ସମ୍ବଲପୁରବାସୀଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର: ଜାଣନ୍ତୁ କାହିଁକି
ଭୁବନେଶ୍ୱର, ୧୧।୬(ସୁନିତ୍ ମିଶ୍ର):ସମ୍ବଲପୁର ଲୋକ ସଭା ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଭିଡିଓ ଜାରିକରି ସମ୍ବଲପୁରୀ ଭାଷାରେ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ ଶୀତଳଷଷ୍ଠୀ ପର୍ବ ଆରମ୍ଭ ହେବା ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ବିଷୟ। ଶୀତଳଷଷ୍ଠୀ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ବରୂପ। ଦେବଦମ୍ପତି ପ୍ରଭୁ ଶିବ ଆଉ ମା’ ପାର୍ବତୀଙ୍କ ବିବାହ ଲୋକ-ପରମ୍ପରା ଅନୁସାରେ କରିବା ପରେ ଭଗବାନଙ୍କ ଆଶୀର୍ବାଦ ନେବାର ମହାନ […] The post ସମ୍ବଲପୁରବାସୀଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର: ଜାଣନ୍ତୁ କାହିଁକି appeared first on Dharitri Odia News.
ଭୁବନେଶ୍ୱର, ୧୧।୬(ସୁନିତ୍ ମିଶ୍ର):ସମ୍ବଲପୁର ଲୋକ ସଭା ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଭିଡିଓ ଜାରିକରି ସମ୍ବଲପୁରୀ ଭାଷାରେ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ ଶୀତଳଷଷ୍ଠୀ ପର୍ବ ଆରମ୍ଭ ହେବା ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ବିଷୟ। ଶୀତଳଷଷ୍ଠୀ ହେଉଛି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଐତିହ୍ୟର ଭବ୍ୟ ସ୍ବରୂପ। ଦେବଦମ୍ପତି ପ୍ରଭୁ ଶିବ ଆଉ ମା’ ପାର୍ବତୀଙ୍କ ବିବାହ ଲୋକ-ପରମ୍ପରା ଅନୁସାରେ କରିବା ପରେ ଭଗବାନଙ୍କ ଆଶୀର୍ବାଦ ନେବାର ମହାନ ପର୍ବ ହେଉଛି ଶୀତଳଷଷ୍ଠୀ। ଏହା ଲୋକସଂସ୍କୃତି ଓ ଭାଇଚାରାକୁ ବ୍ୟାପକ କରିବାର ପର୍ବ। ଶୀତଳଷଷ୍ଠୀ ହେଉଛି ବର୍ଷା ପାଇଁ ଭଗବାନଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରିବାର ପବିତ୍ର ଅବସର। ଶୀତଳଷଷ୍ଠୀ ବେଳେ ସମସ୍ତେ ମିଳିମିଶି ଆମ ସମାଜରେ ଭାଇଚାରା ବଢ଼ାଇବା ଏବଂ ଭଲ ବର୍ଷା ପାଇଁ ଦେବଦମ୍ପତି ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ନିକଟରେ ଗୁହାରି କରିବା। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ପ୍ରଗତି ଆଣିଦେବା ନେଇ କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି। ଏହାବ୍ୟତୀତ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରର ୩ୟ ପାଳିର ପ୍ରଥମ କ୍ୟାବିନେଟ୍ ଅନୁଷ୍ଠିତ ହେଉଛି। ମହାପ୍ରଭୁ ଓ ମା’ ସମଲେଇଙ୍କ ଆଶୀର୍ବାଦରୁ ପ୍ରଧାନମନ୍ତ୍ରୀ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ପ୍ରଥମ କ୍ୟାବିନେଟ୍ ଅନୁଷ୍ଠିତ ହେଉଥିବା ଯୋଗୁ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇପାରୁନାହାନ୍ତି। ଏଥିପାଇଁ ସମ୍ବଲପୁରବାସୀଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିଥିବା କହିଛନ୍ତି।
The post ସମ୍ବଲପୁରବାସୀଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର: ଜାଣନ୍ତୁ କାହିଁକି appeared first on Dharitri Odia News.