ସମ୍ଭଲ ଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ; ଦିଲ୍ଲୀ ଫେରିଗଲେ

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ଘଟିଥିବା ହିଂସାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଧରି ସମ୍ଭଲ ଯାତ୍ରାରେ ବାହାରିଥିଲେ ମଧ୍ୟ ଏହି ଯାତ୍ରା ସଫଳ ହୋଇପାରିନାହିଁ। ରାହୁଲ ଓ ପ୍ରିୟଙ୍କାଙ୍କୁ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି। ଫଳରେ ଏଠାରେ ଏକ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ତେବେ ପ୍ରାୟ ୨ ଘଣ୍ଟାର […]

ସମ୍ଭଲ ଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ; ଦିଲ୍ଲୀ ଫେରିଗଲେ

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ଘଟିଥିବା ହିଂସାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଧରି ସମ୍ଭଲ ଯାତ୍ରାରେ ବାହାରିଥିଲେ ମଧ୍ୟ ଏହି ଯାତ୍ରା ସଫଳ ହୋଇପାରିନାହିଁ। ରାହୁଲ ଓ ପ୍ରିୟଙ୍କାଙ୍କୁ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି। ଫଳରେ ଏଠାରେ ଏକ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ତେବେ ପ୍ରାୟ ୨ ଘଣ୍ଟାର ଡ୍ରାମା ପରେ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଫେରିବାକୁ ପଡ଼ିଛି। ଏନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ବିରୋଧୀ ଦଳର ନେତା, ତାଙ୍କର ସାମ୍ବିଧାନିକ ଅଧିକାର ଅଛି, ତାଙ୍କୁ ପୀଡିତ ପରିବାରଙ୍କୁ ଭେଟିବାକୁ ଦିଆଯିବା ଉଚିତ। ତାଙ୍କୁ ଏପରି ଅଟକାଯାଇପାରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ସେ ପୁଲିସ ସହ ଏକା ପୀଡ଼ିତଙ୍କୁ ଭେଟିବାକୁ ଯିବେ, ହେଲେ ପୁଲିସ ଏଥିରେ ମଧ୍ୟ ସହମତ ନୁହଁନ୍ତି, ପୁଲିସ ନିକଟରେ କୌଣସି ଉତ୍ତର ନାହିଁ ବୋଲି କହି ବର୍ଷିଛନ୍ତି ରାହୁଲ। ଏହି ସମୟର ଏକ ଭିଡିଓ ସୋଶାଲ ମିଡିଆରେ ଶେୟାର କରିଛନ୍ତି ରାହୁଲ ଗାନ୍ଧୀ। ଏଥିରେ ସେ ପୁଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ପୁଲିସ ସମେତ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି।