ସରକାରୀ କମ୍ପାନୀ ବିକିବ କାଙ୍ଗାଳ ପାକିସ୍ତାନ, ପ୍ରଥମ ପର୍ଯ୍ୟାୟରେ ୨୩ କମ୍ପାନୀର ତାଲିକା ପ୍ରସ୍ତୁତ
ଇସ୍ଲାମାବାଦ ୧୫/୦୫: ଆର୍ଥିକ ସଙ୍କଟ ଓ ଆଇଏମ୍ଏଫ (ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି)ର କଠୋର ସର୍ତ୍ତ ସାମ୍ନା କରୁଥିବା ପାକିସ୍ତାନ ଏବେ ଦେଶର ସରକାରୀ କମ୍ପାନି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଇସ୍ଲାମାବାଦରେ ଅନୁଷ୍ଠିତ ଘରୋଇକରଣ କମିଶନର ଏକ ଉଚ୍ଚସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ । କିନ୍ତୁ ବ୍ୟବସାୟ ଓ ନିବେଶ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିବା ହେଉଛି ସରକାରଙ୍କ କାମ । ଶାହାବାଜ କହିଛନ୍ତି ଦେଶର ସବୁ ସରକାରୀ କମ୍ପାନି ବିକ୍ରି କରାଯିବ । କମ୍ପାନି ଲାଭ କରୁଥାଉ କିମ୍ବା ନଥାଉ ସେଥିରେ କୌଣସି ଯାଏ ଆସେ ନାହିଁ । ତେବେ ରଣନୀତିକ କିମ୍ବା ସାମରିକ ଦୃଷ୍ଟିରୁ ଯେଉଁ କମ୍ପାନି ଗୁରୁତ୍ୱପୂର୍ଣ୍ଣ କେବଳ ସେହି କମ୍ପାନି ସରକାରଙ୍କ ପାଖରେ ରହିବ । କମ୍ପାନିର ବିକ୍ରି ଯେଭଳି ସହଜ ହୋଇପାରିବ । ସେଥିପାଇଁ ଘରୋଇକରଣ କମିଶନଙ୍କୁ ସବୁ ପ୍ରକାର ସହଯୋଗ କରିବା ଲାଗି ସେ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଗତ ୧୨ ତାରିଖରେ ଆଇଏମ୍ଏଫର ଏକ ଟିମ୍ ପାକିସ୍ତାନ ଆସିଥିଲା ବେଳେ ଶାହାବାଜଙ୍କ ସହ ବୈଠକରେ ସାମିଲ ହୋଇଥିଲା । ସେହି ସମୟରେ ଶାହାବାଜ ଦୀର୍ଘମିଆଦି ଆଧାରରେ ପାକିସ୍ତାନ ପାଇଁ ଅଧିକ ଋଣ ସହାୟତା ଲୋଡିଥିଲେ । ତେବେ ଆଇଏମ୍ଏଫ ଟିମ୍ ଋଣ ପ୍ରଦାନ ଲାଗି କେତେକ କଠୋର ସର୍ତ୍ତ ମଧ୍ୟ ରଖିଥିବା ସୂଚନା ମିଳିଛି
ଇସ୍ଲାମାବାଦ ୧୫/୦୫: ଆର୍ଥିକ ସଙ୍କଟ ଓ ଆଇଏମ୍ଏଫ (ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି)ର କଠୋର ସର୍ତ୍ତ ସାମ୍ନା କରୁଥିବା ପାକିସ୍ତାନ ଏବେ ଦେଶର ସରକାରୀ କମ୍ପାନି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଇସ୍ଲାମାବାଦରେ ଅନୁଷ୍ଠିତ ଘରୋଇକରଣ କମିଶନର ଏକ ଉଚ୍ଚସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ । କିନ୍ତୁ ବ୍ୟବସାୟ ଓ ନିବେଶ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିବା ହେଉଛି ସରକାରଙ୍କ କାମ । ଶାହାବାଜ କହିଛନ୍ତି ଦେଶର ସବୁ ସରକାରୀ କମ୍ପାନି ବିକ୍ରି କରାଯିବ । କମ୍ପାନି ଲାଭ କରୁଥାଉ କିମ୍ବା ନଥାଉ ସେଥିରେ କୌଣସି ଯାଏ ଆସେ ନାହିଁ ।
ତେବେ ରଣନୀତିକ କିମ୍ବା ସାମରିକ ଦୃଷ୍ଟିରୁ ଯେଉଁ କମ୍ପାନି ଗୁରୁତ୍ୱପୂର୍ଣ୍ଣ କେବଳ ସେହି କମ୍ପାନି ସରକାରଙ୍କ ପାଖରେ ରହିବ । କମ୍ପାନିର ବିକ୍ରି ଯେଭଳି ସହଜ ହୋଇପାରିବ । ସେଥିପାଇଁ ଘରୋଇକରଣ କମିଶନଙ୍କୁ ସବୁ ପ୍ରକାର ସହଯୋଗ କରିବା ଲାଗି ସେ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଗତ ୧୨ ତାରିଖରେ ଆଇଏମ୍ଏଫର ଏକ ଟିମ୍ ପାକିସ୍ତାନ ଆସିଥିଲା ବେଳେ ଶାହାବାଜଙ୍କ ସହ ବୈଠକରେ ସାମିଲ ହୋଇଥିଲା । ସେହି ସମୟରେ ଶାହାବାଜ ଦୀର୍ଘମିଆଦି ଆଧାରରେ ପାକିସ୍ତାନ ପାଇଁ ଅଧିକ ଋଣ ସହାୟତା ଲୋଡିଥିଲେ । ତେବେ ଆଇଏମ୍ଏଫ ଟିମ୍ ଋଣ ପ୍ରଦାନ ଲାଗି କେତେକ କଠୋର ସର୍ତ୍ତ ମଧ୍ୟ ରଖିଥିବା ସୂଚନା ମିଳିଛି ।
ବୈଠକ ପରେ ଶାହାବାଜ ୨୪ଟି କମ୍ପାନିର ତାଲିକା ପ୍ରସ୍ତୁତ କରିଛନ୍ତି । ଏହାକୁ ପ୍ରଥମ ପର୍ଯ୍ୟାୟରେ ବିକ୍ରି କରାଯିବ । ତାଲିକାର ଶୀର୍ଷରେ ରହିଛି ପାକିସ୍ତାନ ଆନ୍ତର୍ଜାତିକ ଏୟାରଲାଇନ୍ସ ଲିମିଟେଡ । ଏହାକୁ ବିକ୍ରି କରିବା ଲାଗି ନିଲାମ ଡକାଯିବ ଏବଂ ଟେଲିଭିଜନ ଚ୍ୟାନେଲରେ ତାର ପ୍ରସାରଣ ହେବ ।
କମ୍ପାନି ବିକ୍ରି ପ୍ରକ୍ରିୟାକୁ ‘ଘରୋଇକରଣ ପ୍ରକ୍ରିୟା-୨୦୨୪-୨୦୨୯’ । ସେଥିରେ ପାକିସ୍ତାନ ବିଦ୍ୟୁତ କମ୍ପାନି ମଧ୍ୟ ରହିଛି । ପ୍ରଥମେ ସେହି ସବୁ କମ୍ପାନିକୁ ବିକ୍ରି କରାଯିବ ଯାହା କ୍ଷତିରେ ଚାଲୁଛି । ଏହା ପରେ ଲାଭ କରୁଥିବା କମ୍ପାନିଙ୍କୁ ବିକ୍ରି କରାଯିବ । ଆଇଏମ୍ଏଫର ଚାପରେ ପାକିସ୍ତାନ ଏଭଳି ପଦକ୍ଷେପ ନେଉଛି । ଗତବର୍ଷ ପାକିସ୍ତାନକୁ ଆଇଏମ୍ଏଫ ୧୦ ହଜାର କୋଟି ଋଣ
ଦେଇଥିଲା ବେଳେ କେତେକ ସର୍ତ୍ତ ରଖିଥିଲା ।
ସେହି ସର୍ତ୍ତ ମାନି ପାକ୍ ସରକାର କଠୋର ପଦକ୍ଷେପ ନେଇଥିଲେ । ଆଇଏମ୍ଏଫ୍ ସବୁ ପ୍ରକାର ସବ୍ସିଡି ବନ୍ଦ କରିବା, ପେଟ୍ରୋଲ-ଡିଜେଲ ଓ ବିଜୁଳି ୩୦ ପ୍ରତିଶତ ବୃଦ୍ଧି କରିବା ଏବଂ ଟିକସ ଆଦାୟ ୧୦ ପ୍ରତିଶତ ବଢ଼ାଇବା ଲାଗି ପାକିସ୍ତାନକୁ କହିଥିଲା । ଆର୍ଥିକ ସଙ୍କଟରୁ ମୁକୁଳିବାକୁ ପୂର୍ବରୁ ପାକିସ୍ତାନ କରାଚୀ ବନ୍ଦର ଓ ଇସଲାମାବାଦ ବିମାନବନ୍ଦରକୁ ଘରୋଇ କମ୍ପାନିଙ୍କୁ ଠିକାରେ ଦେଇଛି ।