ସରକାରଙ୍କ ବଦଳିଲା ଆଭିମୁଖ୍ୟ, ମନ୍ତ୍ରୀ କହିଲେ-ଏହି ବଡ଼ କମ୍ପାନିର ହେବନି ବିନିବେଶ
ନୂଆଦିଲ୍ଲୀ: ମୋଦୀ ୩.୦ରେ ସରକାରଙ୍କ ବିନିବେଶ ଉପରେ ଫୋକସ୍ ରହିପାରେ । କିନ୍ତୁ ଏବେ ସରକାରଙ୍କ ରଣନୀତି ବଦଳୁଥିବା ନଜର ଆସୁଛି । ଯେଉଁ ତୈଳ କମ୍ପାନିର ବିନିବେଶକୁ ନେଇ ଗତ କାର୍ଯ୍ୟକାଳରେ ସରକାର ଜୋରସୋରରେ ଲାଗିଥିଲେ, ଏବେ ସରକାରଙ୍କ ଆଭିମୁଖ୍ୟ ବଦଳୁଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ସମ୍ଭାଳିବା ପରେ ହରଦୀପ ସିଂହ ପୁରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିପିସିଏଲକୁ ନେଇ ବିନିବେଶର କୌଣସି ଉଦ୍ଦେଶ୍ୟ ନାହିଁ ।ବିନିବେଶକୁ ନେଇ ଏକ ପ୍ରଶ୍ନର ଜବାବ ଦେଇ ସେ କହିଛନ୍ତି ଯେ ସରକାରକୁ ଅୟଲ ଆଣ୍ଡ ଗ୍ୟାସ୍ ପିଏସୟୁରୁ ୧୯-୨୦ ପ୍ରତିଶତ ରେଭେନ୍ୟୁ ମିଳିଥାଏ । ତେଣୁ ଏବେ ବିପିସିଏଲରେ ବିନିବେଶର କୌଣସି ଉଦ୍ଦେଶ୍ୟ ନାହିଁ । ଆଗକୁ ଏକ୍ସପ୍ଲେରସନ ଏବଂ ଉତ୍ପାଦନ ଉପରେ ଫୋକସ କରିବାର ଯୋଜନା ରହିଛି । ଏହାସହ ତୈଳ ଉତ୍ପାଦନ ବଢାଇ ୪୫,୦୦୦ ବ୍ୟାରେଲ୍ ପ୍ରତିଦିନ କରାଯିବ ।ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଶୋଧିତ ତୈଳର ମୂଲ୍ୟ ୭୫-୮୦ ଡଲାର ପ୍ରତି ବ୍ୟାରେଲ ନିକଟରେ ପହଞ୍ଚିବା ପରେ ପେଟ୍ରୋଲ୍ ଏବଂ ଡିଜେଲ ମୂଲ୍ୟ ହ୍ରାସର ସମ୍ଭାବନା ରହିଛି । ହରଦୀପ ସିଂହ ପୁରୀ କହିଛନ୍ତି ଯେ ବିପିସିଏଲ୍ ଗ୍ରୀନଫିଲ୍ଡ ରିଫାଇନିଂ ପ୍ରସ୍ତୁତ କରିବା ପାଇଁ ଆଡଭାନ୍ସ ପର୍ଯ୍ୟାୟରେ ଅଛି । ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ ଉଦ୍ୟମ କରାଯିବ । ତେବେ ପେଟ୍ରୋଲ୍-ଡିଜେଲ୍ ମୂଲ୍ୟକୁ ଏବେ କମ କରିବା ମୁସ୍କିଲ ଅଟେ ।
ନୂଆଦିଲ୍ଲୀ: ମୋଦୀ ୩.୦ରେ ସରକାରଙ୍କ ବିନିବେଶ ଉପରେ ଫୋକସ୍ ରହିପାରେ । କିନ୍ତୁ ଏବେ ସରକାରଙ୍କ ରଣନୀତି ବଦଳୁଥିବା ନଜର ଆସୁଛି । ଯେଉଁ ତୈଳ କମ୍ପାନିର ବିନିବେଶକୁ ନେଇ ଗତ କାର୍ଯ୍ୟକାଳରେ ସରକାର ଜୋରସୋରରେ ଲାଗିଥିଲେ, ଏବେ ସରକାରଙ୍କ ଆଭିମୁଖ୍ୟ ବଦଳୁଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ସମ୍ଭାଳିବା ପରେ ହରଦୀପ ସିଂହ ପୁରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିପିସିଏଲକୁ ନେଇ ବିନିବେଶର କୌଣସି ଉଦ୍ଦେଶ୍ୟ ନାହିଁ ।
ବିନିବେଶକୁ ନେଇ ଏକ ପ୍ରଶ୍ନର ଜବାବ ଦେଇ ସେ କହିଛନ୍ତି ଯେ ସରକାରକୁ ଅୟଲ ଆଣ୍ଡ ଗ୍ୟାସ୍ ପିଏସୟୁରୁ ୧୯-୨୦ ପ୍ରତିଶତ ରେଭେନ୍ୟୁ ମିଳିଥାଏ । ତେଣୁ ଏବେ ବିପିସିଏଲରେ ବିନିବେଶର କୌଣସି ଉଦ୍ଦେଶ୍ୟ ନାହିଁ । ଆଗକୁ ଏକ୍ସପ୍ଲେରସନ ଏବଂ ଉତ୍ପାଦନ ଉପରେ ଫୋକସ କରିବାର ଯୋଜନା ରହିଛି । ଏହାସହ ତୈଳ ଉତ୍ପାଦନ ବଢାଇ ୪୫,୦୦୦ ବ୍ୟାରେଲ୍ ପ୍ରତିଦିନ କରାଯିବ ।
ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଶୋଧିତ ତୈଳର ମୂଲ୍ୟ ୭୫-୮୦ ଡଲାର ପ୍ରତି ବ୍ୟାରେଲ ନିକଟରେ ପହଞ୍ଚିବା ପରେ ପେଟ୍ରୋଲ୍ ଏବଂ ଡିଜେଲ ମୂଲ୍ୟ ହ୍ରାସର ସମ୍ଭାବନା ରହିଛି । ହରଦୀପ ସିଂହ ପୁରୀ କହିଛନ୍ତି ଯେ ବିପିସିଏଲ୍ ଗ୍ରୀନଫିଲ୍ଡ ରିଫାଇନିଂ ପ୍ରସ୍ତୁତ କରିବା ପାଇଁ ଆଡଭାନ୍ସ ପର୍ଯ୍ୟାୟରେ ଅଛି । ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ ଉଦ୍ୟମ କରାଯିବ । ତେବେ ପେଟ୍ରୋଲ୍-ଡିଜେଲ୍ ମୂଲ୍ୟକୁ ଏବେ କମ କରିବା ମୁସ୍କିଲ ଅଟେ ।