ସମ୍ରାଟ ଚୌଧୁରୀଙ୍କ ପିତାଙ୍କ ଆଶା…ପୁଅ ହେବେ ମୁଖ୍ୟମନ୍ତ୍ରୀ
ପାଟନା,୨୯।୧: ବିହାର ଭାଜପା ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ବର୍ତ୍ତମାନ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଗ୍ରାମବାସୀ ସମ୍ରାଟ ଚୌଧୁରୀଙ୍କ ଘର ବାହାରେ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି। ପରସ୍ପରକୁ ମିଠା ମିଠା ଖୁଆଇଛନ୍ତି। ଅବୀର-ଗୁଲାଲ ପ୍ରୟୋଗ କରି ଖୁସି ବ୍ୟକ୍ତ କରିଥିଲେ। ଏହି ସମୟରେ ସମ୍ରାଟ ଚୌଧୁରୀଙ୍କ ପିତା ଶକୁନି ଚୌଧରୀ ମଧ୍ୟ ଗଣମାଧ୍ୟମରେ ନିଜର ଇଚ୍ଛା ବାଣ୍ଟିଥିଲେ। ତାଙ୍କ ପୁଅ ଉପମୁଖ୍ୟମନ୍ତ୍ରୀ […] The post ସମ୍ରାଟ ଚୌଧୁରୀଙ୍କ ପିତାଙ୍କ ଆଶା…ପୁଅ ହେବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ପାଟନା,୨୯।୧: ବିହାର ଭାଜପା ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ବର୍ତ୍ତମାନ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଗ୍ରାମବାସୀ ସମ୍ରାଟ ଚୌଧୁରୀଙ୍କ ଘର ବାହାରେ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି। ପରସ୍ପରକୁ ମିଠା ମିଠା ଖୁଆଇଛନ୍ତି। ଅବୀର-ଗୁଲାଲ ପ୍ରୟୋଗ କରି ଖୁସି ବ୍ୟକ୍ତ କରିଥିଲେ। ଏହି ସମୟରେ ସମ୍ରାଟ ଚୌଧୁରୀଙ୍କ ପିତା ଶକୁନି ଚୌଧରୀ ମଧ୍ୟ ଗଣମାଧ୍ୟମରେ ନିଜର ଇଚ୍ଛା ବାଣ୍ଟିଥିଲେ।
ତାଙ୍କ ପୁଅ ଉପମୁଖ୍ୟମନ୍ତ୍ରୀ ହେବା ପରେ ଶକୁନି ଚୌଧୁରୀ କହିଛନ୍ତି ଯେ ଏହା ହେଉଛି ୨୦ ବର୍ଷର ତପସ୍ୟାର ଫଳ। ମୁଁ ବହୁତ ଖୁସି। ଯଦି ଜନସାଧାରଣ ଚାହାଁନ୍ତି, ସେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ।
ରବିବାର ଗ୍ରାମବାସୀ ତାରାପୁର ସବଡିଭିଜନର ଲଖନପୁର ଗ୍ରାମରେ ସମ୍ରାଟ ଚୌଧୁରୀଙ୍କ ଘରକୁ ଯାଇ ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ଭାଜପା ନେତା ଗଣେଶ ପାସୱାନ କହିଛନ୍ତି ଯେ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ହେବା ସହିତ ଭାରତୀୟ ଜନତା ପାର୍ଟି ଅଧିକ ଶକ୍ତିଶାଳୀ ହେବ। ସେ କହିଛନ୍ତି ଯେ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଏନଡିଏ ମିଳିତ ମଞ୍ଚ ସମସ୍ତ ଆସନ ଜିତିବ। ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ଭାଜପା ସରକାର ହେବ।
The post ସମ୍ରାଟ ଚୌଧୁରୀଙ୍କ ପିତାଙ୍କ ଆଶା…ପୁଅ ହେବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.