ସମ୍ବଲପୁର ଷ୍ଟେସନରେ ଉନ୍ନୟନ କାର୍ଯ୍ୟ ପାଇଁ ବାତିଲ ହେବ ୨୫ ଟ୍ରେନ୍

ଭୁବନେଶ୍ବର: ସମ୍ବଲପୁର ରେଳ ଷ୍ଟେସନରେ ଜାରି ରହିଥିବା ଉନ୍ନୟନ କାର୍ଯ୍ୟ ପାଇଁ କିଛି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥ ସୂଚନା ଅନୁସାରେ ଅଗଷ୍ଟରୁ ୭ରୁ ୧୫ ତାରିଖ ମଧ୍ୟରେ ଟିଟିଲାଗଡ଼-ବିଳାସପୁର ପାସେଞ୍ଜର, ରାୟପୁର -ଟିଟିଲାଗଡ଼ ପାସେଞ୍ଜର, ବଲାଙ୍ଗୀର-ପୁରୁଣାକଟକ- ବଲାଙ୍ଗୀର ପାସେଞ୍ଜର, ବଲାଙ୍ଗୀର – ସୋନପୁର ପାସେଞ୍ଜରକୁ ବାତିଲ କରାଯିବ। ସେହିପରି ଅଗଷ୍ଟ ୬ରୁ ୧୪ ମଧ୍ୟରେ ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର, ଟିଟିଲାଗଡ଼-ରାୟପୁର ପାସେଞ୍ଜର, ସମ୍ବଲପୁର-ଜୁନାଗଡ଼ […]

ସମ୍ବଲପୁର ଷ୍ଟେସନରେ ଉନ୍ନୟନ କାର୍ଯ୍ୟ ପାଇଁ ବାତିଲ ହେବ ୨୫ ଟ୍ରେନ୍

ଭୁବନେଶ୍ବର: ସମ୍ବଲପୁର ରେଳ ଷ୍ଟେସନରେ ଜାରି ରହିଥିବା ଉନ୍ନୟନ କାର୍ଯ୍ୟ ପାଇଁ କିଛି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥ ସୂଚନା ଅନୁସାରେ ଅଗଷ୍ଟରୁ ୭ରୁ ୧୫ ତାରିଖ ମଧ୍ୟରେ ଟିଟିଲାଗଡ଼-ବିଳାସପୁର ପାସେଞ୍ଜର, ରାୟପୁର -ଟିଟିଲାଗଡ଼ ପାସେଞ୍ଜର, ବଲାଙ୍ଗୀର-ପୁରୁଣାକଟକ- ବଲାଙ୍ଗୀର ପାସେଞ୍ଜର, ବଲାଙ୍ଗୀର – ସୋନପୁର ପାସେଞ୍ଜରକୁ ବାତିଲ କରାଯିବ। ସେହିପରି ଅଗଷ୍ଟ ୬ରୁ ୧୪ ମଧ୍ୟରେ ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର, ଟିଟିଲାଗଡ଼-ରାୟପୁର ପାସେଞ୍ଜର, ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର ବାତିଲ ହେବ। ଏହିପରି ଭାବେ ପ୍ରାୟ ୨୫ଟି ଟ୍ରେନ୍ ଚଳାଚଳକୁ ବାତିଲ କରାଯିବ।

ଚଳିତ ମାସ ୨୭ରୁ ଅଗଷ୍ଟ ୧୪ ତାରିଖ ମଧ୍ୟରେ ତପସ୍ୱିନୀ ଏକ୍ସପ୍ରେସ, ଟାଟା- ଏର୍ଣ୍ଣାକୁଲମ ଏକ୍ସପ୍ରେସ, ତାମ୍ବରମ-ଜସିଡିହ ଏକ୍ସପ୍ରେସ, ସାଇନଗର ଶିରିଡି -ପୁରୀ ଏକ୍ସପ୍ରେସ, ଟାଟା-ଏସଏମଭିବି ବେଙ୍ଗାଲୁରୁ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାଟିଆ ଏକ୍ସପ୍ରେସ ଆଦି ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରାଯିବ।