ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୫।୭: ଜୁଲାଇ ୨୨ରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିବେ। ମୋଦି ୩.୦ର ଏହି ପ୍ରଥମ ବଜେଟକୁ ଜନସାଧାରଣ ଅପେକ୍ଷା କରିଛନ୍ତି। ଅର୍ଥମନ୍ତ୍ରୀ ଅନେକ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ସର୍ବନିମ୍ନ ବେତନ ପ୍ରସଙ୍ଗ। ବିଶେଷଜ୍ଞମାନେ ଆକଳନ କରିଛନ୍ତି,ଏକ ଦଶନ୍ଧି ଅପେକ୍ଷା ପରେ କର୍ମଚାରୀମାନେ ଏହି ଦିଗରେ କିଛି ଭଲ ଖବର ପାଇପାରନ୍ତି। […] The post ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ଅର୍ଥମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୭: ଜୁଲାଇ ୨୨ରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିବେ। ମୋଦି ୩.୦ର ଏହି ପ୍ରଥମ ବଜେଟକୁ ଜନସାଧାରଣ ଅପେକ୍ଷା କରିଛନ୍ତି। ଅର୍ଥମନ୍ତ୍ରୀ ଅନେକ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ସର୍ବନିମ୍ନ ବେତନ ପ୍ରସଙ୍ଗ। ବିଶେଷଜ୍ଞମାନେ ଆକଳନ କରିଛନ୍ତି,ଏକ ଦଶନ୍ଧି ଅପେକ୍ଷା ପରେ କର୍ମଚାରୀମାନେ ଏହି ଦିଗରେ କିଛି ଭଲ ଖବର ପାଇପାରନ୍ତି। ସର୍ବନିମ୍ନ ଦରମା ୧୫ ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯିବାର ସମ୍ଭାବନା ରହିଛି।
ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠିରେ ଯୋଗଦାନ ପାଇଁ ସର୍ବନିମ୍ନ ଦରମା ହେଉଛି ୧୫,୦୦୦ ଟଙ୍କା। ବଜେଟ ୨୦୨୪ରେ ଏହାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏହି ପ୍ରସ୍ତାବ ପ୍ରସ୍ତୁତ କରିଛି। ଜୁଲାଇ ୨୩ ରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଏହା ଘୋଷଣା କରି ବର୍ଷ ବର୍ଷ ଧରି ଚାଲିଆସୁଥିବା ଦାବି ଅର୍ଥମନ୍ତ୍ରୀ ପୂରଣ କରିପାରିବେ।
ସେପଟେ ଦେଶରେ ସର୍ବନିମ୍ନ ଦରମା ୧୦ ବର୍ଷ ହେବ ବୃଦ୍ଧି ହୋଇନାହିଁ। କିନ୍ତୁ ବିଗତ ବର୍ଷଗୁଡ଼ିକରେ ମୁଦ୍ରାସ୍ଫୀତିରେ ତୀବ୍ର ବୃଦ୍ଧି ଘଟିଛି। ଏହାପୂର୍ବରୁ ସେପ୍ଟେମ୍ବର ୧, ୨୦୧୪ରେ ସର୍ବନିମ୍ନ ଦରମା ବୃଦ୍ଧି କରାଯାଇଥିଲା। ସେପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ ୬,୫୦୦ ଟଙ୍କା ଥିଲା ଯାହାକି ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।
The post ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ଅର୍ଥମନ୍ତ୍ରୀ appeared first on Dharitri Odia News.