ସମ୍ବିଧାନ ଭାଙ୍ଗିବା ପାପ କରିଛି କଂଗ୍ରେସ: ନିତିନ ଗଡକରୀ
ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ରାଜନୀତି ଅପେକ୍ଷା ଦେଶର ଭିତ୍ତିଭୂମି ବିକାଶ ବିଷୟରେ କହିବାକୁ ପସନ୍ଦ କରନ୍ତି, କିନ୍ତୁ ସେ ରାଜନୈତିକ ପ୍ରଶ୍ନର ତୀକ୍ଷ୍ଣ ଜବାବ ମଧ୍ୟ ଦେଇଛନ୍ତି। ସମ୍ବିଧାନ ବଦଳାଇ ଦେବା ନେଇ ଭାଜପା ବିରୋଧରେ ହୋଇଥିବା ଅଭିଯୋଗ ଉପରେ ସେ କହିଛନ୍ତି ଯେ, ବିରୋଧୀଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି, ଏହା ନିଜେ ୮୦ ଥର ପରିବର୍ତ୍ତନ କରି ସମ୍ବିଧାନ ଭାଙ୍ଗିବା ପାପ କରିଛି। ସଂଖ୍ୟାଲଘୁ ତଥା ଦଳିତଙ୍କୁ […] The post ସମ୍ବିଧାନ ଭାଙ୍ଗିବା ପାପ କରିଛି କଂଗ୍ରେସ: ନିତିନ ଗଡକରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ରାଜନୀତି ଅପେକ୍ଷା ଦେଶର ଭିତ୍ତିଭୂମି ବିକାଶ ବିଷୟରେ କହିବାକୁ ପସନ୍ଦ କରନ୍ତି, କିନ୍ତୁ ସେ ରାଜନୈତିକ ପ୍ରଶ୍ନର ତୀକ୍ଷ୍ଣ ଜବାବ ମଧ୍ୟ ଦେଇଛନ୍ତି। ସମ୍ବିଧାନ ବଦଳାଇ ଦେବା ନେଇ ଭାଜପା ବିରୋଧରେ ହୋଇଥିବା ଅଭିଯୋଗ ଉପରେ ସେ କହିଛନ୍ତି ଯେ, ବିରୋଧୀଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି, ଏହା ନିଜେ ୮୦ ଥର ପରିବର୍ତ୍ତନ କରି ସମ୍ବିଧାନ ଭାଙ୍ଗିବା ପାପ କରିଛି। ସଂଖ୍ୟାଲଘୁ ତଥା ଦଳିତଙ୍କୁ ବିଭ୍ରାନ୍ତ କରିବା ପାଇଁ ବିରୋଧୀ ମିଥ୍ୟା ପ୍ରଚାର କରୁଛନ୍ତି। କିନ୍ତୁ, ସେମାନେ ଏଥିରେ ସଫଳ ହେବେ ନାହିଁ। କେସବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟର ୭ ଜଣ ବିଚାରପତି କହିଛନ୍ତି ଯେ, ସମ୍ବିଧାନର ମୌଳିକ ଗଠନକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। କଂଗ୍ରେସ ହିଁ ସମ୍ବିଧାନ ପରିବର୍ତ୍ତନ ବିଷୟରେ କହୁଛି, ୮୦ ଥର ପରିବର୍ତ୍ତନ କରି ସମ୍ବିଧାନ ଭାଙ୍ଗିବା ପାପ କରିଛି।
The post ସମ୍ବିଧାନ ଭାଙ୍ଗିବା ପାପ କରିଛି କଂଗ୍ରେସ: ନିତିନ ଗଡକରୀ appeared first on Dharitri Odia News.