ସମ୍ବଲପୁରରେ ‘ମୋ ବସ୍’ କର୍ମଚାରୀଙ୍କ ଆନ୍ଦୋଳନ, ବିଭିନ୍ନ ରୁଟ୍ରେ ଯାତାୟତ ଠପ୍
ସମ୍ବଲପୁର ୦୪।୦୮: ସମ୍ବଲପୁରରେ ମୋ ବସ୍ ଡ୍ରାଇଭର ତଥା କର୍ମଚାରୀଙ୍କ ଆନ୍ଦୋଳନ | ଆନ୍ଦୋଳନ ଫଳରେ ସମ୍ବଲପୁର ଅଇଁଠାପାଲିରେ ଅଟକି ରହିଛି ବସ୍ | ଆନ୍ଦୋଳନ ଯୋଗୁଁ ଆଜି ବସ୍ ସେବା ବ୍ୟାହତ ହୋଇଛି | ଖବର ଅନୁଯାୟୀ, ବିଭିନ୍ନ ଦାବି ନେଇ ବସ୍ ଡ୍ରାଇଭର ଓ ବସ୍ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଜିଏମ କଲେଜ ଛକରେ ଜଣେ ବ୍ୟକ୍ତି ବସ୍ ଡ୍ରାଇଭରଙ୍କୁ ଗାଲିଗୁଲଜ ସହ ଧମକଚମକ ଦେଇଥିବା ଅଭିଯୋଗ ପରେ ବି ମୋ ବସ୍ ସେବା କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଓଲଟି ଡ୍ରାଇଭରଙ୍କୁ କାମରୁ ବାହାର କରିବା, ଷ୍ଟପେଜରେ ଗାଡି ରଖିବାକୁ ନେଇ କର୍ତ୍ତୃପକ୍ଷ ଡ୍ରାଇଭରଙ୍କୁ ଗାଳି କରିବା , ପବ୍ଲିକ ଅଭିଯୋଗରେ ଏକ ପାଖିଆ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଫଳରେ ଆଜି ସବୁ ମୋ ବସ୍ ବନ୍ଦ ରହିଛି |
ସମ୍ବଲପୁର ୦୪।୦୮: ସମ୍ବଲପୁରରେ ମୋ ବସ୍ ଡ୍ରାଇଭର ତଥା କର୍ମଚାରୀଙ୍କ ଆନ୍ଦୋଳନ | ଆନ୍ଦୋଳନ ଫଳରେ ସମ୍ବଲପୁର ଅଇଁଠାପାଲିରେ ଅଟକି ରହିଛି ବସ୍ | ଆନ୍ଦୋଳନ ଯୋଗୁଁ ଆଜି ବସ୍ ସେବା ବ୍ୟାହତ ହୋଇଛି |
ଖବର ଅନୁଯାୟୀ, ବିଭିନ୍ନ ଦାବି ନେଇ ବସ୍ ଡ୍ରାଇଭର ଓ ବସ୍ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଜିଏମ କଲେଜ ଛକରେ ଜଣେ ବ୍ୟକ୍ତି ବସ୍ ଡ୍ରାଇଭରଙ୍କୁ ଗାଲିଗୁଲଜ ସହ ଧମକଚମକ ଦେଇଥିବା ଅଭିଯୋଗ ପରେ ବି ମୋ ବସ୍ ସେବା କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଓଲଟି ଡ୍ରାଇଭରଙ୍କୁ କାମରୁ ବାହାର କରିବା, ଷ୍ଟପେଜରେ ଗାଡି ରଖିବାକୁ ନେଇ କର୍ତ୍ତୃପକ୍ଷ ଡ୍ରାଇଭରଙ୍କୁ ଗାଳି କରିବା , ପବ୍ଲିକ ଅଭିଯୋଗରେ ଏକ ପାଖିଆ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଫଳରେ ଆଜି ସବୁ ମୋ ବସ୍ ବନ୍ଦ ରହିଛି |