ସରକାର ଶୁଣିଲେନି ଦାବି: ୧୫ ହଜାର ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, କାଲିଠୁ ରୋଗୀସେବା ଠପ !
ଭୁବନେଶ୍ବର: ନର୍ସଙ୍କ ଦାବି ଶୁଣିଲେନି ରାଜ୍ୟ ସରକାର । ଆଲୋଚନା ବିଫଳ ହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ଯର ୧୫ ହଜାର... The post ସରକାର ଶୁଣିଲେନି ଦାବି: ୧୫ ହଜାର ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, କାଲିଠୁ ରୋଗୀସେବା ଠପ ! appeared first on .
ଭୁବନେଶ୍ବର: ନର୍ସଙ୍କ ଦାବି ଶୁଣିଲେନି ରାଜ୍ୟ ସରକାର । ଆଲୋଚନା ବିଫଳ ହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ଯର ୧୫ ହଜାର ନର୍ସ । କାଲିଠୁ ପୂରା କାର୍ଯ୍ୟ ବନ୍ଦ ଆନ୍ଦୋଳନର ଡାକରା ଦେଇଥିବାରୁ ରାଜ୍ୟରେ ରୋଗୀ ସେବା ପ୍ରଭାବିତ ହେବା ନେଇ ଆଶଂକା ଦେଖାଦେଇଛି । ସେପଟେ ନର୍ସ ଆନ୍ଦୋଳନ ପ୍ରସଙ୍ଗରେ ଆପୋଷ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।
ମାନିଲେନି ଏସମା ଆଦେଶ । ସରକାର ଶୁଣିଲେନି ଦାବି । କାର୍ଯ୍ଯବନ୍ଦ ପାଇଁ ନିଷ୍ପତ୍ତି ନେଲେ ରାଜ୍ଯର ନର୍ସ । ଦୁଇଦିନ ହେଲା ଚାଲିଛି କାର୍ଯ୍ଯବନ୍ଦ ଆନ୍ଦୋଳନ । ସାରା ରାଜ୍ଯରେ ୧୫ ହଜାର ନର୍ସିଂ କର୍ମଚାରୀ ଆନ୍ଦୋଳନ ଓହ୍ଲାଇଛନ୍ତି । ଫଳରେ ସାରା ରାଜ୍ଯରେ ରୋଗୀସେବା ପ୍ରଭାବିତ ହୋଇଛି । କଟକ ବଡ ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ ମେଡିକାଲ ସହିତ ଶିଶୁ ଭବନରେ ଜରୁରୀକାଳୀନ ଚିକିତ୍ସାକୁ ଛାଡ଼ି ଦେଲେ ବାକି କୌଣସି ସ୍ଥାନରେ କାମ କରୁନାହାନ୍ତି ନର୍ସିଂ କର୍ମଚାରୀ । ଦାବି ପୂରଣ ନହଲେ ଶୁକ୍ରବାରରୁ ସମ୍ପୂର୍ଣ୍ଣ କାର୍ଯ୍ଯବନ୍ଦ ପାଇଁ ଚେତାବନୀ ଦେଇଛି ସଂଘ ।
୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ସହ ସମସ୍ତ ଆର୍ଥିକ ସହାୟତା ଦାବି କରିଛି ସଂଘ । ଏହାସହ ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରରେ ନର୍ସିଂ ଅଫିସରଙ୍କୁ ସ୍ଥାୟୀ, ଠିକା ସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜନ ହୋଇଥିବା ଆଦେଶ ପ୍ରତିହାର ପରି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ନର୍ସି କର୍ମଚାରୀ ସଂଘ । ନର୍ସିଂ କର୍ମଚାରୀ ସହଯୋଗ କରୁ ନଥିବାରୁ ଆଜି କଟକ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।
ଖାଲି କଟକ ନୁହେଁ, ରାଉରକେଲା ସରକାରୀ ହସ୍ପିଟାଲ, ବଲାଙ୍ଗୀର, ଯାଜପୁର, ସମ୍ବଲପୁର, ଦେବଗଡ଼ ସବୁଠି ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି । ମେଡିକାଲ ଆଗରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ନର୍ସିଂ କର୍ମଚାରୀ । ୧୬ ବର୍ଷରୁ ଅଧିକ ସମୟ ଧରି ସେବା ଯୋଗାଇ ଆସୁଥିଲେ ସୁଦ୍ଧା ସରକାର ସେମାନଙ୍କ ଦାବି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ।
ସରକାର ଦାବି ନଶୁଣିଲେ ଆସନ୍ତାକାଲିଠାରୁ ରୋଗୀସେବା ସମ୍ପୂର୍ଣ୍ଣ ଠପ ହେବା ଆଶଂକା ସୃଷ୍ଟି ହୋଇଛି ।
The post ସରକାର ଶୁଣିଲେନି ଦାବି: ୧୫ ହଜାର ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, କାଲିଠୁ ରୋଗୀସେବା ଠପ ! appeared first on .