ସମ୍ବଲପୁରରେ ରାସେଶ୍ୱରୀ, ରୋହିତଙ୍କ ଆସନ ଅଙ୍କ ଛିଣ୍ଡୁନି

ସମ୍ବଲପୁର,୪ା୪ (ଭବାନୀ ଶଙ୍କର ଭୋଇ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାରାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଭରସା କରି ପୁନର୍ବାର ଟିକେଟ ଦେଇଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା ହୋଇନାହିଁ। ସମ୍ବଲପୁର ଲୋକ ସଭା କ୍ଷେତ୍ରରୁ ଭାଜପାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମ […] The post ସମ୍ବଲପୁରରେ ରାସେଶ୍ୱରୀ, ରୋହିତଙ୍କ ଆସନ ଅଙ୍କ ଛିଣ୍ଡୁନି appeared first on Dharitri Odia News.

ସମ୍ବଲପୁରରେ ରାସେଶ୍ୱରୀ, ରୋହିତଙ୍କ ଆସନ ଅଙ୍କ ଛିଣ୍ଡୁନି

ସମ୍ବଲପୁର,୪ା୪ (ଭବାନୀ ଶଙ୍କର ଭୋଇ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାରାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଭରସା କରି ପୁନର୍ବାର ଟିକେଟ ଦେଇଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା ହୋଇନାହିଁ। ସମ୍ବଲପୁର ଲୋକ ସଭା କ୍ଷେତ୍ରରୁ ଭାଜପାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମ ଘୋଷଣା ହେବା ପରେ କର୍ମୀ ମହଲରେ ହାରଜିତକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ତେବେ ବିଜେଡିର ବିଧାନସଭା ଅଙ୍କ ଏଯାଏ ଛିଣ୍ଡିପାରି ନ ଥିବାରୁ କାହାକୁ ଟିକେଟ ମିଳିବ ସେ ନେଇ କର୍ମୀମାନଙ୍କ ମଧ୍ୟରେ ଉତ୍କଣ୍ଠା ଲାଗିରହିଛି।

ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ବବିଙ୍କ ନାମ ଘୋଷଣା ହୋଇ ସେ ସମ୍ବଲପୁର ଆସିବା ପର୍ଯ୍ୟନ୍ତ ବିଜେଡି ଜିଲା ସଭାପତି ରୋହିତ ପୂଜାରୀଙ୍କ ନାମ ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ସବୁଠାରୁ ଆଗରେ ରହିଥିଲା। ରୋହିତଙ୍କ ସମର୍ଥକ ସମ୍ବଲପୁର ବିଧାନସଭା ଟିକେଟ ଫାଇନାଲ ହୋଇସାରିଥିବା ଦାବି କରୁଥିଲେ। ଏପରି କି ବବି ରୋହିତଙ୍କୁ ନେଇ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଘରକୁ ଦେଖା କରିବା ପାଇଁ ଯାଇଥିଲେ। ଏହି ସମୟରେ ରାସେଶ୍ୱରୀଙ୍କ ସମର୍ଥକ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ବବିଙ୍କ ସାମ୍ନାରେ ଡା. ପାଣିଗ୍ରାହୀଙ୍କୁ ଟିକେଟ ନ ଦେଲେ ସେମାନେ ସକ୍ରିୟ ଭାବେ ପ୍ରଚାର କାମରେ ଲାଗିବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ରୋହିତଙ୍କୁ ସିଧାସଳଖ ବିରୋଧ କରିଥିଲେ। ଏହା ପରେ ବିଜେଡି ରୋହିତଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ ଦେବା ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା। ରୋହିତ ପରିସ୍ଥିତି ଦେଖି ପୁଣିଥରେ ରେଢାଖୋଲ ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି। ଏହାପରେ ସମର୍ଥକମାନେ ଡା. ରାସେଶ୍ୱରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା ପାଇଁ ପୁଣିଥରେ ଟିକେଟ ପାଇବେ ବୋଲି ଦାବି କରୁଛନ୍ତି। ସେମାନଙ୍କ କହିବା କଥା ଡା. ପାଣିଗ୍ରାହୀଙ୍କ ସମୟରେ ସମ୍ବଲପୁରରେ ଅନେକ ବିକାଶମୂଳକ କାମ ହୋଇଛି। ସମ୍ବଲପୁର ଜନସାଧାରଣଙ୍କ ନିକଟରେ ତାଙ୍କର ଲୋକପ୍ରିୟତା ମଧ୍ୟ ଅଛି। ସେ ଜୟନାରାୟଣଙ୍କୁ କଡ଼ା ଟକ୍କର ଦେବେ ଓ ସଂସଦୀୟ ନିର୍ବାଚନରେ ମଧ୍ୟ ଏହାର ଫାଇଦା ମିଳିବ ବୋଲି ସମର୍ଥକ ଦାବି କରୁଛନ୍ତି। ତେବେ ବିଜେଡିର ଦ୍ୱିତୀୟ ତାଲିକାରେ ମଧ୍ୟ ସମ୍ବଲପୁରର କୌଣସି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ଜିଲାରେ ବିଜେଡି ପ୍ରାର୍ଥୀ ଜିତିବା ସମ୍ଭାବନାକୁ ନେଇ ଦଳ ଭିତରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ହାତୀ କାହାମୁଣ୍ଡରେ ସୁନାକଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା।

The post ସମ୍ବଲପୁରରେ ରାସେଶ୍ୱରୀ, ରୋହିତଙ୍କ ଆସନ ଅଙ୍କ ଛିଣ୍ଡୁନି appeared first on Dharitri Odia News.