ସମ୍ବଲପୁର ସହର ପାଇଁ ପ୍ରସ୍ତୁତ ହେବ ସମ୍ମନ୍ୱିତ ବିକାଶ ଯୋଜନା :ସହର ହେବ ସୌନ୍ଦର୍ଯ୍ୟ ଓ ଆଧୁନିକରଣ

ସମ୍ବଲପୁର:ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆସନ୍ତା ୨୦୪୭ ମସିହା କୁ ଦ୍ରୁଷ୍ଟିରେ ରଖି ଏକ ନୂତନ ସିଡିପି କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ମହାନଗର ନିଗମ କମିଶନର ତଥା ଉପାଧକ୍ଷ, ସମ୍ବଲପୁର ଉନ୍ନୟନ କର୍ତୁପକ୍ଷଙ୍କ ଅଧକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସମ୍ବଲପୁର ସହରକୁ ସୁନ୍ଦର ଭାବରେ ଗଢି ତୋଳିବାକୁ ସମ୍ମନ୍ୱିତ ବିକାଶ ଯୋଜନା (ସିଡ଼ିପି) ସମନ୍ଧରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏଥିପାଇଁ ଆଗାମୀ ୧୫ ଦିନ ଭିତରେ ସମ୍ବଲପୁର ସହରର ଜନସଂଖ୍ୟା, […] The post ସମ୍ବଲପୁର ସହର ପାଇଁ ପ୍ରସ୍ତୁତ ହେବ ସମ୍ମନ୍ୱିତ ବିକାଶ ଯୋଜନା :ସହର ହେବ ସୌନ୍ଦର୍ଯ୍ୟ ଓ ଆଧୁନିକରଣ appeared first on Odisha.News.

ସମ୍ବଲପୁର ସହର ପାଇଁ ପ୍ରସ୍ତୁତ ହେବ ସମ୍ମନ୍ୱିତ ବିକାଶ ଯୋଜନା :ସହର ହେବ ସୌନ୍ଦର୍ଯ୍ୟ ଓ ଆଧୁନିକରଣ

ସମ୍ବଲପୁର:ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆସନ୍ତା ୨୦୪୭ ମସିହା କୁ ଦ୍ରୁଷ୍ଟିରେ ରଖି ଏକ ନୂତନ ସିଡିପି କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ମହାନଗର ନିଗମ କମିଶନର ତଥା ଉପାଧକ୍ଷ, ସମ୍ବଲପୁର ଉନ୍ନୟନ କର୍ତୁପକ୍ଷଙ୍କ ଅଧକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସମ୍ବଲପୁର ସହରକୁ ସୁନ୍ଦର ଭାବରେ ଗଢି ତୋଳିବାକୁ ସମ୍ମନ୍ୱିତ ବିକାଶ ଯୋଜନା (ସିଡ଼ିପି) ସମନ୍ଧରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏଥିପାଇଁ ଆଗାମୀ ୧୫ ଦିନ ଭିତରେ ସମ୍ବଲପୁର ସହରର ଜନସଂଖ୍ୟା, ସାମାଜିକ, ଅର୍ଥନୈତିକ, ଗୃହ ଓ ତାସହିତ ଜଡିତ ବ୍ୟାପାର, ବନ୍ଧ, ଉଦ୍ୟାନ ଓ ଅନ୍ୟାନ୍ୟ ବିଷୟରେ ସର୍ବେକ୍ଷଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।ଏଥିପାଇଁ ସମ୍ବଲପୁର ସହର ବାସୀଙ୍କ ସହମତି ଓ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ।
ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସମ୍ବଲପୁର ମହାନଗର ନିଗମର କମିଶନର ତଥା ଉପାଧକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ ବେଦଭୂଷଣ, ଅତିରିକ୍ତ କମିଶନର ସୁଶୀଲ କୁମାର କେରକେଟା, ସମ୍ବଲପୁର ଉନ୍ନ‌ୟନ କର୍ତ୍ତୃପକ୍ଷ ସଚିବ ଅଜୟ ତିୱାରୀ, ପ୍ଲାନିଂ ମେମ୍ବର ଶୁଭଲକ୍ଷ୍ମୀ ଖମାରି, ଏସପିଏ ନୁଆଁଦିଲ୍ଲୀ ରୁ ଆସିଥିବା ପ୍ରଫେସର ଡାଃ ଅଶୋକ କୁମାର, ଡାଃ ବିଶ୍ବାସ, ଶ୍ରୀମତୀ ପାପିଆ ବନ୍ଦୋପାଧ୍ୟାୟ ରାଉତ, ମହମ୍ମଦ ଲୋକମାନ ଖାନ, ପ୍ରଗତି ଚୌହାନ ଓ ବୁର୍ଲା ଭିସୁଟ ର ଆସିଷ୍ଟାଣ୍ଟ ପ୍ରଫେସର ଇଂ. ଶାଶ୍ୱତ ଶେଖର ଷଡଙ୍ଗୀ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଆର୍କିଟେକ ପଢୁଥିବା ୩୪ ଜଣ ଛାତ୍ର ଛାତ୍ରୀ ଏହି ବୈଠକରେ ଉପସ୍ଥିତ ଥିଲେ ।

The post ସମ୍ବଲପୁର ସହର ପାଇଁ ପ୍ରସ୍ତୁତ ହେବ ସମ୍ମନ୍ୱିତ ବିକାଶ ଯୋଜନା :ସହର ହେବ ସୌନ୍ଦର୍ଯ୍ୟ ଓ ଆଧୁନିକରଣ appeared first on Odisha.News.