ସମ୍ଭାବ୍ୟ ବାତ୍ୟା ନେଇ ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଆହ୍ବାନ : ଲୋକଙ୍କୁ ସାହାଯ୍ୟ କର
ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ‘ଦାନା’ । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଗକୁ ବଢୁଛି ଡିପ୍ରେସନ୍ । ସମୁଦ୍ରରୁ ବଳ ଗୋଟାଉଛି । ଅଧିକ ଘନୀଭୂତ ହୋଇ ଆଜି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହେବ । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ । ଏବେ ପାରାଦୀପ ଉପକୂଳରୁ ୭୦୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ୱୀପରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି । […]

ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ‘ଦାନା’ । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଗକୁ ବଢୁଛି ଡିପ୍ରେସନ୍ । ସମୁଦ୍ରରୁ ବଳ ଗୋଟାଉଛି । ଅଧିକ ଘନୀଭୂତ ହୋଇ ଆଜି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତରେ ପରିଣତ ହେବ । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ । ଏବେ ପାରାଦୀପ ଉପକୂଳରୁ ୭୦୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ୱୀପରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି । ତେବେ ବାତ୍ୟାଟି ଉତ୍ତର ଓଡ଼ିଶାରେ ବେଶି ପ୍ରଭାବ ପକାଇବ।
ତେବେ ବାତ୍ୟା ବିପର୍ଯ୍ୟୟ ବେଳେ ଲୋକଙ୍କୁ ସହାୟତା ଯୋଗାଇବାକୁ ବିଜେଡି କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡିର ସବୁ ବିଧାୟକ, ନେତା ଓ ପ୍ରାୟ ୧ କୋଟି କର୍ମୀଙ୍କୁ ନବୀନଙ୍କ ବାର୍ତ୍ତା ଦେଇଛନ୍ତି । ରିଲିଫ ଠାରୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟରେ ଲୋକଙ୍କୁ ସହୟତାର ହାତ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେହି ଅନୁସାରେ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ବିଜେଡି ନେତା ଓ କର୍ମୀମାନେ କାମରେ ଲାଗିଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର।