ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ, ମିଳିଲା ଅନୁମତି

ଭୁବନେଶ୍ୱର,୧୩।୧୧: ଏଣିକି ମନ୍ତ୍ରୀମାନେ ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ। ବୁଧବାର ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁମତି ମିଳିଛି। ଏନେଇ ବିଭାଗ ପକ୍ଷରୁ ଏକ ଅଫିସିଆଲ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଉଭୟେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ବିମାନରେ ଏକ୍‌ଜିକ୍ୟୁଟିଭ୍‌, ବିଜନେସ୍ ଏବଂ କ୍ଲବ କ୍ଲାସରେ ଯାତ୍ରା କରିପାରିବେ। ଏହି ସୁବିଧା ଭାଜପା ସରକାରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ ଏବଂ ୫ ରାଜ୍ୟ(ସ୍ୱାଧୀନ) ମନ୍ତ୍ରୀଙ୍କୁ […] The post ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ, ମିଳିଲା ଅନୁମତି appeared first on Dharitri Odia News.

ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ, ମିଳିଲା ଅନୁମତି

ଭୁବନେଶ୍ୱର,୧୩।୧୧: ଏଣିକି ମନ୍ତ୍ରୀମାନେ ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ। ବୁଧବାର ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁମତି ମିଳିଛି। ଏନେଇ ବିଭାଗ ପକ୍ଷରୁ ଏକ ଅଫିସିଆଲ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ ଉଭୟେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ବିମାନରେ ଏକ୍‌ଜିକ୍ୟୁଟିଭ୍‌, ବିଜନେସ୍ ଏବଂ କ୍ଲବ କ୍ଲାସରେ ଯାତ୍ରା କରିପାରିବେ। ଏହି ସୁବିଧା ଭାଜପା ସରକାରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ୮ କ୍ୟାବିନେଟ ମନ୍ତ୍ରୀ ଏବଂ ୫ ରାଜ୍ୟ(ସ୍ୱାଧୀନ) ମନ୍ତ୍ରୀଙ୍କୁ ମିଳିବ।

ଏହାପୂର୍ବରୁ ସରକାରୀ କାର୍ଯ୍ୟରେ ରାଜ୍ୟ ଭିତରେ ବିମାନଯୋଗେ ଯାତ୍ରା କରିବାକୁ ସରକାରୀ ଅଧିକାରୀଙ୍କୁ ଅନୁମତି ଦେଇଥିଲେ ବର୍ତ୍ତମାନର ସରକାର। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଗ୍ରୁପ୍-ଏ ବର୍ଗର (ଲେଭେଲ-୧୨ ଏବଂ ତଦୁର୍ଦ୍ଧ) ରାଜ୍ୟ କର୍ମଚାରୀଙ୍କୁ ରାଜ୍ୟ ରାଜ୍ୟ ମଧ୍ୟରେ ସରକାରୀ କାର୍ଯ୍ୟକ୍ରମ ସମୟରେ ବିମାନ ଯୋଗେ ଯାତ୍ରା କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ।

ବର୍ତ୍ତମାନ ଆନ୍ତଃରାଜ୍ୟ ଆକାଶମାର୍ଗରେ ସଂଯୋଗକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତୁରନ୍ତ ପ୍ରଭାବ ସାହିତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ।

The post ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ, ମିଳିଲା ଅନୁମତି appeared first on Dharitri Odia News.