ସମ୍ବଲପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ଯୁବ ଦକ୍ଷତା ଦିବସ

ସମ୍ବଲପୁର:ଜିଲ୍ଲା ଦକ୍ଷତା ବିକାଶ ଓ ନିଯୋଜନ କାର୍ଯ୍ୟାଳୟ, ସମ୍ବଲପୁର ତରଫରୁ ଆୟୋଜିତ ହୋଇଥିବା ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ଆଜି ତା ୧୫.୦୭.୨୦୨୫ ରିଖ ଦିବା ୧୦:୦୦ ଘଟିକା ସମୟରେ ଉକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀ ସତୀଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏତତ୍ସହିତ ସମ୍ବଲପୁରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଯୁଗ୍ମ ସିଇଓ ORMAS, ଜିଲ୍ଲା ସୂଚନା […] The post ସମ୍ବଲପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ଯୁବ ଦକ୍ଷତା ଦିବସ appeared first on Odisha.News.

ସମ୍ବଲପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ଯୁବ ଦକ୍ଷତା ଦିବସ

ସମ୍ବଲପୁର:ଜିଲ୍ଲା ଦକ୍ଷତା ବିକାଶ ଓ ନିଯୋଜନ କାର୍ଯ୍ୟାଳୟ, ସମ୍ବଲପୁର ତରଫରୁ ଆୟୋଜିତ ହୋଇଥିବା ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ଆଜି ତା ୧୫.୦୭.୨୦୨୫ ରିଖ ଦିବା ୧୦:୦୦ ଘଟିକା ସମୟରେ ଉକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀ ସତୀଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏତତ୍ସହିତ ସମ୍ବଲପୁରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଯୁଗ୍ମ ସିଇଓ ORMAS, ଜିଲ୍ଲା ସୂଚନା ଏବଂ ପ୍ରସାରଣ ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଆମନ୍ତ୍ରିତ ହୋଇଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ, ସମ୍ବଲପୁରର ଉପ ନିର୍ଦ୍ଦେଶକ ଶ୍ରୀ ଶଙ୍କର ଚରଣ ମୁର୍ମୁ ଏହି କାର୍ଯ୍ୟକ୍ରମର ପରିଚାଳନା ଭାରଗ୍ରହଣ କରି ଥିଲେ। ଏହି ସଭାରେ ବିଶ୍ଵ ଯୁବ ଦକ୍ଷତା ଦିବସର ମହତ୍ତ୍ଵ ଏବଂ ରାଷ୍ଟ୍ରଗଠନ କ୍ଷେତ୍ରରେ ଯୁବସମାଜର ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଯୋଗଦାନ ଦେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ୍ ଓ ପ୍ରବନ୍ଧଳିଖନ ଇତ୍ୟାଦିରେ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ସଭା ପରିଶେଷରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୋଜନ କାର୍ଯ୍ୟାଳୟ, ସମ୍ବଲପୁରର କନିଷ୍ଠ ନିୟୋଜନ ଅଧିକାରୀ ଶ୍ରୀ ଲମ୍ବୋଦର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

The post ସମ୍ବଲପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ଯୁବ ଦକ୍ଷତା ଦିବସ appeared first on Odisha.News.