ସରକାରଙ୍କ OBC ସଂରକ୍ଷଣକୁ ନେଇ ଅରୁଣ ସାହୁଙ୍କ କଟାକ୍ଷ, କହିଲେ ଏହା ଏକ ଧୋକା ଓ ପ୍ରବଞ୍ଚନା

ଭୁବନେଶ୍ବର ୧୬।୫: ସରକାରଙ୍କ OBC ସଂରକ୍ଷଣକୁ ନେଇ ସାମ୍ୱାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଓଡ଼ିଶା ସରକାର ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ଧୋକା ଓ ପ୍ରବଞ୍ଚନା । ବିଜେଡି ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ପାଇଁ ଜୋରଦାର ଦାବି କରିଥିଲା । ସରକାର ତରବରିଆ ନିଷ୍ପତ୍ତି ନେଇଛନ୍ତି । ଯୁକ୍ତ ୩ରେ ସିଟ୍ ଖାଲି ପଡୁଛି ସେଠି ସଂରକ୍ଷଣ ଲାଗୁ କରି ବାଃ ବାଃ ନେଉଛନ୍ତି ସରକାର । ବିଜେଡି ଦାବି ରଖୁଛି, ଓବିସି ମାନଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ । ଶିକ୍ଷା କ୍ଷେତ୍ରରେ SC/ST ମାନଙ୍କୁ ମଧ୍ୟ ଉଚିତ ସଂରକ୍ଷଣ ଦିଆଯାଉ । ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି । ନଚେତ୍ ୨୧ ତାରିଖରେ ରାଜଭବନ ସାମ୍ନାରେ ବିଶାଳ ଗଣଧାରଣା ଦିଆଯିବ । ଆଗକୁ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଅରୁଣ ସାହୁ କହିଛନ୍ତି ।You Can Read:ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ : ୩୩%ରୁ ଅଧିକ କ୍ଷତି ହୋଇଥିଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ସରକାରଙ୍କ OBC ସଂରକ୍ଷଣକୁ ନେଇ ଅରୁଣ ସାହୁଙ୍କ କଟାକ୍ଷ, କହିଲେ ଏହା ଏକ ଧୋକା ଓ ପ୍ରବଞ୍ଚନା

ଭୁବନେଶ୍ବର : ସରକାରଙ୍କ OBC ସଂରକ୍ଷଣକୁ ନେଇ ସାମ୍ୱାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଓଡ଼ିଶା ସରକାର ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ଧୋକା ଓ ପ୍ରବଞ୍ଚନା । ବିଜେଡି ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ପାଇଁ ଜୋରଦାର ଦାବି କରିଥିଲା । ସରକାର ତରବରିଆ ନିଷ୍ପତ୍ତି ନେଇଛନ୍ତି । 

ଯୁକ୍ତ ୩ରେ ସିଟ୍ ଖାଲି ପଡୁଛି ସେଠି ସଂରକ୍ଷଣ ଲାଗୁ କରି ବାଃ ବାଃ ନେଉଛନ୍ତି ସରକାର । ବିଜେଡି ଦାବି ରଖୁଛି, ଓବିସି ମାନଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ । ଶିକ୍ଷା କ୍ଷେତ୍ରରେ SC/ST ମାନଙ୍କୁ ମଧ୍ୟ ଉଚିତ ସଂରକ୍ଷଣ ଦିଆଯାଉ । ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି । ନଚେତ୍ ୨୧ ତାରିଖରେ ରାଜଭବନ ସାମ୍ନାରେ ବିଶାଳ ଗଣଧାରଣା ଦିଆଯିବ । ଆଗକୁ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଅରୁଣ ସାହୁ କହିଛନ୍ତି ।

You Can Read:

ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ : ୩୩%ରୁ ଅଧିକ କ୍ଷତି ହୋଇଥିଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ