ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ ମୋହନ ସରକାର, ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୨୧।୧୦: ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ସୋମବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୫୦ରୁ ୫୩ ପ୍ରତିଶତକୁ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ଜୁଲାଇ ୧, ୨୦୨୪ରୁ ଏହା ପିଛିଲା ଭାବେ ଲାଗୁ ହେବ। ସେହିପରି ପେନଶନଭୋଗୀଙ୍କ ଟି.ଆଇ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ଏଥିରେ ସାଢେ ୭ ଲକ୍ଷ କର୍ମଚାରୀ ଓ ପେନଶନଭୋଗୀ ଉପକୃତ ହେବେ। ଏହା ପୂର୍ବରୁ କେନ୍ଦ୍ର ସରକାର […] The post ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ ମୋହନ ସରକାର, ବଢିଲା ମହଙ୍ଗା ଭତ୍ତା appeared first on Dharitri Odia News.

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ ମୋହନ ସରକାର, ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୨୧।୧୦: ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ସୋମବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୫୦ରୁ ୫୩ ପ୍ରତିଶତକୁ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ଜୁଲାଇ ୧, ୨୦୨୪ରୁ ଏହା ପିଛିଲା ଭାବେ ଲାଗୁ ହେବ। ସେହିପରି ପେନଶନଭୋଗୀଙ୍କ ଟି.ଆଇ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ଏଥିରେ ସାଢେ ୭ ଲକ୍ଷ କର୍ମଚାରୀ ଓ ପେନଶନଭୋଗୀ ଉପକୃତ ହେବେ।

ଏହା ପୂର୍ବରୁ କେନ୍ଦ୍ର ସରକାର ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରିଥିଲେ। ଭାରତ ସରକାର ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏ ଏବଂ ଡିଆରକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

The post ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ ମୋହନ ସରକାର, ବଢିଲା ମହଙ୍ଗା ଭତ୍ତା appeared first on Dharitri Odia News.