ସମ୍ବିଧାନ ପ୍ରଣୟନର ୭୫ତମ ବର୍ଷ ଅବସରରେ ଭାଷଣର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସମ୍ବିଧାନର ପ୍ରଣୟନର ୭୫ତମ ବର୍ଷ ପୂର୍ତ୍ତି ଅବସର। ଆଜି ମଧ୍ୟ ସଂସଦରେ ହେବ ସବିଶେଷ ଆଲୋଚନା। ବିଭିନ୍ନ ଦଳର... The post ସମ୍ବିଧାନ ପ୍ରଣୟନର ୭୫ତମ ବର୍ଷ ଅବସରରେ ଭାଷଣର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ appeared first on .
ନୂଆଦିଲ୍ଲୀ: ସମ୍ବିଧାନର ପ୍ରଣୟନର ୭୫ତମ ବର୍ଷ ପୂର୍ତ୍ତି ଅବସର। ଆଜି ମଧ୍ୟ ସଂସଦରେ ହେବ ସବିଶେଷ ଆଲୋଚନା। ବିଭିନ୍ନ ଦଳର ସଦସ୍ୟଙ୍କ ଭାଷଣ ଉପରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବିଧାନ ପ୍ରଣୟନର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭାରେ ମଧ୍ୟ ଆଲୋଚନା ହେବ। ଆସନ୍ତା ୧୬ ଏବଂ ୧୭ ତାରିଖରେ ହେବ ଏହି ଆଲୋଚନା । ଗତକାଲି ଲୋକସଭାରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ଅବସରରେ ପ୍ରଥମ ଭାଷଣ ରଖିଥିଲେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ସମ୍ବିଧାନ ଦେଶର ସୁରକ୍ଷା କବଚ ଭାବେ ବିବେଚନା କରି ସରକାରଙ୍କୁ କଡ଼଼ା ସମାଲୋଚନା କରିଥିଲେ। ସରକାରୀ ଦଳ ଏହାକୁ ଭଂଗ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଅବସରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ସମାଲୋଚନା କରଥିଲେ। ୧୦ ବର୍ଷ ଧରି କେନ୍ଦ୍ରରେ ଥିବା ସରକାର ଜନତାଙ୍କ ଏହି କବଚକୁ ଭାଙ୍ଗିବାକୁ ଚାହୁଛନ୍ତି। ସମ୍ବିଧାନ ଜନତାଙ୍କ ସୁରକ୍ଷା କବଚ। ନ୍ୟାୟ, ଏକତା ଏବଂ ମତବ୍ୟକ୍ତର ଏହା କବଚ ବୋଲି କହିଥିଲେ ପ୍ରିୟଙ୍କା। ଏହି ସମ୍ବିଧାନ ଆମକୁ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ସୁରକ୍ଷା ପ୍ରଦାନ କରିଆସୁଛି। ଏହି ଅବସରରେ ୨୦୦୧ ମସିହାରେ ଘଟିଥିବା ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ମନେ ପକାଇ ଦିବଙ୍ଗତ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
The post ସମ୍ବିଧାନ ପ୍ରଣୟନର ୭୫ତମ ବର୍ଷ ଅବସରରେ ଭାଷଣର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ appeared first on .