ସରକାର ନିଜ ଦୋଷ ଓ ବିଫଳତା ଘୋଡ଼ାଇବା ପାଇଁ ବ୍ୟବସାୟୀଙ୍କ ଉପରେ ଦୋଷ ଲଦୁଛନ୍ତି : ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର : ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବ୍ୟବସାୟୀ ମହାସଂଘ। ସରକାର ନିଜ ଦୋଷ ଓ ବିଫଳତା ଘୋଡ଼ାଇବା ପାଇଁ ବ୍ୟବସାୟୀଙ୍କ ଉପରେ ବାରମ୍ବାର ଦୋଷ ଲଦିବାକୁ ନେଇ କ୍ଷୁବ୍ଧ ହୋଇଛି ବ୍ୟବସାୟୀ ସଂଘ। ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପଦକ୍ଷେପ ନେବା ବଦଳରେ ବାରମ୍ବାର ବ୍ୟବସାୟୀଙ୍କୁ ଦୋଷ ଦେଇ ଖସିବାକୁ ଉଦ୍ୟମ କରୁଛନ୍ତି। ଏ ସମ୍ପର୍କରେ ବ୍ୟବସାୟୀ ସଂଘ ବାରମ୍ବାର ପ୍ରତିବାଦ କରିବା ସହ ନିଜର କ୍ଷୋଭ ପ୍ରଦର୍ଶନ କରିଛି। […]

ସରକାର ନିଜ ଦୋଷ ଓ ବିଫଳତା ଘୋଡ଼ାଇବା ପାଇଁ ବ୍ୟବସାୟୀଙ୍କ ଉପରେ ଦୋଷ ଲଦୁଛନ୍ତି : ବ୍ୟବସାୟୀ ମହାସଂଘ
Government blames businessmen for covering up their own mistakes and failures

ଭୁବନେଶ୍ୱର : ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବ୍ୟବସାୟୀ ମହାସଂଘ। ସରକାର ନିଜ ଦୋଷ ଓ ବିଫଳତା ଘୋଡ଼ାଇବା ପାଇଁ ବ୍ୟବସାୟୀଙ୍କ ଉପରେ ବାରମ୍ବାର ଦୋଷ ଲଦିବାକୁ ନେଇ କ୍ଷୁବ୍ଧ ହୋଇଛି ବ୍ୟବସାୟୀ ସଂଘ। ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପଦକ୍ଷେପ ନେବା ବଦଳରେ ବାରମ୍ବାର ବ୍ୟବସାୟୀଙ୍କୁ ଦୋଷ ଦେଇ ଖସିବାକୁ ଉଦ୍ୟମ କରୁଛନ୍ତି। ଏ ସମ୍ପର୍କରେ ବ୍ୟବସାୟୀ ସଂଘ ବାରମ୍ବାର ପ୍ରତିବାଦ କରିବା ସହ ନିଜର କ୍ଷୋଭ ପ୍ରଦର୍ଶନ କରିଛି।

ଯେଉଁ ବ୍ୟବସାୟୀମାନେ ଅସାଧୁ କାରବାରରେ ଲିପ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପ୍ରସ୍ତାବ ଦେବା ସହ ସମଗ୍ର ବ୍ୟବସାୟୀ ସମାଜକୁ ନିନ୍ଦିତ ନ କରିବାକୁ ଅନୁରୋଧ କରିଛି। ତଥାପି ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ। ଏହାକୁ ନେଇ କ୍ଷୁବ୍ଧ ବ୍ୟବସାୟୀ ସଂଘ ଶେଷରେ ସରକାରଙ୍କୁ ଚରମ ଚେତାବନୀ ଦେଇଛି। ବ୍ୟବସାୟୀଙ୍କ ଉପରେ ମିଥ୍ୟା ଅପବାଦର ପରିଣାମ ସରକାରଙ୍କୁ ଭୋଗିବାକୁ ପଡ଼ିବ। ରାଜ୍ୟର ବ୍ୟବସାୟୀମାନେ ଏକାଠି ଅଛନ୍ତି; ସରକାର ନିଜର ତ୍ରୁଟି ନ ସୁଧାରିଲେ ରାଜ୍ୟରେ ଚା’ ଦୋକାନଟିଏ ମଧ୍ୟ ଖୋଲିବ ନାହିଁ ବୋଲି ବ୍ୟବସାୟୀ ସଂଘ ଚେତାବନୀ ଦେଇଛି।

ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ସରକାର ଚାଷର ଅଭିବୃଦ୍ଧି କରିବେ ନାହିଁ। ଲୋକଙ୍କ କଷ୍ଟଲବ୍ଧ ଅର୍ଥକୁ ନିଜ ଦଳ ଓ ବ୍ୟକ୍ତିଗତ ହିସାବରେ ଖର୍ଚ୍ଚ କରିବେ। ଉତ୍ପାଦନ ବଢାଇବା ପାଇଁ କାମ କରିବେନି; କିନ୍ତୁ ସବୁଥିରେ ବ୍ୟବସାୟୀଙ୍କ ଦୋଷ ଦେବେ। ଏଭଳି ପରିସ୍ଥିତିକୁ ସହିବା ଅବସ୍ଥା ଆଉ ନାହିଁ। ତେଣୁ ଏହାର ପ୍ରତିବାଦ କରାଯିବ। ଆବଶ୍ୟକ ପଡ଼ିଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ କରିବା ପରି ଚରମ ନିଷ୍ପତ୍ତି ନିଆଯିବ। ସରକାରଙ୍କୁ ସମ୍ପୂର୍ଣ୍ଣ ଅସହଯୋଗ କରାଯିବା ସହ ବ୍ୟବସାୟୀ ମାନେ ସାମୂହିକ ଭାବେ ନିଜର ଲାଇସେନ୍ସ ଫେରାଇବେ ଓ ସରକାରଙ୍କ କୌଣସି ରାଜସ୍ୱ ଆଦାୟ କରିବେ ନାହିଁ। ଆଇନଗତ ଢଙ୍ଗରେ ସରକାରଙ୍କ ବିରୋଧରେ ସବୁ ଚରମ ପଦକ୍ଷେପ ନିଆଯିବାକୁ ସଂଘ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି।

ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଜୟପୁରରେ ବ୍ୟବସାୟୀ ସଙ୍ଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ଏହି ବୈଠକରେ ପ୍ରାୟ ୫ ହଜାର ବ୍ୟବସାୟୀଙ୍କ ସହ ରାଜ୍ୟ ବ୍ୟବସାୟୀ ସଙ୍ଘର ସାତ ଜଣିଆ ପ୍ରତିନିଧି ଦଳ ଯୋଗ ଦେଇଛନ୍ତି। ସମ୍ପ୍ରତି ଖାଇବା ତେଲରେ ଆମଦାନୀ ଶୁଳ୍କ ୨୦ ପ୍ରତିଶତ ଆଦାୟ ହେଉଥିଲେ ମଧ୍ୟ ଏଥିରୁ ଲୋକଙ୍କୁ ଲାଭ ମିଳୁନାହିଁ। କର୍ପୋରେଟ ସଂସ୍ଥା ଏହି ଲାଭ ନେଉଛି। ଲୋକଙ୍କ ଭୋଟ ପାଇ ସରକାର ଶାସନକୁ ଆସିଛନ୍ତି। ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ଉଦ୍ୟମ ନ କରି ଅଯଥା ବ୍ୟବସାୟୀଙ୍କୁ ଦୋଷ ଦିଆଯାଉଛି। ସେହିପରି ଧନତେରସରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଉପରେ ବିଭାଗ ପକ୍ଷରୁ ଚଢ଼ଉକୁ ସଂଘ ନିନ୍ଦା କରିଛି।

ଅନ୍ୟପକ୍ଷରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବ୍ୟବସାୟୀ ମହାସଂଘର ଚେତାବନୀ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ସେ କହିଛନ୍ତି ଯେ ଦରଦାମ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ହେଉଛି। ଉତ୍ପାଦନ କମ ହେଉଥିବାରୁ କିଣା ଅଧିକ ଚଢା ରହୁଛି; କିଣା ଅନୁସାରେ ବିକ୍ରି ହେଉଛି। ବ୍ୟବସାୟୀ ମହାସଂଘ ସହ ଆମେ ଲଗାତାର କଥା ହେଉଛୁ। ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିବୁ ବୋଲି ସେ କହିଛନ୍ତି।