ସରକାରୀ ଗାଡିରୁ ୪.୯୨ ଲକ୍ଷ ଜବତ: ଜେଲ୍ ଗଲେ ବିଡିଓ ମାଡାମ
ଭବାନୀପାଟଣା,୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ। ଏଥିସହ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ନଂ(୧୪/୨୦୨୪) ରୁଜୁ କରାଯାଇଛି। ଗୁରୁବାର ଅପରାହ୍ନରେ ବିଡିଓ କାର୍ତ୍ତିକ ଭବାନୀପାଟଣା ଡିଆରଡିଏ ସମ୍ମିଳନୀ କକ୍ଷରେ ହେଉଥିବା ରିଭ୍ୟୁ ମିଟିଂରେ ଯୋଗ ଦେଇ ନିଜର ସହକର୍ମୀଙ୍କ ସହ ସରକାରୀ ଗାଡ଼ିରେ କୋରାପୁଟ କୁ ଫେରିବା ବେଳେ ବାଟରେ ଜାରିଙ୍ଗ ଛକଠାରେ ତାଙ୍କ ଗାଡ଼ିରୁ ୪ […] The post ସରକାରୀ ଗାଡିରୁ ୪.୯୨ ଲକ୍ଷ ଜବତ: ଜେଲ୍ ଗଲେ ବିଡିଓ ମାଡାମ appeared first on Dharitri Odia News.
ଭବାନୀପାଟଣା,୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ। ଏଥିସହ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ନଂ(୧୪/୨୦୨୪) ରୁଜୁ କରାଯାଇଛି। ଗୁରୁବାର ଅପରାହ୍ନରେ ବିଡିଓ କାର୍ତ୍ତିକ ଭବାନୀପାଟଣା ଡିଆରଡିଏ ସମ୍ମିଳନୀ କକ୍ଷରେ ହେଉଥିବା ରିଭ୍ୟୁ ମିଟିଂରେ ଯୋଗ ଦେଇ ନିଜର ସହକର୍ମୀଙ୍କ ସହ ସରକାରୀ ଗାଡ଼ିରେ କୋରାପୁଟ କୁ ଫେରିବା ବେଳେ ବାଟରେ ଜାରିଙ୍ଗ ଛକଠାରେ ତାଙ୍କ ଗାଡ଼ିରୁ ୪ ଲକ୍ଷ ୯୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ତେବେ ଏହି ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ବିଡିଓ କାର୍ତ୍ତିକ। ଯାହାକୁ ନେଇ ଭିଜିଲାନ୍ସ ଅଧିକାରୀଙ୍କର ସନ୍ଦେହ ବିଢ଼ିଥିଲା। ବିଡିଓ ମାଡାମଙ୍କୁ ଅଟକ ରଖି ଏତେ ଟଙ୍କା କେଉଁଠୁ ଆଣିଲେ, କିଏ ଏହି ଟଙ୍କା ଦେଲା ସେହି ସମ୍ପର୍କ ପଚରାଉଚରା କରିଥିଲା ଭିଜିଲାନ୍ସ। ପରେ ତାଙ୍କୁ ଗିରଫ କରାଯାଇଥିଲା। ଭିଜିଲାନ୍ସ ଅଧିକାରୀଙ୍କ କହିବା ମୁତାବକ, ବିଡିଓ ଅକ୍ଷମିତା କାର୍ତ୍ତିକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। କୋଭିଡ ଫଣ୍ଡ,ରେଡ଼ କ୍ରସ ଫଣ୍ଡ ଆଦି ହଡ଼ପ ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଥର ବିଭାଗୀୟ ତଦନ୍ତ ମଧ୍ୟ ହୋଇଛି। ଏପରିକି ମାମଲା ମଧ୍ୟ ରୁଜୁ ହୋଇଥିଲା ବୋଲି ଜଣାପଡିଛି।
The post ସରକାରୀ ଗାଡିରୁ ୪.୯୨ ଲକ୍ଷ ଜବତ: ଜେଲ୍ ଗଲେ ବିଡିଓ ମାଡାମ appeared first on Dharitri Odia News.