ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ‘ବବିଙ୍କୁ ଭୋଟ ଦେଇ ସେବା କରିବାର ସୁଯୋଗ ଦେବେ’
ଭୁବନେଶ୍ବର,୨୨।୫: ରାଜ୍ୟରେ ତୃତୀୟ ପର୍ଯ୍ୟୟ ମତାଦାନକୁ ଆଉ ଖୁବ କମ୍ ଦିନ ବାକି ରହିଛି। ୨୫ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ, ଭୁବନେଶ୍ବର ଓ ସମ୍ବଲପୁର ସମେତ ୬ ଲୋକ ସଭା ଆସନରେ ମତଦାନ ହେବ। ଏସବୁ ମଧ୍ୟରେ ସମସ୍ତ ଦଳ ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଛି। ସମ୍ବଲପୁର ଲୋକ ସଭା ଆସନରେ ବିଜେଡି ଏମ୍ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି […] The post ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ‘ବବିଙ୍କୁ ଭୋଟ ଦେଇ ସେବା କରିବାର ସୁଯୋଗ ଦେବେ’ appeared first on Dharitri Odia News.
ଭୁବନେଶ୍ବର,୨୨।୫: ରାଜ୍ୟରେ ତୃତୀୟ ପର୍ଯ୍ୟୟ ମତାଦାନକୁ ଆଉ ଖୁବ କମ୍ ଦିନ ବାକି ରହିଛି। ୨୫ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ, ଭୁବନେଶ୍ବର ଓ ସମ୍ବଲପୁର ସମେତ ୬ ଲୋକ ସଭା ଆସନରେ ମତଦାନ ହେବ। ଏସବୁ ମଧ୍ୟରେ ସମସ୍ତ ଦଳ ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଛି। ସମ୍ବଲପୁର ଲୋକ ସଭା ଆସନରେ ବିଜେଡି ଏମ୍ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ସମ୍ବଲପୁରୀ ଭାଷାରେ ସମ୍ବଲପୁର ଲୋକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରି ନବୀନ ପଟ୍ଟନାୟକ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।
ବିଜେଡି ସୁପ୍ରିମୋ କହିଛନ୍ତି ‘ମା’ ସମଲାଇ ମନ୍ଦିର ରୂପାନ୍ତରୀକରଣରେ ବବି ବାବୁଙ୍କର ଅବଦାନ ରହିଛି। ଏବେ ତାଙ୍କୁ ମା’ ସମଲେଇ ସେହି ଅଞ୍ଚଳର ସେବା କରିବା ଲାଗି ସୁଯୋଗ ଦେଇଛନ୍ତି। ସେ ଆପଣଙ୍କ ସହ ସବୁବେଳେ ରହିବେ। ସମ୍ବଲପୁରର ଉନ୍ନତି କରିବେ। ଏଣୁ ଆପଣମାନେ ପ୍ରଣବ ପ୍ରକାଶ ଦାସଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କର୍ ଆଶୀର୍ବାଦ୍ ଲାଗି ତାହାଙ୍କୁ ମନ୍ ଭିତରୁ ବହୁତ୍ ବହୁତ୍ ଧନ୍ୟବାଦ୍। ତାଙ୍କର୍ ସପନ୍ ଇଥର ନିଶ୍ଚେ ସାକାର୍ ହେବା; ‘ସମୃଦ୍ଧ ସମ୍ବଲପୁର୍’ ଗଢ଼ା ହେବା।
ଜଏ ମାଁ ସମଲେଇ
#ସମୃଦ୍ଧସମ୍ବଲପୁର#SamruddhaSambalpur #JodiShankha pic.twitter.com/8dR5zFvtkQ
— Pranab Prakash Das (@pranabpdas) May 22, 2024
The post ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ‘ବବିଙ୍କୁ ଭୋଟ ଦେଇ ସେବା କରିବାର ସୁଯୋଗ ଦେବେ’ appeared first on Dharitri Odia News.
