ସମ୍ଭଲ ସୀମାରୁ ଫେରିଆସିଲେ ରାହୁଲ-ପ୍ରିୟଙ୍କା; କଟକଣା କାରଣ କହି ଜିଲ୍ଲାରେ ପଶିବାକୁ ଦେଲାନି ସ୍ଥାନୀୟ ପ୍ରଶାସନ

କନକ ବ୍ୟୁରୋ : ସମ୍ଭଲ ହିଂସା ଘଟଣାରେ ରାଜନୀତିର ରଙ୍ଗ ଲାଗିସାରିଛି । ନିକଟରେ ସପା ପ୍ରତିନିଧିମଣ୍ଡଳୀଙ୍କୁ ଆଉ ଆଜି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ସମ୍ଭଲ ଯିବାକୁ ବାରଣ କରାଯିବା ଘଟଣାକୁ ନେଇ ନୂଆ ବିବାଦ ଛିଡା ହୋଇଛି । ବୁଧବାର ସକାଳୁ ଦିଲ୍ଲୀରୁ ସମ୍ଭଲ ଅଭିମୁଖେ ବାହାରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଗାଜିପୁର-ଦିଲ୍ଲୀ ସୀମାରେ ପହଁଚିବାପରେ ତାଙ୍କୁ ରୋକିଥିଲା ସ୍ଥାନୀୟ ପ୍ରଶାସନ । ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲ ଯିବାକୁ ବାରଣ ଥିବା କହି ରାହୁଲ ଓ ପ୍ରିୟଙ୍କାଙ୍କ ଗସ୍ତ ଉପରେ ଲଗାଯାଇଥିଲା କଟକଣା । ଏହାପରେ ସୀମାରେ ଦେଖିବାକୁ ମିଳିଥିଲା କଂଗ୍ରେସକର୍ମୀଙ୍କ ଋଣହୁଙ୍କାର । ରାସ୍ତାରେ ବସି ଧାରଣା ଦେବା ହୋହଲ୍ଲା, ନାରାବାଜୀରେ କମ୍ପିଥିଲେ କର୍ମୀ । ସ୍ଥିତି ଏଭଳି ହୋଇଥିଲା ଯେ ଦୀର୍ଘଘଣ୍ଟା ଧରି ପ୍ରବଳ ଟ୍ରାଫିକ ଯୋଗୁଁ ନାହିଁନଥିବା ସମସ୍ୟାରେ ପଡିଥିଲେ ଲୋକେ । ଗସ୍ତ ବାରଣ କରାଯିବାକୁ ବିରୋଧ କରି ରାହୁଲ ବିଚ ରାସ୍ତାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସେପଟେ ୱାୟନାଡ ସାଂସଦ ମଧ୍ୟ ୟୁପି ପୁଲିସ ଓ ପ୍ରଶାସନକୁ ପଚାରିଥିଲେ ପ୍ରଶ୍ନ । କିଛି ଦିନ ପୂର୍ବରୁ ସମାଜବାର୍ଦି ପାର୍ଟିର ପ୍ରତିନିଧିମଣ୍ଡଳୀକୁ ସମ୍ଭଲ ଯିବା ବାରଣ କରାଯାଇଥିଲା । ଆଉ ଆଜି କଂଗ୍ରେସ ପ୍ରତି ସମାନ ଆଭିମୁଖ୍ୟ ଗ୍ରହଣ କରାଯିବା ଘଟଣାକୁ ନେଇ ପ୍ରଶ୍ନ

ସମ୍ଭଲ ସୀମାରୁ ଫେରିଆସିଲେ ରାହୁଲ-ପ୍ରିୟଙ୍କା; କଟକଣା କାରଣ କହି ଜିଲ୍ଲାରେ ପଶିବାକୁ ଦେଲାନି ସ୍ଥାନୀୟ ପ୍ରଶାସନ

କନକ ବ୍ୟୁରୋ : ସମ୍ଭଲ ହିଂସା ଘଟଣାରେ ରାଜନୀତିର ରଙ୍ଗ ଲାଗିସାରିଛି । ନିକଟରେ ସପା ପ୍ରତିନିଧିମଣ୍ଡଳୀଙ୍କୁ ଆଉ ଆଜି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କୁ ସମ୍ଭଲ ଯିବାକୁ ବାରଣ କରାଯିବା ଘଟଣାକୁ ନେଇ ନୂଆ ବିବାଦ ଛିଡା ହୋଇଛି ।

ବୁଧବାର ସକାଳୁ ଦିଲ୍ଲୀରୁ ସମ୍ଭଲ ଅଭିମୁଖେ ବାହାରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଗାଜିପୁର-ଦିଲ୍ଲୀ ସୀମାରେ ପହଁଚିବାପରେ ତାଙ୍କୁ ରୋକିଥିଲା ସ୍ଥାନୀୟ ପ୍ରଶାସନ । ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲ ଯିବାକୁ ବାରଣ ଥିବା କହି ରାହୁଲ ଓ ପ୍ରିୟଙ୍କାଙ୍କ ଗସ୍ତ ଉପରେ ଲଗାଯାଇଥିଲା କଟକଣା । ଏହାପରେ ସୀମାରେ ଦେଖିବାକୁ ମିଳିଥିଲା କଂଗ୍ରେସକର୍ମୀଙ୍କ ଋଣହୁଙ୍କାର । ରାସ୍ତାରେ ବସି ଧାରଣା ଦେବା ହୋହଲ୍ଲା, ନାରାବାଜୀରେ କମ୍ପିଥିଲେ କର୍ମୀ । ସ୍ଥିତି ଏଭଳି ହୋଇଥିଲା ଯେ ଦୀର୍ଘଘଣ୍ଟା ଧରି ପ୍ରବଳ ଟ୍ରାଫିକ ଯୋଗୁଁ ନାହିଁନଥିବା ସମସ୍ୟାରେ ପଡିଥିଲେ ଲୋକେ । ଗସ୍ତ ବାରଣ କରାଯିବାକୁ ବିରୋଧ କରି ରାହୁଲ ବିଚ ରାସ୍ତାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସେପଟେ ୱାୟନାଡ ସାଂସଦ ମଧ୍ୟ ୟୁପି ପୁଲିସ ଓ ପ୍ରଶାସନକୁ ପଚାରିଥିଲେ ପ୍ରଶ୍ନ ।

କିଛି ଦିନ ପୂର୍ବରୁ ସମାଜବାର୍ଦି ପାର୍ଟିର ପ୍ରତିନିଧିମଣ୍ଡଳୀକୁ ସମ୍ଭଲ ଯିବା ବାରଣ କରାଯାଇଥିଲା । ଆଉ ଆଜି କଂଗ୍ରେସ ପ୍ରତି ସମାନ ଆଭିମୁଖ୍ୟ ଗ୍ରହଣ କରାଯିବା ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ । ସେପଟେ ବିଜେପି କହିଛି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଉଚିତ ହେଉନି ।

ନିକଟରେ ସମ୍ଭଲ ଜାମା ମସଜିଦ ସର୍ଭେ ପାଇଁ ଟିମ ପହଁଚିଥିବାବେଳେ ସ୍ଥାନୀୟ ଲୋକଙ୍କ ସହ ବଡ ଧରଣରର ସଂଘର୍ଷ ଘଟଣା ଉତ୍ତରପ୍ରଦେଶକୁ ଦୋହଲାଇ ଦେଇଥିଲା ।ସେପଟେ ପୁଲିସ ଗୁଳିରେ ୫ଜଣ ମୁସଲିମ ଯୁବକଙ୍କ ମୃତ୍ୟ ପରେ ଯୋଗୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି ପୀଡିତ ପରିବାରକୁ କଂଗ୍ରେସ ନେତା ଭେଟିବାକୁ ଯାଉଥିବାବେଳେ ତାଙ୍କୁ ରୋକାଯିବା ଘଟଣା ବିବାଦର ନିଆଁରେ ଘିଅ ଢ଼ାଳିଛି ।