ସରକାର ବଦଳିବା ପରେ ଚିନ୍ତାରେ ଆଦିବାସୀ

ନନ୍ଦିଘୋଷ ବ୍ୟୁରୋ: ଆଶା ଆଶଙ୍କାରେ ଆଦିବାସୀଙ୍କ ଜୀବନ ଜୀବିକା। ମହୁଲ ଫୁଲ ପରେ ମହୁଲ ଫଳ ବା ଟୋଲା ମଞ୍ଜି... The post ସରକାର ବଦଳିବା ପରେ ଚିନ୍ତାରେ ଆଦିବାସୀ appeared first on .

ସରକାର ବଦଳିବା ପରେ ଚିନ୍ତାରେ ଆଦିବାସୀ

ନନ୍ଦିଘୋଷ ବ୍ୟୁରୋ: ଆଶା ଆଶଙ୍କାରେ ଆଦିବାସୀଙ୍କ ଜୀବନ ଜୀବିକା। ମହୁଲ ଫୁଲ ପରେ ମହୁଲ ଫଳ ବା ଟୋଲା ମଞ୍ଜି ସାଙ୍ଗକୁ ନାନାଦି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପାଟଣା କରିବା ଆଦିବାସୀଙ୍କ ଧର୍ମ। ହେଲେ ଏବେ ସରକାର ବଦଳିବା ପରେ ଜଙ୍ଗଲ ଜମି ଅଧିକାର ବଳରେ ଆଦିବାସୀ ଜଙ୍ଗଲି ଜଂଗଲୀ ଜାତ ଦ୍ରବ୍ଯ ସଂଗ୍ରହ କରିବା ଆଶା ଆଶଙ୍କାର ବିଷୟ ପାଲଟିଛି।

କଳାହାଣ୍ଡି ଜିଲ୍ଲା କୋକସରାରେ ୧୦ରୁ ଅଧିକ ଗାଁ। ଏହି ଉପାନ୍ତ ଅଞ୍ଚଳର ଆଦିବାସୀଙ୍କ ଜୀବନ ଜୀବିକା ହେଉଛି ମହୁଲ, ଟୋଲା ମଞ୍ଜି, କେନ୍ଦୁ ପତ୍ର ପରି ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରିବା । ଏସବୁ ଜିନିଷ ବିକ୍ରି କରି ରୋଜଗାର କରନ୍ତି ଆଦିବାସୀ। ଏବେ ସରକାର ବଦଳିବା ପରେ ଜଙ୍ଗଲ ଜମି ଅଧିକାରକୁ ନେଇ ଦ୍ବନ୍ଦ୍ବରେ ଆଦିବାସୀ। ଆଗକୁ ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କିମ୍ବା ପରିବର୍ତ୍ତନ ହୋଇଯିବନି ତ ସେଇ ଡର।

ରାଜ୍ୟ ସରକାରଙ୍କ ଜଙ୍ଗଲ ଜମି ଅଧକାର ୨୦୦୬ ବଳରେ ପ୍ରତି ବର୍ଷ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ ୪ ମାସ ମହୁଲ , ଟୋଲା ମଞ୍ଜି, କେନ୍ଦୁ ପାତ୍ର ସଂଗ୍ରହ କରନ୍ତି ଆଦିବାସୀ।  ଆଦିବାସୀ ଟୋଲା ମଞ୍ଜିକୁ ପେଡ଼ି ଖାଇବା ତେଲ ପ୍ରସ୍ତୁତ କରନ୍ତି । ଯେଉଁ ମାନଙ୍କ ସୁବିଧା ନ ଥାଏ ସେମାନେ  ବିକ୍ରି କରି ତେଲ ଲୁଣର ସଂସାର କରନ୍ତି ହେଲେ ସରକାର ବଦଳିବା ପରେ ଆଦିବାସୀଙ୍କ ଚିନ୍ତା ବଢ଼ି ଯାଇଛି । ପ୍ରତି ବର୍ଷ ଆଦିବାସୀ ମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ବେଳେ ଯଦି ଏମାନଙ୍କୁ ଅଧିକାର ନମିଳେ ତା’ହେଲେ ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କା ଅଧିକ।

 

The post ସରକାର ବଦଳିବା ପରେ ଚିନ୍ତାରେ ଆଦିବାସୀ appeared first on .