ସରକାର ବଦଳିବା ପରେ ମହତ ଉଦ୍ଦେଶ୍ୟ ବାଟବଣା; ଖରା, ବର୍ଷାରେ ନଷ୍ଟ ହେଉଛି ନୂଆ ବସ୍‌‌

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ହଇରାଣ ହେବେନି। ବସ୍‌‌ଷ୍ଟାଣ୍ଡ ଅବା ପାର୍କିଂସ୍ଥଳ ଯେଉଁଠି ପହଞ୍ଚିବେ ସେଠାରୁ ସେମାନଙ୍କୁ ସୁବିଧାରେ ମନ୍ଦିର ନିକଟରେ ପହଞ୍ଚାଯିବ। ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଅଟୋଚାଳକଙ୍କ ମନମାନୀର ଶିକାର ହେବେ ନାହିଁ। ଠାକୁରଙ୍କୁ ଦର୍ଶନ କରି ଶ୍ରୀକ୍ଷେତ୍ରରୁ ଭଲ ଅନୁଭୂତି ନେଇ ଫେରିବେ। ଏଭଳି ଏକ ମହତ ଉଦ୍ଦେଶ୍ୟ ରଖି ପୂର୍ବର ବିଜେଡି ସରକାରଙ୍କ ସମୟରେ କରାଯାଇ କିଣାଯାଇଥିଲା ପ୍ରାୟ ୩୫ଟି ବ୍ୟାଟେରୀ ଚାଳିତ ବସ୍‌‌। ହେଲେ ସରକାର ବଦଳିଯିବା ପରେ […]

ସରକାର ବଦଳିବା ପରେ ମହତ ଉଦ୍ଦେଶ୍ୟ ବାଟବଣା; ଖରା, ବର୍ଷାରେ ନଷ୍ଟ ହେଉଛି ନୂଆ ବସ୍‌‌
after-the-change-of-government-the-main-objective-is-distract-new-bus-is-getting-damaged-in-rain

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ହଇରାଣ ହେବେନି। ବସ୍‌‌ଷ୍ଟାଣ୍ଡ ଅବା ପାର୍କିଂସ୍ଥଳ ଯେଉଁଠି ପହଞ୍ଚିବେ ସେଠାରୁ ସେମାନଙ୍କୁ ସୁବିଧାରେ ମନ୍ଦିର ନିକଟରେ ପହଞ୍ଚାଯିବ। ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଅଟୋଚାଳକଙ୍କ ମନମାନୀର ଶିକାର ହେବେ ନାହିଁ। ଠାକୁରଙ୍କୁ ଦର୍ଶନ କରି ଶ୍ରୀକ୍ଷେତ୍ରରୁ ଭଲ ଅନୁଭୂତି ନେଇ ଫେରିବେ। ଏଭଳି ଏକ ମହତ ଉଦ୍ଦେଶ୍ୟ ରଖି ପୂର୍ବର ବିଜେଡି ସରକାରଙ୍କ ସମୟରେ କରାଯାଇ କିଣାଯାଇଥିଲା ପ୍ରାୟ ୩୫ଟି ବ୍ୟାଟେରୀ ଚାଳିତ ବସ୍‌‌। ହେଲେ ସରକାର ବଦଳିଯିବା ପରେ ବାଟବଣା ହୋଇଯାଇଛି ଏହି ପରିକଳ୍ପନା। ପୂର୍ବ ସରକାରଙ୍କ ସମୟରେ କିଣାଯାଇଥିବା ଏହି ବସ୍‌‌ଗୁଡ଼ିକର ଚଳାଚଳ ଦିଗରେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି ନୂଆ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ। ଫଳରେ ଖରା, ବର୍ଷା ଖାଇ ସମଙ୍ଗ ପାର୍କିଂରେ ପଡ଼ିରହିଛି ୩୫ଟି ନୂଆ ବସ୍‌‌।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବ ଭକ୍ତମାନଙ୍କୁ ଅତ୍ୟାଧୁନିକ ସେବା, ସୁବିଧା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପୂର୍ବର ବିଜେଡି ସରକାର ପୁରୀରେ ଅନେକଗୁଡ଼ିକ ପ୍ରକଳ୍ପର ପରିକଳ୍ପନା କରିଥିଲେ। ସେଥିମଧ୍ୟରୁ ଅଧିକାଂଶ ବାସ୍ତବତାର ରୂପ ନେଇଥିବା ବେଳେ ଆଉ କେତେକ ନିର୍ମାଣାଧୀନ ଅବସ୍ଥାରେ ଥିଲା। ସେହିପରି ଆଉ କେତେକ କାମ ଆଗକୁ ଆରମ୍ଭ ହେବାକୁ ଯାଉଥିବା ବେଳେ ସରକାର ବଦଳିଯାଇଥିଲା। ଏହିଭଳି ଦୂରଦୃଷ୍ଟି ରଖି ବିଜେଡି ସରକାର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ପ୍ରାୟ ୩୮ଟି ମିନି ବସ୍‌‌ କିଣିଥିଲେ। ଅବଢ଼ା ଯୋଜନାରେ ଏହି ବସ୍‌‌ଗୁଡ଼ିକ କିଣାଯାଇଥିଲା। ଏହି ବସ୍‌‌ଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଚଳାଚଳ କରିବ। ଏଥିପାଇଁ ସମଙ୍ଗ ବସ୍‌‌ଷ୍ଟାଣ୍ଡରେ ଏକ ଟର୍ମିନାଲ ନିର୍ମାଣ କରାଯାଇଛି।

୬ ମାସ ହେଲାଣି ବସ୍‌‌ଗୁଡ଼ିକ କିଭଳ ଚଳାଚଳ କରିବ ତା’ ଉପରେ ଗୁରୁତ୍ୱ ଦିଆଯାଇ ନାହିଁ। ସମଙ୍ଗ ପାର୍କିଂ ସ୍ଥଳରେ ସେମିତି ଖୋଲାମେଲାରେ ପଡ଼ିଛି ଏହି ନୂଆ ବସ୍‌‌ଗୁଡ଼ିକ। ଖରା ଖାଉଛି, ବର୍ଷା ମାଡ଼ ବି ସହୁଛି। ଫଳରେ ଧୀରେ ଧୀରେ ଏହା ନଷ୍ଟ ହେବାକୁ ଲାଗିଲାଣି। ଚଳପ୍ରଚଳ କରୁ ନ ଥିବାରୁ କେତେକ ସ୍ଥାନରେ କଳଙ୍କି ଲାଗିବା ସ୍ଥିତିକୁ ଆସିଗଲାଣି। କେବଳ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା କର୍ମୀମାନେ ହିଁ ଏହାକୁ ଜଗି ରହିଛନ୍ତି। ନିକଟରେ କାମ କରୁଥିବା ଏକ ଜେସିବି ମାଡ଼ କରିଦେବାରୁ ଗୋଟିଏ ବସ୍‌‌ର ଝରକା କାଚ ମଧ୍ୟ ଭାଙ୍ଗିଯାଇଛି। ଷ୍ଟିକରିଂ ବି କେତେକ ବସ୍‌‌ରୁ ଛାଡିଗଲାଣି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ବି ପୂର୍ବ ସରକାର ଏଭଳି ମହତାକାଂକ୍ଷୀ ଯୋଜନାର ପରିକଳ୍ପନା କରି ବସ୍‌‌ଗୁଡ଼ିକ କିଣିଥିଲେ କିନ୍ତୁ ଏବେର ସରକାର ଭକ୍ତଙ୍କ ସୁବିଧା ପାଇଁ ଆଦୌ ଚିନ୍ତା କରିନାହାନ୍ତି। ଡ୍ରାଇଭର କିମ୍ବା ହେଲ୍‌‌ପର ନିଯୁକ୍ତି କରାଯାଇ ନ ଥିବାବେଳେ କିଭଳି ଚାର୍ଜିଂ କରାଯିବ ତା’ର ସୁବିଧା ଉପଲବ୍ଧ ହୋଇନାହିଁ। ଫଳରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କାରେ କିଣାଯାଇଥିବା ଏହି ମିନି ବସ୍‌‌ଗୁଡ଼ିକ ନଷ୍ଟ ହେବାରେ ଲାଗିଛି, ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି। ଯଦି ବି ଏହା ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ସେବାରେ ଲାଗୁନାହିଁ ତେଣୁ ଏହାକୁ ପୁରୀ ରେଳ ଷ୍ଟେଶନ, କୋଣାର୍କ, ସାତପଡ଼ା ଆଦି ନିକଟବର୍ତ୍ତୀ ସ୍ଥାନକୁ ଚଳାଚଳ କରିବା ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ସାଧାରଣ ଜନତା।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଛି। ପରିବହନ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ ଏବଂ ଓବିସିସି ଅଧିକାରୀଙ୍କୁ ନେଇ ଏକ ବୈଠକ ହେବ। ବୈଠକରେ ସଟଲ ବସ୍‌‌ ସେବା କେଉଁଭଳି ଭକ୍ତଙ୍କୁ ମିଳିବ ତା’ ଉପରେ ଆଲୋଚନା କରାଯିବ।