ସରକାରୀ କ୍ୱାର୍ଟର୍ସରୁ ମିଳିଲା ଫାର୍ମାସିଷ୍ଟଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ସସ୍ପେନ୍ସ
ମୋହନା ୨୪/୧୨: ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଗଜପତି ଜିଲ୍ଲାରେ। ମୃତ କର୍ମଚାରୀ ଜଣଙ୍କ ହେଲେ ସେରଙ୍ଗ ଥାନା ଗୁମା ଗାଁର ଗଣେଶ ବେହେରା। ଗଣେଶ ସେରଙ୍ଗ ଥାନା ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।ସୋମବାର ଗଣେଶ ରାତି ପ୍ରାୟ ୯ଟା ସମୟରେ ଡ୍ୟୁଟି ସାରି ରହୁଥିବା ସରକାରୀ ବାସଭବନକୁ ଆସିଥିଲେ। ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ସାଙ୍ଗମାନେ ଗଣେଶଙ୍କୁ ଖାଇବାକୁ ଡାକିଥିଲେ। ହେଲେ ଗଣେଶ କବାଟ ଖୋଲି ନଥିଲେ। ଏନେଇ ସହଯୋଗୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ି ଗଣେଶଙ୍କ ମୃତଦେହ ଉଦ୍ଧାର କରିଥିଲେ।ଗଣେଶ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ତାହା ଜଣା ପଡ଼ି ନାହିଁ। ଯଦି ଗଣେଶ ଆତ୍ମହତ୍ୟା କରିଛନ୍ତି, କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ। ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ଘଟଣାର ତଦନ୍ତ କରୁଛି। ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
ମୋହନା ୨୪/୧୨: ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଗଜପତି ଜିଲ୍ଲାରେ। ମୃତ କର୍ମଚାରୀ ଜଣଙ୍କ ହେଲେ ସେରଙ୍ଗ ଥାନା ଗୁମା ଗାଁର ଗଣେଶ ବେହେରା। ଗଣେଶ ସେରଙ୍ଗ ଥାନା ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
ସୋମବାର ଗଣେଶ ରାତି ପ୍ରାୟ ୯ଟା ସମୟରେ ଡ୍ୟୁଟି ସାରି ରହୁଥିବା ସରକାରୀ ବାସଭବନକୁ ଆସିଥିଲେ। ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ସାଙ୍ଗମାନେ ଗଣେଶଙ୍କୁ ଖାଇବାକୁ ଡାକିଥିଲେ। ହେଲେ ଗଣେଶ କବାଟ ଖୋଲି ନଥିଲେ। ଏନେଇ ସହଯୋଗୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ି ଗଣେଶଙ୍କ ମୃତଦେହ ଉଦ୍ଧାର କରିଥିଲେ।
ଗଣେଶ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ତାହା ଜଣା ପଡ଼ି ନାହିଁ। ଯଦି ଗଣେଶ ଆତ୍ମହତ୍ୟା କରିଛନ୍ତି, କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ। ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ଘଟଣାର ତଦନ୍ତ କରୁଛି। ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।