ସରକାରୀ କର୍ମଚାରୀଙ୍କ ମୃତ୍ୟୁରେ ଅନୁକମ୍ପା ରାଶିର ୨୦% ପାଇବେ ବାପା-ମାଆ
ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ମିଳୁଥିବା ଅନୁକମ୍ପା ରାଶି ଭାଗବଣ୍ଟାକୁ ନେଇ ଦେଶରେ ଅନେକ ସମୟରେ ବିବାଦ ସୃଷ୍ଟି ହୋଇଥାଏ । ବିଭିନ୍ନ ସମୟରେ ଦାବି ବି ଉଠେ ଯେ କର୍ମଚାରୀଙ୍କ ମୃତ୍ୟୁ ପରେ ମିଳୁଥିବା ଅନୁକମ୍ପା ରାଶିର କିଛି ଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କ ବାପା-ମାଆଙ୍କୁ ମଧ୍ୟ ଦିଆଯାଉ । ଏବେ ଏହି ମାମଲାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବଡ଼ ଘୋଷଣା କରିଛନ୍ତି । ଆସାମ ସରକାର ଅନୁକମ୍ପା ରାଶି ଭାଗବଣ୍ଟା ଉପରେ ଏକ ନୂଆ ନିୟମ ଆଣିବା ପାଇଁ ଘୋଷଣା କରିଛନ୍ତି ।ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ରାଜ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ମିଳୁଥିବା କ୍ଷତିପୂରଣ ରାଶିକୁ ୮୦:୨୦ ଭାଗ କରାଯିବ । ସିଏମ୍ ହିମନ୍ତ କହିଛନ୍ତି ଯେ ୮୦ ପ୍ରତିଶତ ରାଶି ମୃତକଙ୍କ ସ୍ୱାମୀ/ସ୍ତ୍ରୀଙ୍କୁ ଏବଂ ୨୦ ପ୍ରତିଶତ ରାଶି ମାଆ-ବାପାଙ୍କୁ ଦିଆଯିବ । From now on, the compassionate grant for deceased Govt employees will be distributed in the ratio of 80:20.80% of the amount will be given to spouse and 20% to parents.We don't want families to be divided in times of grief. pic.twitter.com/J5Jht1VkUW— Himanta Biswa Sarma (@himantabiswa) August 13, 2024ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଅନୁକ
ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ମିଳୁଥିବା ଅନୁକମ୍ପା ରାଶି ଭାଗବଣ୍ଟାକୁ ନେଇ ଦେଶରେ ଅନେକ ସମୟରେ ବିବାଦ ସୃଷ୍ଟି ହୋଇଥାଏ । ବିଭିନ୍ନ ସମୟରେ ଦାବି ବି ଉଠେ ଯେ କର୍ମଚାରୀଙ୍କ ମୃତ୍ୟୁ ପରେ ମିଳୁଥିବା ଅନୁକମ୍ପା ରାଶିର କିଛି ଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କ ବାପା-ମାଆଙ୍କୁ ମଧ୍ୟ ଦିଆଯାଉ । ଏବେ ଏହି ମାମଲାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବଡ଼ ଘୋଷଣା କରିଛନ୍ତି । ଆସାମ ସରକାର ଅନୁକମ୍ପା ରାଶି ଭାଗବଣ୍ଟା ଉପରେ ଏକ ନୂଆ ନିୟମ ଆଣିବା ପାଇଁ ଘୋଷଣା କରିଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ରାଜ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ମିଳୁଥିବା କ୍ଷତିପୂରଣ ରାଶିକୁ ୮୦:୨୦ ଭାଗ କରାଯିବ । ସିଏମ୍ ହିମନ୍ତ କହିଛନ୍ତି ଯେ ୮୦ ପ୍ରତିଶତ ରାଶି ମୃତକଙ୍କ ସ୍ୱାମୀ/ସ୍ତ୍ରୀଙ୍କୁ ଏବଂ ୨୦ ପ୍ରତିଶତ ରାଶି ମାଆ-ବାପାଙ୍କୁ ଦିଆଯିବ ।
From now on, the compassionate grant for deceased Govt employees will be distributed in the ratio of 80:20.
80% of the amount will be given to spouse and 20% to parents.
We don't want families to be divided in times of grief. pic.twitter.com/J5Jht1VkUW— Himanta Biswa Sarma (@himantabiswa) August 13, 2024
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଅନୁକମ୍ପା ରାଶିର ୮୦:୨୦ ଭାଗବଣ୍ଟା ନିୟମ ତତ୍କାଳ ପ୍ରଭାବରୁ ଲାଗୁ ହେବ । ଏହି ନିଷ୍ପତ୍ତି ପଛର କାରଣ କହି ସିଏମ୍ କହିଛନ୍ତି ଯେ ଦୁଃଖ ସମୟରେ ପରିବାର ଭାଗ ଭାଗ ହେଉ ବୋଲି ଆମେ ଚାହୁଁ ନାହୁଁ । ଏହାସହ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ସରକାରୀ ଟ୍ରାନ୍ସଫର ଏବଂ ପୋଷ୍ଟିଂ ଦୁର୍ନୀତିର ଏକ ବଡ଼ ଉତ୍ସ । ଏହାକୁ ଶେଷ କରିବା ପାଇଁ ରାଜ୍ୟ ସରକାର ଏକ ପୋର୍ଟାଲ ଆଣିବେ, ଯାହା ଜରିଆରେ କର୍ମଚାରୀ ନିଜେ ଟ୍ରାନ୍ସଫର ନେଇପାରିବେ । ଏଥିରେ ସରକାରୀ ହସ୍ତକ୍ଷେପ କମ ରହିବ ।