ସମ୍‌ରେ ଜାତୀୟ ଫାର୍ମାକୋଭିଜିଲାନସ୍ ସପ୍ତାହ ୨୦୨୪ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ ଆଣ୍ଡ ସମ୍ ହସ୍ପିଟାଲରେ ଫାର୍ମାକୋଲୋଜି ବିଭାଗ ଦ୍ୱାରା ଜାତୀୟ ଫାର୍ମାକୋଭିଲାନସ୍ ସପ୍ତାହ ପାଳିତ ହୋଇଯାଇଅଛି । ବର୍ତ୍ତମାନ ଅତ୍ୟାଧୁନିକ ଔଷଧ ବିଦ୍ୟାର ଉନ୍ନତି ସହ ଅନେକ ନୂତନ ଔଷଧ ମଧ୍ୟ ତିଆରି କରାଯାଉଛି ଯାହା ରୋଗୀମାନଙ୍କୁ   ଶୀଘ୍ର  ସୁସ୍ଥତା ପ୍ରଦାନ କରିଥାଏ । ଏହା ରୋଗୀକୁ ସୁସ୍ଥ କରୁଥିବା ବେଳେ ଔଷଧ ସେବନ ସମୟରେ ଅନେକ ସମୟରେ ରୋଗୀର ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ପରିଲିଖିତ ହୋଇଥାଏ । ଯାହାକୁ କି ଆଡ୍‌ଭର୍ସ ଡ୍ରଗ୍ ରିଆକ୍ସନ୍ (ଏଡିଆର୍‌) ମଧ୍ୟ କୁହାଯାଇଥାଏ ।  ସଠିକ୍ ଔଷଧ ବ୍ୟବହାର ଔଷଧର ମାନ୍ୟତା ପାଶ୍ୱର୍ପ୍ରତିକ୍ରିୟାର ସୁରକ୍ଷା ଏବଂ ପ୍ରତିକ୍ରିୟା ନିରୀକ୍ଷଣ କେନ୍ଦ୍ର ମାଧ୍ୟମରେ ଚିକିତ୍ସାବିତ୍ , ପାରାମେଡିକାଲ  ଓ କାର୍ଯ୍ୟରତ କର୍ମଚାରୀ  କିପରି  ରୋଗୀର ସୁରକ୍ଷା ପାଇଁ ଅବଗତ ହେବେ ଏହା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ସାତଦିନର ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର କର୍ମଚାରୀ ଓ ଡାକ୍ତର ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ ରଖାଯାଇଥିବା ବେଳେ ରୋଗୀମାନଙ୍କୁ ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ଶେଷ ଦିନରେ ଏକ ମେଗା ୱାକାଥନ ରାଲି ମାଧ୍ୟମରେ ଜନସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଅଧ

ସମ୍‌ରେ ଜାତୀୟ ଫାର୍ମାକୋଭିଜିଲାନସ୍ ସପ୍ତାହ ୨୦୨୪ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ ଆଣ୍ଡ ସମ୍ ହସ୍ପିଟାଲରେ ଫାର୍ମାକୋଲୋଜି ବିଭାଗ ଦ୍ୱାରା ଜାତୀୟ ଫାର୍ମାକୋଭିଲାନସ୍ ସପ୍ତାହ ପାଳିତ ହୋଇଯାଇଅଛି । ବର୍ତ୍ତମାନ ଅତ୍ୟାଧୁନିକ ଔଷଧ ବିଦ୍ୟାର ଉନ୍ନତି ସହ ଅନେକ ନୂତନ ଔଷଧ ମଧ୍ୟ ତିଆରି କରାଯାଉଛି ଯାହା ରୋଗୀମାନଙ୍କୁ   ଶୀଘ୍ର  ସୁସ୍ଥତା ପ୍ରଦାନ କରିଥାଏ । 

ଏହା ରୋଗୀକୁ ସୁସ୍ଥ କରୁଥିବା ବେଳେ ଔଷଧ ସେବନ ସମୟରେ ଅନେକ ସମୟରେ ରୋଗୀର ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ପରିଲିଖିତ ହୋଇଥାଏ । ଯାହାକୁ କି ଆଡ୍‌ଭର୍ସ ଡ୍ରଗ୍ ରିଆକ୍ସନ୍ (ଏଡିଆର୍‌) ମଧ୍ୟ କୁହାଯାଇଥାଏ ।  ସଠିକ୍ ଔଷଧ ବ୍ୟବହାର ଔଷଧର ମାନ୍ୟତା ପାଶ୍ୱର୍ପ୍ରତିକ୍ରିୟାର ସୁରକ୍ଷା ଏବଂ ପ୍ରତିକ୍ରିୟା ନିରୀକ୍ଷଣ କେନ୍ଦ୍ର ମାଧ୍ୟମରେ ଚିକିତ୍ସାବିତ୍ , ପାରାମେଡିକାଲ  ଓ କାର୍ଯ୍ୟରତ କର୍ମଚାରୀ  କିପରି  ରୋଗୀର ସୁରକ୍ଷା ପାଇଁ ଅବଗତ ହେବେ ଏହା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । 

ସାତଦିନର ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର କର୍ମଚାରୀ ଓ ଡାକ୍ତର ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ ରଖାଯାଇଥିବା ବେଳେ ରୋଗୀମାନଙ୍କୁ ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା । ଶେଷ ଦିନରେ ଏକ ମେଗା ୱାକାଥନ ରାଲି ମାଧ୍ୟମରେ ଜନସଚେତନତା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଅଧିକ୍ଷକ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିହାର , ଫାର୍ମାକୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସ୍ୱାତୀ ମିଶ୍ର ସମେତ ଫ୍ୟାକଲ୍ଟି , ନର୍ସିଙ୍ଗ୍ ଷ୍ଟାଫ୍ ଓ ପାରାମେଡିକାଲ୍ କର୍ମଚାରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିକୁ ସଫଳ ମଣ୍ଡିତ କରିଥିଲେ ।