ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା: ‘୩ ମାସ ହୋଇଗଲା ଆଈ ମା’ ଗପଛାଡ଼ି କାମ କର’

ଭୁବନେଶ୍ୱର,୧୧।୯: ବୁଧବାର ବିଜୁ ଯୁବ ଜନତା ଦଳର ବୈଠକରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ୩ ମାସ ହୋଇଗଲାଣି, ଆଈ ମା’ ଗପଛାଡ଼ି କାମ କରିବାକୁ ସେ ସରକାରଙ୍କୁ କହିଛନ୍ତି। ନବୀନ ଆହୁରି କହିଛନ୍ତି ”କିଛି ଲୋକ ନିଜ ଚିନ୍ତାଧାରା ଅନ୍ୟ ଉପରେ ଥାପୁଛନ୍ତି, ଏହା ଗ୍ରହଣୀୟ ନୁହେଁ। ଏମିତିକି କିଛି ଲୋକ ବରପୁତ୍ରମାନଙ୍କୁ ଅପମାନିତ କରିବାକୁ ଲାଗିଲେଣି। ଏହା କଣ […] The post ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା: ‘୩ ମାସ ହୋଇଗଲା ଆଈ ମା’ ଗପଛାଡ଼ି କାମ କର’ appeared first on Dharitri Odia News.

ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା: ‘୩ ମାସ ହୋଇଗଲା ଆଈ ମା’ ଗପଛାଡ଼ି କାମ କର’

ଭୁବନେଶ୍ୱର,୧୧।୯: ବୁଧବାର ବିଜୁ ଯୁବ ଜନତା ଦଳର ବୈଠକରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ୩ ମାସ ହୋଇଗଲାଣି, ଆଈ ମା’ ଗପଛାଡ଼ି କାମ କରିବାକୁ ସେ ସରକାରଙ୍କୁ କହିଛନ୍ତି।

ନବୀନ ଆହୁରି କହିଛନ୍ତି ”କିଛି ଲୋକ ନିଜ ଚିନ୍ତାଧାରା ଅନ୍ୟ ଉପରେ ଥାପୁଛନ୍ତି, ଏହା ଗ୍ରହଣୀୟ ନୁହେଁ। ଏମିତିକି କିଛି ଲୋକ ବରପୁତ୍ରମାନଙ୍କୁ ଅପମାନିତ କରିବାକୁ ଲାଗିଲେଣି। ଏହା କଣ ଓଡ଼ିଆ ଅସ୍ମିତା ବୋଲି ନବୀନ ପ୍ରଶ୍ନ କରିଛନ୍ତି। ବଡ଼ ପାଟିରେ କହିଲେ ମିଛ ସତ ହୁଏନି, ସୁଭଦ୍ରାରୁ ଭତ୍ତା, ବିଜୁଳି ସବୁଥିରେ ମିଛ ଦେଖିବାକୁ ମିଳୁଛି। ମିଛ କହି ନିର୍ବାଚନ ଜିତିପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ।”

ଏଥିସହିତ ନିକଟ ଅତୀତରେ ଦଳ ଛାଡ଼ିଥିବା ନେତାମାନଙ୍କୁ ନବୀନ କଟାକ୍ଷ କରିଛନ୍ତି। ନବୀନ ତାଙ୍କର ଅଭିଭାଷଣରେ କହିଛନ୍ତି, ”ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଆମ ଆଦର୍ଶ ହେଉଛି ସେବା, ସ୍ବାଭିମାନ ଓ ସଂଗ୍ରାମ। ମୁଁ ରାଜନୀତିକୁ ଲୋକଙ୍କ ସେବାର ମାଧ୍ୟମ ଭାବେ ଦେଖେ, ବିଜେଡି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ବିକଶିତ ଓଡ଼ିଶାର ସ୍ବପ୍ନ ନେଇ ବିଜେଡି ଗଠନ ହୋଇଛି। ତେବେ ଦଳରେ ଥିବା ସୁବିଧାବାଦୀ ନେତାମାନେ ବିଜେଡି ଛାଡୁଛନ୍ତି। ଏହା ଆମକୁ ଅଧିକ ଶକ୍ତିଶାଳୀ କରିବାକୁ ବଳ ଯୋଗାଇବ।”

ଏହାପୂର୍ବରୁ ମଙ୍ଗଳବାର ନବୀନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସରକାରଙ୍କୁ ସମାଲୋଚନା କରିଥିଲେ। ଏଥିରେ ସେ ସାମ୍ପ୍ରତିକ ଘଟଣାକୁ ନେଇ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ।

ନବୀନ ତାଙ୍କର ପୋଷ୍ଟରେ ଲେଖିଥିଲେ, ”ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।

ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।

ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?କଥାରେ କୋଣାର୍କ ହୁଏ ନାହିଁ। ଗୋଟିଏ ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା।

ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।”

The post ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା: ‘୩ ମାସ ହୋଇଗଲା ଆଈ ମା’ ଗପଛାଡ଼ି କାମ କର’ appeared first on Dharitri Odia News.