ସମ୍ବଲପୁରରେ ଖଡୁରା ସମାଜର ମିଳନ ଉତ୍ସବ ସହ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ

ସମ୍ବଲପୁର:ରବିବାର ସମ୍ବଲପୁର ନାରୀସେବା ସଦନ ନିକଟସ୍ଥ ସାମ୍ବାଦିକ ଭବନଠାରେ ମା’ ମାହେଶ୍ୱରୀ ସେନା ଆନୁକୁଲ୍ୟରେ ଖଡୁରା ସମାଜର ଅନେକ ପରିବାର ମଧ୍ୟରେ ରହିଥିବା ମନ ମନାନ୍ତର ସମାଧାନ ଉଦ୍ଦେଶ୍ୟରେ ସନତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ମିଳନ ଉତ୍ସବ ଆୟୋଜିତ ହୋଇଥିଲା। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଗୋପୀନାଥ ସାହୁ, ସମ୍ମାନିତ ଅତିଥି ଭାବରେ ଶ୍ରୀ ବିଭୁଦତ୍ତ ସାହୁ ତଥା ନିଖିଳ ଉତ୍କଳ ଖଡୁରା ସମାଜ ଅନୁଗୁଳରୁ ପୀତବାସ ସାହୁ ଯୋଗଦେଇଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ […] The post ସମ୍ବଲପୁରରେ ଖଡୁରା ସମାଜର ମିଳନ ଉତ୍ସବ ସହ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ appeared first on Odisha.News.

ସମ୍ବଲପୁରରେ ଖଡୁରା ସମାଜର ମିଳନ ଉତ୍ସବ ସହ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ

ସମ୍ବଲପୁର:ରବିବାର ସମ୍ବଲପୁର ନାରୀସେବା ସଦନ ନିକଟସ୍ଥ ସାମ୍ବାଦିକ ଭବନଠାରେ ମା’ ମାହେଶ୍ୱରୀ ସେନା ଆନୁକୁଲ୍ୟରେ ଖଡୁରା ସମାଜର ଅନେକ ପରିବାର ମଧ୍ୟରେ ରହିଥିବା ମନ ମନାନ୍ତର ସମାଧାନ ଉଦ୍ଦେଶ୍ୟରେ ସନତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ମିଳନ ଉତ୍ସବ ଆୟୋଜିତ ହୋଇଥିଲା। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଗୋପୀନାଥ ସାହୁ, ସମ୍ମାନିତ ଅତିଥି ଭାବରେ ଶ୍ରୀ ବିଭୁଦତ୍ତ ସାହୁ ତଥା ନିଖିଳ ଉତ୍କଳ ଖଡୁରା ସମାଜ ଅନୁଗୁଳରୁ ପୀତବାସ ସାହୁ ଯୋଗଦେଇଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସରୋଜ ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ଗିରିଶ ନାୟକ, ପଦ୍ମନାଭ ସାହୁ, ବାଇଧର ସାହୁ, ଦିପୁନ ସାହୁ, ଅକ୍ଷୟ ସାହୁ, ଆଲୋକ ଚନ୍ଦ୍ର ସାହୁ ଓ ରଞ୍ଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ ମିଳନ ପର୍ବ କାର୍ଯ୍ୟକ୍ରମକୁ ବୃନ୍ଦାବନ ସାହୁ, ସଙ୍କୀର୍ତ୍ତନ ସାହୁ, କରନ ସାହୁ, ଭଗବାନ ଦାସ, ନରସିଂହ ଦାସ, ବିର ସାହୁ, ଗୋକୁଳ ପାତ୍ର, ନାରାୟଣ ପାତ୍ର ଓ ପ୍ରକାଶ ପାତ୍ର ଆଦି ସମ୍ବଲପୁରର କର୍ମକର୍ତ୍ତାମାନେ ସୂଚାରୁ ରୂପେ ସଭା କାର୍ଯ୍ୟ ସମ୍ପାଦନରେ ସକ୍ରୀୟ ସହଯୋଗ କରିଥିଲେ। ଏହି ମିଳନ ଉତ୍ସବରେ ପଚାଶ ଘର ଖଡୁରା ସମାଜର ବିଚାରଧର୍ମୀ ପତ୍ରିକା ‘ହେଷ୍କାନୀ’ ର ଚଳିତ ବର୍ଷର ନୂଆଁଖାଇ ବିଶେଷାଙ୍କର ପ୍ରଚ୍ଛଦପଟ ଲୋକାର୍ପଣ କରାଯାଇଥିଲା। ଚଳିତ ବର୍ଷ ନୂଆଁଖାଇ ଭେଟଘାଟ ଆସନ୍ତା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ପାଳନ କରିବା ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜରେ ଭରି ରହିଥିବା କୁସଂସ୍କାରର ମୂଳୋତ୍ପାଟନ, ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣ ସହିତ ସମାଜର ସାମଗ୍ରିକ ବିକାଶାଦି ବିଷୟରେ ଆଲୋଚନା ହୋଇଥିଲା। ଶେଷରେ ଗୋକୁଳାନନ୍ଦ ପାତ୍ର ଖଡୁରା ସମାଜର ଦୃଢ଼ ଏକତା ପାଇଁ ସମସ୍ତେ ଅଣ୍ଟା ଭିଡିବାକୁ ନିବେଦନ କରି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

The post ସମ୍ବଲପୁରରେ ଖଡୁରା ସମାଜର ମିଳନ ଉତ୍ସବ ସହ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ appeared first on Odisha.News.