ସରକାରୀ କାର୍ଯ୍ୟକ୍ରମରେ ମୋହନଙ୍କ ବଦଳରେ ଲାଗିଲା ନବୀନଙ୍କ ଫଟୋ; ବିଜେପି କର୍ମୀଙ୍କ ହୋହଲ୍ଲା

ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କ ଫଟୋକୁ ବିରୋଧ । ନବୀନଙ୍କ ଫଟୋ ଥିବା ଲିଫଲେଟ ବଣ୍ଟନ ଅଭିଯୋଗ । ବ୍ୟାନରରେ ଶଙ୍ଖ ଚିହ୍ନ ଥିବା ଅଭିଯୋଗ କଲେ ବିଜେପି କର୍ମୀ  ।

ସରକାରୀ କାର୍ଯ୍ୟକ୍ରମରେ ମୋହନଙ୍କ ବଦଳରେ ଲାଗିଲା ନବୀନଙ୍କ ଫଟୋ; ବିଜେପି କର୍ମୀଙ୍କ ହୋହଲ୍ଲା

ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋ ବଦଳରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଓ ଶଙ୍ଖ ଭଳି ଚିହ୍ନକୁ ସ୍ଥାନ ଦେବାକୁ ନେଇ ବିଜେପି କର୍ମୀଙ୍କ ହୋହଲ୍ଲା। 

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପରିସରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମୋ ଜଙ୍ଗଲ ଜମି ଯୋଜନାର ବ୍ଲକ ସ୍ତରୀୟ କମ୍ୟୁନିଟ ଭଲ୍ୟୁଣ୍ଟାରି ସରକାରୀ ପ୍ରୋଗ୍ରାମ ବେଳେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ଏଠାରେ ଲଗାଯାଇଥିବା ବ୍ୟାନରରେ ଶଙ୍ଖ ଚିହ୍ନ ସହ ନବୀନଙ୍କ ଫଟୋ ଥିବା ଲିଫଲେଟ୍ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। 

ଏହାସହ ଦିଆଯାଇଥିବା ଫାଇଲରେ ବି ଶଙ୍ଖ ଚିହ୍ନ ଥିବା ଅଭିଯୋଗ କରି ବିଜେପି କର୍ମୀ ହଟ୍ଟଗୋଳ କରିଛନ୍ତି। ଏନେଇ ବ୍ଲକ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ସେପଟେ କାହିଁକି ଶଙ୍ଖ ଚିହ୍ନ ଓ ନବୀନଙ୍କ ଫଟୋ ଲଗାଗଲା, ସେନେଇ ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି ଜିଲ୍ଲା କୋର୍ଡିନେଟର୍।