ସମ୍ବିତ୍‌ ପାତ୍ରଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ୍‌

ନୂଆଦିଲ୍ଲୀ,୭ା୧୨:କଂଗ୍ରେସ ଏମ୍‌ପି ହିବି ଏଡେନ୍‌ ଶୁକ୍ରବାର ଲୋକ ସଭାରେ ପୁରୀର ଭାଜପା ସଦସ୍ୟ ସମ୍ବିତ୍‌ ପାତ୍ରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ପାଇଁ ନୋଟିସ୍‌ ଦେଇଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବିଶ୍ୱାସଘାତକମାନଙ୍କ ସର୍ଦ୍ଦାର ବୋଲି ସମ୍ବିତ୍‌ କରିଥିବା ସମାଲୋଚନା ସମ୍ପୂର୍ଣ୍ଣ ଭାବେ ଅପମାନଜନକ ଏବଂ ଅସଂସଦୀୟ ଭାଷା। ଏହା ସାମ୍ବିଧାନିକ ନିୟମର ଉଲ୍ଲଂଘନ କରୁଥିବା ଦର୍ଶାଇ ଏଡେନ୍‌ ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପ୍ରକାଶ ଯେ, ସମ୍ବିତ୍‌ ଗୁରୁବାର […] The post ସମ୍ବିତ୍‌ ପାତ୍ରଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ୍‌ appeared first on Dharitri Odia News.

ସମ୍ବିତ୍‌ ପାତ୍ରଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ୍‌

ନୂଆଦିଲ୍ଲୀ,୭ା୧୨:କଂଗ୍ରେସ ଏମ୍‌ପି ହିବି ଏଡେନ୍‌ ଶୁକ୍ରବାର ଲୋକ ସଭାରେ ପୁରୀର ଭାଜପା ସଦସ୍ୟ ସମ୍ବିତ୍‌ ପାତ୍ରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ପାଇଁ ନୋଟିସ୍‌ ଦେଇଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବିଶ୍ୱାସଘାତକମାନଙ୍କ ସର୍ଦ୍ଦାର ବୋଲି ସମ୍ବିତ୍‌ କରିଥିବା ସମାଲୋଚନା ସମ୍ପୂର୍ଣ୍ଣ ଭାବେ ଅପମାନଜନକ ଏବଂ ଅସଂସଦୀୟ ଭାଷା। ଏହା ସାମ୍ବିଧାନିକ ନିୟମର ଉଲ୍ଲଂଘନ କରୁଥିବା ଦର୍ଶାଇ ଏଡେନ୍‌ ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପ୍ରକାଶ ଯେ, ସମ୍ବିତ୍‌ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ରାହୁଲଙ୍କ ବିରୋଧରେ କେତେକ ଅଭିଯୋଗ ଆଣି ତାଙ୍କୁ ସବୁଠୁ ବଡ଼ ବିଶ୍ୱାସଘାତକ ବୋଲି କହିଥିଲେ। ବିରୋଧୀ ଦଳ ନେତା ଭଳି ଏକ ସାମ୍ବିଧାନିକ ପଦରେ ଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଏଭଳି ଅସଂସଦୀୟ ଏବଂ ମାନହାନିସୂଚକ ଶବ୍ଦ ବ୍ୟବହାର କରିବା ସଂସଦୀୟ ନିୟମର ଅବମାନନା ବୋଲି ଏର୍ନାକୁଲମ ଏମ୍‌ପି ଏଡେନ୍‌ କହିଛନ୍ତି।

The post ସମ୍ବିତ୍‌ ପାତ୍ରଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ୍‌ appeared first on Dharitri Odia News.