତ କହିଛନ୍ତି । ଦେଶର ବିକାଶରେ ସମ୍ବଲପୁର ଜିଲ୍ଲାର ଭାଗିଦାରୀ ହେବ ସେନେଇ ଆଲୋଚନା ମଧ୍ୟ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ସେ ତାଙ୍କୁ ସମ୍ବଲପୁର ପଠାଇଥିବା କହିଛନ୍ତି | ବିକଶିତ ଭାରତ, ଡିଜିପି ବଢାଇବା, ମୁଣ୍ଡପିଛା ଆୟ ବଢାଇବା ପାଇଁ କ’ଣ କରାଯିବା ଆବଶ୍ୟକ ସେନେଇ ସମ୍ବଲପୁରର ଯୋଗଦାନ ଉପରେ ଆଲୋଚନା କରାଯିବ । ପରେ ସମ୍ବଲପୁର ବସନ୍ତପୁର ଠାରେ ଥିବା ସମ୍ବଲପୁର ଆଇଆଇଏମ୍ ଗସ୍ତ କରି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସକରାତ୍ମକ ଆଲୋଚନାରେ ଭାଗ ନେବେ । ଦେଶରେ ପ୍ରଣୟନ ହେଉଥିବା ଯୋଜନା ତଥା ସଂଯୋଜନା ଉପରେ ଆଲୋଚନା କରିବେ । ପରେ ବୁର୍ଲା ଭିସୁଟ୍ ଗସ୍ତ କରି ସେଠାରେ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ ଅମିତାଭ କାନ୍ତ ।
You Can Read:
ରାଜରାସ୍ତାରେ ପଥଚାରୀଙ୍କୁ ଆକ୍ରମଣ କରି ବାଇକ୍ ପୋଡ଼ିଦେଲେ ଦୁର୍ବୃତ୍ତ, ଚାଳକ ଆହତ