ସରକାରଙ୍କ ଉପରେ ପରିଷଦ ଚାପ: ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ବଢ଼ିଲା ଦାବି
କନକ ବ୍ୟୁରୋ: ଆଂଚଳିକ ବୈଷମ୍ୟତାକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୁଏ। ପୂର୍ବ ଓଡିଶା ତୁଳନାରେ ପଶ୍ଚିମ ଓଡିଶା, ଉତର ଓଡିଶା, ଦକ୍ଷିଣ ଓଡିଶା ସମାନ ଭାବରେ ବିକଶିତ ହୋଇନଥିବା ବିଭିନ୍ନ ସଂଗଠନ ଦାବି କରିଥାନ୍ତି। ଏହାକୁ ନେଇ ୨୦୦୪ ମସିହାରେ ଆଂଚଳିକ ବୈଷମ୍ୟ କମିଶନ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ହେଲେ, ତତତ୍କାଳିନ ରାଜ୍ୟ ସରକାର ଏହାକୁ ଚାପି ଦେଇଥିଲେ। କିନ୍ତୁ ସରକାର ବଦଳିବା ପରେ ଏହି ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ମୁଖ୍ୟମନ୍ତ୍ରୀ […] The post ସରକାରଙ୍କ ଉପରେ ପରିଷଦ ଚାପ: ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ବଢ଼ିଲା ଦାବି first appeared on Kanak News.

କନକ ବ୍ୟୁରୋ: ଆଂଚଳିକ ବୈଷମ୍ୟତାକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୁଏ। ପୂର୍ବ ଓଡିଶା ତୁଳନାରେ ପଶ୍ଚିମ ଓଡିଶା, ଉତର ଓଡିଶା, ଦକ୍ଷିଣ ଓଡିଶା ସମାନ ଭାବରେ ବିକଶିତ ହୋଇନଥିବା ବିଭିନ୍ନ ସଂଗଠନ ଦାବି କରିଥାନ୍ତି। ଏହାକୁ ନେଇ ୨୦୦୪ ମସିହାରେ ଆଂଚଳିକ ବୈଷମ୍ୟ କମିଶନ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ହେଲେ, ତତତ୍କାଳିନ ରାଜ୍ୟ ସରକାର ଏହାକୁ ଚାପି ଦେଇଥିଲେ। କିନ୍ତୁ ସରକାର ବଦଳିବା ପରେ ଏହି ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି।
ମୁଖ୍ୟମନ୍ତ୍ରୀ ୨ଟି ବିକାଶ ପରିଷଦ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ, ପୁଣି ଥରେ ଆଂଚଳିକ ଭିତିରେ ବିକାଶ ପରିଷଦ ଗଠନ ଦାବି ଜୋର ଧରିଛି। ଉତ୍ତର ଓଡିଶା ମୁଖ୍ୟମନ୍ତ୍ରୀଙ୍କ ନିଜ ଅଂଚଳ ହୋଇଥିବାରୁ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ଦାବି ଅଧିକ ହେଉଛି। ଉତର ଓଡିଶାର ବିକାଶ ପାଇଁ କଂଗ୍ରେସ ନେତା ନବଜ୍ୟୋତ ପଟ୍ଟନାୟକ ଚିଠି ଲେଖି ୪ଟି ପ୍ରସ୍ତାବ ଦେଇଛନ୍ତି। ସେହିପର ଦକ୍ଷିଣ ଓଡିଶାରୁ ପ୍ରଥମ ଥର ପାଇଁ ବିଜେପି ଅଧିକ ଆସନ ପାଇ କ୍ଷମତାକୁ ଆସିଥିବାରୁ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ଦାବି ବଢ଼ିବାରେ ଲାଗିଛି। ଏଥିସହ ପଶ୍ଚିମ ଓଡିଶା ବିକାଶ ପରିଷଦର ବ୍ୟୟ ବରାଦ ରାଶି ୫ ଶହ କୋଟି ଟଙ୍କାରେ ପହଁଥିଲେ ବି ଠିକ୍ ଭାବରେ ଖର୍ଚ୍ଚ ହେଉନଥିବା ଅଭିଯୋଗ ହୋଇଛି। ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ୟ୍ୟାଳୟକୁ ପଶ୍ଚିମ ଓଡିଶାକୁ ସ୍ଥାନାନ୍ତର କରିବାକୁ ଦାବି ହେଉଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତ ୨୫ତାରିଖରେ ଉନ୍ନୟନ ସଚିବଙ୍କ ସହ ବିଭିନ୍ନ କାର୍ୟ୍ୟର ସମୀକ୍ଷା ବେଳେ, ଦୁଇଟି ବିକାଶ ପରିଷଦ ପାଇଁ ଟାକ୍ସଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସମସ୍ତଙ୍କ ଆଶା ବଢ଼ି ଯାଇଛି। ତେବେ ଟାକ୍ସର୍ଫୋର ସୂରୂପ କଣ ହେଉଛି? କେବେ ବିକାଶ ପରିଷଦ ଗଠନ ହେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।
The post ସରକାରଙ୍କ ଉପରେ ପରିଷଦ ଚାପ: ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ବଢ଼ିଲା ଦାବି first appeared on Kanak News.