ସମ୍ବଲପୁରରେ ପଶ୍ଚିମବଙ୍ଗର ଧାନ ଟ୍ରକ୍ ,ଜବତ କଲା ଯୋଗାଣ ବିଭାଗ । ଜଣେ ଅଟକ
କନକ ବ୍ୟୁରୋ: ସମ୍ବଲପୁରରେ ପଶ୍ଚିମବଙ୍ଗର ଧାନ ଟ୍ରକ୍। ସମ୍ବଲପୁର ଧନକଉଡ଼ା ବ୍ଲକ ସାତୁପାଲିସ୍ଥିତ ରାଇସ ମିଲ୍ ନିକଟରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଧାନ ବୋଝେଇ ଟ୍ରକକୁ ଜବତ କରିଛି ଯୋଗାଣ ବିଭାଗ । ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ଧାନ ବୋନସ୍ ସହାୟତା ଦିଆଯାଉଥିବାରୁ ବାହାର ରାଜ୍ୟର ଧାନ ଓଡ଼ିଶାକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଗତକାଲି ସାତୁପାଲିସ୍ଥିତ ରାଇସ୍ ମିଲ୍ ନିକଟରେ ଏହି ୧୦ ଚକିଆ ଟ୍ରକରେ ପାଖାପାଖି ୫୦୦ ବସ୍ତା ଧାନ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଆଉ ଜଣେ ବ୍ୟକ୍ତି ପହଞ୍ଚି ନିଜକୁ ଧାନ ଏବଂ ଟ୍ରକର ମାଲିକ ବୋଲି କହି ଗାଡିର କାଗଜପତ୍ର ଦେଖାଇଥିଲେ। କିନ୍ତୁ ଧାନ ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ ଏହା ବେଆଇନ୍ ଧାନ ବିକ୍ରି ମାମଲା ବୋଲି ସନ୍ଦେହ ବଢିଛି।

କନକ ବ୍ୟୁରୋ: ସମ୍ବଲପୁରରେ ପଶ୍ଚିମବଙ୍ଗର ଧାନ ଟ୍ରକ୍। ସମ୍ବଲପୁର ଧନକଉଡ଼ା ବ୍ଲକ ସାତୁପାଲିସ୍ଥିତ ରାଇସ ମିଲ୍ ନିକଟରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଧାନ ବୋଝେଇ ଟ୍ରକକୁ ଜବତ କରିଛି ଯୋଗାଣ ବିଭାଗ ।
ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ଧାନ ବୋନସ୍ ସହାୟତା ଦିଆଯାଉଥିବାରୁ ବାହାର ରାଜ୍ୟର ଧାନ ଓଡ଼ିଶାକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି।
ଗତକାଲି ସାତୁପାଲିସ୍ଥିତ ରାଇସ୍ ମିଲ୍ ନିକଟରେ ଏହି ୧୦ ଚକିଆ ଟ୍ରକରେ ପାଖାପାଖି ୫୦୦ ବସ୍ତା ଧାନ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଆଉ ଜଣେ ବ୍ୟକ୍ତି ପହଞ୍ଚି ନିଜକୁ ଧାନ ଏବଂ ଟ୍ରକର ମାଲିକ ବୋଲି କହି ଗାଡିର କାଗଜପତ୍ର ଦେଖାଇଥିଲେ। କିନ୍ତୁ ଧାନ ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ ଏହା ବେଆଇନ୍ ଧାନ ବିକ୍ରି ମାମଲା ବୋଲି ସନ୍ଦେହ ବଢିଛି।