ସରକାରଙ୍କୁ ସାଂସଦ ମାନସଙ୍କ ସମାଲୋଚନା : କହିଲେ- ସତ ମାନନ୍ତୁ, ଆଗକୁ ଯେମିତି ଏପରି ନହୁଏ ପଦକ୍ଷେପ ନିଅନ୍ତୁ….
ଭୁବନେଶ୍ବର : କନ୍ଧମାଳ ଅଞ୍ଚଳର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ୱ ଟାକୁଆ ଜାଉ ଖାଇ ୨ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ରାଜ୍ୟରେ ଏପରି ଘଟଣା ଘଟିବା ପରେ ମଧ୍ୟ ରାଜ୍ୟ ସରକାର କିପରି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ମିଛ କହି ଚାଲିଛନ୍ତି ତାହାକୁ ସାଂସଦ ମାନସ ମଙ୍ଗରାଜ ନିନ୍ଦା କରିବା କରିଛନ୍ତି। ଏଥି ସହିତ ସରକାର ସତକୁ ଗ୍ରହଣ କରି, ଭବିଷ୍ୟତରେ […]

ଭୁବନେଶ୍ବର : କନ୍ଧମାଳ ଅଞ୍ଚଳର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ୱ ଟାକୁଆ ଜାଉ ଖାଇ ୨ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ରାଜ୍ୟରେ ଏପରି ଘଟଣା ଘଟିବା ପରେ ମଧ୍ୟ ରାଜ୍ୟ ସରକାର କିପରି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ମିଛ କହି ଚାଲିଛନ୍ତି ତାହାକୁ ସାଂସଦ ମାନସ ମଙ୍ଗରାଜ ନିନ୍ଦା କରିବା କରିଛନ୍ତି। ଏଥି ସହିତ ସରକାର ସତକୁ ଗ୍ରହଣ କରି, ଭବିଷ୍ୟତରେ ଯେମିତି ଏଭଳି ଘଟଣା ନଘଟିବ ସେନେଇ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ମାନସ ମଙ୍ଗରାଜ।
ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସାଂସଦ ମାନସ ମଙ୍ଗରାଜ କହିଥିଲେ ଯେ‘ କନ୍ଧମାଳ ଜିଲ୍ଲାର ପୀଡିତାମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେମାନେ ମାସେ ଧରି ପିଡିଏସ୍ ଚାଉଳ ପାଇନାହାଁନ୍ତି, ଯାହାଫଳରେ ଆମ୍ବ ଟାକୁଆର ଜାଉ ଖାଇଥିଲେ। କିନ୍ତୁ ବିଜେପି ନେତା ଓ ମନ୍ତ୍ରୀମାନେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଆଜି ବି ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ ବିଭାଗ ଅପାରଗତାକୁ ଦୋଷ ନଦେଇ ଆଦିବାସୀଙ୍କ ଖାଇବା ଅଭ୍ୟାସକୁ ପରିହାସ କରିଛନ୍ତି। ଯାହା ଗ୍ରହଣୀୟ ନୁହେଁ। ସରକାର ସତକୁ ମାନି ଭବିଷ୍ୟତରେ ଏପରି ଘଟଣା ଯେପରି ନଘଟେ, ସେଥିପ୍ରତି କାର୍ଯ୍ୟ କରିବା ଆବଶ୍ୟକ।’
While the victims in Kandhamal district clearly state that they have not received PDS rice for months, leading to distress eating of mango kernels, BJP leaders and Ministers are busy misleading the public with false and deceitful statements.
Even today, a responsible Minister…
— Manas Mangaraj (@manasrmangaraj) November 4, 2024
ଉଳ୍ଲେଖଯୋଗ୍ୟ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ୱ ଟାକୁଆ ଯାଉ ଖାଇ ଦୁଇ ଜଣ ମହିଳା ମୃତ୍ୟୁବରଣ କରିଥିବା ଓ ଛଅ ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣ ମହିଳା ମଧ୍ୟ ଏବେ ବଡ଼ ମେଡିକାଲରେ ଚିକିତ୍ସିତ ଅଛନ୍ତି। ତେବେ ପିଡିଏସ ଚାଉଳ ନପାଇ ଆମ୍ବ ଟାକୁଆ ଖାଉଥିଲେ ବୋଲି ଚିକିତ୍ସାଧିନ ଥିବା ମହିଳାମାନେ ଗଣମାଧ୍ୟମକୁ କହିଥିଲେ। ଯାହା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଥିଲା।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ନିୟମ ଅନୁଯାୟୀ ରାଜ୍ୟରେ ରାସନ ବଣ୍ଟନର ସୁଷମ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ। ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ତିନି ମାସର ରାସନ ବଣ୍ଟନ ପାଇଁ ୨୭ ସେପ୍ଟେମ୍ୱର ଦିନ ଅର୍ଡର ବାହାରି ଥିଲା ଏବଂ ଏହା ପଚିଶ ଦିନ ଭିତରେ ବଣ୍ଟନ କାର୍ଯ୍ୟ ଶେଷ ହେବା କଥା। କିନ୍ତୁ, ଏକ ମାସରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ମାଣ୍ଡିପଙ୍କା ଅଞ୍ଚଳରେ ଏହି ରାସନ ବଣ୍ଟନ କରାଯାଇ ନଥିଲା। ଏହି ଘଟଣା ଘଟିଯିବା ପରେ ତରବରିଆ ଭାବେ ୨ ନଭେମ୍ୱର ଦିନ ରାସନ ବଣ୍ଟନ କରାଯାଇଥିଲା। ରାସନ ବଣ୍ଟନ ହୋଇପାରି ନଥିବା କଥାକୁ ଜିଲ୍ଲାପାଳ ମଧ୍ୟ ସ୍ୱୀକାର କରିଛନ୍ତି। ତେବେ ଏହା ପରେ ମଧ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ମିଛ କହିଚାଲିଛନ୍ତି।
ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆମ୍ୱ ଟାକୁଆ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଥିଲେ। ସେହିପରି, ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ଆମ୍ୱଟାକୁଆ ସେହି ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା ସହ ଘଟଣା ଘଟିଲା ବେଳେ ଏହି ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଘରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ ଥିଲା ବୋଲି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ମନ୍ତବ୍ୟ ଦେଇଥିଲେ ।