ସରକାର ଗଠନରେ କାହିଁକି ହୁଏ ଶପଥ ଗ୍ରହଣ ଉତ୍ସବ, କେଉଁ କଥାର ନିଅନ୍ତି ଶପଥ, ଉଲ୍ଲଂଘନରେ ହୁଏ କ’ଣ?
ନୂଆଦିଲ୍ଲୀ ୯।୭: ଅଷ୍ଟାଦଶ ଲୋକସଭା ପାଇଁ ୯ ଜୁନ ରବିବାର ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିରେ ସମସ୍ତଙ୍କ ମନରେ ଏବେ ପ୍ରଶ୍ନ ଉଠୁଥାଇପାରେ କ’ଣ ଏହି ଶପଥ ଗ୍ରହଣ ଉତ୍ସବ? କାହିଁକି ହୁଏ? କେଉଁ କଥା ପାଇଁ ନିଅନ୍ତି ଶପଥ? ଶପଥ ଉଲ୍ଲଂଘନରେ କ’ଣ ହୁଏ? ଏହି ପରମ୍ପରାର ସୃଷ୍ଟି କେବେଠୁ? ତେବେ ଆସନ୍ତୁ ଜାଣିବା ଏ ସବୁ ପ୍ରଶ୍ନର ଉତ୍ତର। ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଶପଥ ଏଥି ପାଇଁ ନିଅନ୍ତି ଯେ ସେମାନେ ଏହା ଦ୍ୱାରା ସୁନିଶ୍ଚିତ କରନ୍ତି ଯେ ସେମାନେ ନିଜର କର୍ତ୍ତବ୍ୟର ପାଳନ ସମ୍ପୂର୍ଣ୍ଣ ନିଷ୍ଠା ଓ ବିଶ୍ୱସନୀୟତାର ସହ କରିବେ। ଏହି ଶପଥ ସେମାନଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଓ ନିଷ୍ପତ୍ତିରେ ଦାୟିତ୍ୱ ଓ ପାରଦର୍ଶିତା କାୟମ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସେମାନଙ୍କୁ କେଉଁ ସବୁ ବିଷୟରେ ଶପଥ ପାଠ କରାଯାଏ ଆସନ୍ତୁ ଜାଣିବା। ପଦର ଶପଥସେ ଈଶ୍ୱରଙ୍କ ନାମରେ ବା ସତ୍ୟନିଷ୍ଠ ଭାବେ ପ୍ରତିଜ୍ଞା କରନ୍ତି ଯେ ସେ ତାଙ୍କ କର୍ତ୍ତବ୍ୟର ପାଳନ ସମ୍ପୂର୍ଣ୍ଣ ନିଷ୍ଠା ଓ ବିଶ୍ୱସନୀୟତାର ସହ କରିବେ। ଗୋପନୀୟତାର ଶପଥସେ ଏହା ବି ଶପଥ ନିଅନ୍ତି ଯେ କୌଣସି ମାମଲାକୁ ଯାହା ତାଙ୍କ ମନ୍ତ୍ରାଳୟ ସମ୍ପର୍କିତ, କୌଣସି ଅନଧିକୃତ ବ୍ୟକ୍ତିଙ୍କ ନିକଟରେ ପ୍ରକଟ କରିବେ ନାହିଁ
ନୂଆଦିଲ୍ଲୀ ୯।୭: ଅଷ୍ଟାଦଶ ଲୋକସଭା ପାଇଁ ୯ ଜୁନ ରବିବାର ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିରେ ସମସ୍ତଙ୍କ ମନରେ ଏବେ ପ୍ରଶ୍ନ ଉଠୁଥାଇପାରେ କ’ଣ ଏହି ଶପଥ ଗ୍ରହଣ ଉତ୍ସବ? କାହିଁକି ହୁଏ? କେଉଁ କଥା ପାଇଁ ନିଅନ୍ତି ଶପଥ? ଶପଥ ଉଲ୍ଲଂଘନରେ କ’ଣ ହୁଏ? ଏହି ପରମ୍ପରାର ସୃଷ୍ଟି କେବେଠୁ? ତେବେ ଆସନ୍ତୁ ଜାଣିବା ଏ ସବୁ ପ୍ରଶ୍ନର ଉତ୍ତର।
ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଶପଥ ଏଥି ପାଇଁ ନିଅନ୍ତି ଯେ ସେମାନେ ଏହା ଦ୍ୱାରା ସୁନିଶ୍ଚିତ କରନ୍ତି ଯେ ସେମାନେ ନିଜର କର୍ତ୍ତବ୍ୟର ପାଳନ ସମ୍ପୂର୍ଣ୍ଣ ନିଷ୍ଠା ଓ ବିଶ୍ୱସନୀୟତାର ସହ କରିବେ। ଏହି ଶପଥ ସେମାନଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଓ ନିଷ୍ପତ୍ତିରେ ଦାୟିତ୍ୱ ଓ ପାରଦର୍ଶିତା କାୟମ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସେମାନଙ୍କୁ କେଉଁ ସବୁ ବିଷୟରେ ଶପଥ ପାଠ କରାଯାଏ ଆସନ୍ତୁ ଜାଣିବା।

ପଦର ଶପଥ
ସେ ଈଶ୍ୱରଙ୍କ ନାମରେ ବା ସତ୍ୟନିଷ୍ଠ ଭାବେ ପ୍ରତିଜ୍ଞା କରନ୍ତି ଯେ ସେ ତାଙ୍କ କର୍ତ୍ତବ୍ୟର ପାଳନ ସମ୍ପୂର୍ଣ୍ଣ ନିଷ୍ଠା ଓ ବିଶ୍ୱସନୀୟତାର ସହ କରିବେ।
ଗୋପନୀୟତାର ଶପଥ
ସେ ଏହା ବି ଶପଥ ନିଅନ୍ତି ଯେ କୌଣସି ମାମଲାକୁ ଯାହା ତାଙ୍କ ମନ୍ତ୍ରାଳୟ ସମ୍ପର୍କିତ, କୌଣସି ଅନଧିକୃତ ବ୍ୟକ୍ତିଙ୍କ ନିକଟରେ ପ୍ରକଟ କରିବେ ନାହିଁ।
ଭାରତୀୟ ସମ୍ବିଧାନରେ ଶପଥଗ୍ରହଣକୁ ନେଇ ନିୟମ
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୭୫(୪)ରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥାନ୍ତି। ସଂସଦର ସବୁ ସଦସ୍ୟଙ୍କୁ ଶପଥ ପାଠ କରାଇବାର ନିୟମ ଅନୁଚ୍ଛେଦ ୯୯ରେ ରହିଥିବା ବେଳେ ସୁପ୍ରିମକୋର୍ଟ ଜଜ୍ ମାନଙ୍କ ଶପଥଗ୍ରହଣ ନିୟମ ଅନୁଚ୍ଛେଦର ୧୨୪(୬)ରେ ରହିଛି।
ଶପଥ ଉଲ୍ଲଂଘନରେ କ’ଣ ହୁଏ?
ସମ୍ବିଧାନରେ ଶପଥ ଭଙ୍ଗ କରିବା ବା ଉଲ୍ଲଂଘନ କରିବାରେ ସେପରି କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନାହିଁ। ହେଲେ ଯଦି କୌଣସି ମନ୍ତ୍ରୀ ଅଥବା ସାଂସଦ ନିଜର କର୍ତ୍ତବ୍ୟ ପାଳନ ନକଲେ ଓ ଗୋପନୀୟତା ଉଲ୍ଲଂଘନ କଲେ ତେବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁପାରିଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦରୁ ହଟାଇ ଦିଆଯାଏ। ଏହାକୁ ମହାଭିଯୋଗ କୁହାଯାଏ। ଏହା ଛଡା ଯଦି କୌଣସି ଗୁରୁତର ଅପରାଧିକ କୃତ୍ୟ ହୋଇଥାଏ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୁଏ।

କେବେଠୁ ଆରମ୍ଭ ହୋଇଛି ଶପଥ ପାଠର ପରମ୍ପରା?
ଭାରତରେ ଶପଥ ପାଠର ପରମ୍ପରା ଦେଶରେ ସମ୍ବିଧାନ ଲାଗୁ ହେବା ଦିନ ୨୬ ଜାନୁୟାରୀ ୧୯୫୦ରୁ ପ୍ରଚଳିତ ହୋଇଆସୁଛି। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଦିନ ଶପଥ ଗ୍ରହଣ କରିଥିଲେ। ଏହା ପରଠାରୁ ଏହି ପରମ୍ପରା ସବୁ ସାମ୍ବିଧାନିକ ପଦପଦବୀ ନିମନ୍ତେ ପ୍ରଚଳିତ ହୋଇଆସୁଛି। ଶପଥ ଗ୍ରହଣ ଉତ୍ସବ ଦେଶର ସମ୍ବିଧାନିକ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ, ଯାହା ନବନିର୍ବାଚିତ ନେତାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଉତ୍ତଦାୟିତ୍ୱ ସ୍ପଷ୍ଟ ରୂପେ ରେଖାଙ୍କିତ କରିଥାଏ।