ସମ୍ବଲପୁର ଜିଲ୍ଲା:୪ ବିଧାନସଭା ଆସନରେ ବଳବତ୍ତର ରଖିଲେ ବିଜେପିର ୨୦୧୯ ପ୍ରାର୍ଥି ଓ ବିଧାୟକ
ସମ୍ବଲପୁର:ଆଜି ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜିଲ୍ଲାର ୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଖୁସୀର ମାହୋଲ ବଢ଼ିଛି। ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ମାନଙ୍କ ସମର୍ଥକ ଓ ବିଜେପି କର୍ମୀ ମହଳରେ ଉତ୍ସାହର ପର୍ବ ପାଳନ ହୋଇଥିବା ବେଳେ ବାଣ ଫୁଟାଇ ଓ ମିଷ୍ଟାନ୍ନ ବଣ୍ଟନ କରି ପ୍ରାର୍ଥୀ ମାନଙ୍କୁ ସ୍ୱାଗତ କରାଯାଇଛି। ପ୍ରକାଶ ପାଇଥିବା ତାଲିକାରେ ସମ୍ବଲପୁର ଜିଲ୍ଲାର ୪ ବିଧାନସଭା ଆସନରେ ୨୦୧୯ର ସମସ୍ତ ବିଧାନସଭା ପ୍ରାର୍ଥୀ ଓ ବିଧାୟକ ନିଜ ନିଜ […] The post ସମ୍ବଲପୁର ଜିଲ୍ଲା:୪ ବିଧାନସଭା ଆସନରେ ବଳବତ୍ତର ରଖିଲେ ବିଜେପିର ୨୦୧୯ ପ୍ରାର୍ଥି ଓ ବିଧାୟକ appeared first on Odisha.News.

ସମ୍ବଲପୁର:ଆଜି ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜିଲ୍ଲାର ୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଖୁସୀର ମାହୋଲ ବଢ଼ିଛି। ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ମାନଙ୍କ ସମର୍ଥକ ଓ ବିଜେପି କର୍ମୀ ମହଳରେ ଉତ୍ସାହର ପର୍ବ ପାଳନ ହୋଇଥିବା ବେଳେ ବାଣ ଫୁଟାଇ ଓ ମିଷ୍ଟାନ୍ନ ବଣ୍ଟନ କରି ପ୍ରାର୍ଥୀ ମାନଙ୍କୁ ସ୍ୱାଗତ କରାଯାଇଛି।
ପ୍ରକାଶ ପାଇଥିବା ତାଲିକାରେ ସମ୍ବଲପୁର ଜିଲ୍ଲାର ୪ ବିଧାନସଭା ଆସନରେ ୨୦୧୯ର ସମସ୍ତ ବିଧାନସଭା ପ୍ରାର୍ଥୀ ଓ ବିଧାୟକ ନିଜ ନିଜ ଆସନ ବଳବତ୍ତର ରଖିଛନ୍ତି। ଜିଲ୍ଲାର ଗୁରୁତ୍ୱପୂଣ୍ଣ ସହର ସମ୍ବଲପୁରରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି।ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ତାଙ୍କ ସ୍ଥାନରେ ନୂଆଁ ଚେହେରାର ଆବିର୍ଭାବ ହେବା ନେଇ ପ୍ରକାଶ ପାଉଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଜୟନାରାୟଣଙ୍କ ଉପରେ ବିଜେପି ନିଜର ଆସ୍ଥା ରଖିଥିବା ସ୍ପଷ୍ଟ ହୋଇଛି। ସେହିପରି ରେଙ୍ଗାଲି ଆସନ ବିଧାୟକ ନାଉରୀ ନାୟକ ନିଜ ଆସନରେ ପୁଣି ଥରେ ପ୍ରାର୍ଥୀ ହେଉଚନ୍ତି। ସେହିପରି ଗତ ୨୦୧୯ ସାଧାରଣ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ବିଜେଡିର କିଶୋର ନାଏକଙ୍କ ଠାରୁ ପରାସ୍ତ ହୋଇଥିବା ପୁର୍ବତନ ବିଧାୟକ ରବି ନାରାୟଣ ନାଏକ ପୁଣି ଥରେ କୁଚିଣ୍ଡାରୁ ନିର୍ବାଚନ ଲଢ଼ିବେ।ସେହିପରି ଗତ ନିର୍ବାଚନରେ ରେଢାଖୋଲରେ ବିଜେପିର ପ୍ରାର୍ଥୀ ଥିବା ଦେବେନ୍ଦ୍ର ମହାପାତ୍ର ଏଥର ମଧ୍ୟ ନିର୍ବାଚନ ମୈଦାନକୁ ଓଲ୍ଲେଇଛନ୍ତି।ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଥିବା ସମସ୍ତ ୪ ଜଣ ପ୍ରାର୍ଥୀଙ୍କ ଉପରେ ବିଜେପି ଆସ୍ଥା ପ୍ରକଟ କରିଥିବାରୁ ଅନ୍ୟ ଆଶାୟୀ ନିରାସ ହୋଇଛନ୍ତି।
The post ସମ୍ବଲପୁର ଜିଲ୍ଲା:୪ ବିଧାନସଭା ଆସନରେ ବଳବତ୍ତର ରଖିଲେ ବିଜେପିର ୨୦୧୯ ପ୍ରାର୍ଥି ଓ ବିଧାୟକ appeared first on Odisha.News.