ସରକାରୀ ଘର ଖାଲି କଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୧୧।୭: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା) ନେତା ସ୍ମୃତି ଇରାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଲୁଟିନ୍ସ ଦିଲ୍ଲୀର ୨୮ ତୁଗଲକ କ୍ରିସେଣ୍ଟରେ ଅବସ୍ଥିତ ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିଛନ୍ତି। କାରଣ ୨୦୨୪ ଲୋକ ସଭା ନିର୍ବାଚନରେ ହାରିଥିବା ଏମପିମାନଙ୍କୁ ଜୁଲାଇ ୧୧ ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ପଡିବ। ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ସ୍ମୃତି ଇରାନୀ ୨୦୨୪ ଲୋକ ସଭା […] The post ସରକାରୀ ଘର ଖାଲି କଲେ ସ୍ମୃତି ଇରାନୀ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୭: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା) ନେତା ସ୍ମୃତି ଇରାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଲୁଟିନ୍ସ ଦିଲ୍ଲୀର ୨୮ ତୁଗଲକ କ୍ରିସେଣ୍ଟରେ ଅବସ୍ଥିତ ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିଛନ୍ତି। କାରଣ ୨୦୨୪ ଲୋକ ସଭା ନିର୍ବାଚନରେ ହାରିଥିବା ଏମପିମାନଙ୍କୁ ଜୁଲାଇ ୧୧ ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ପଡିବ। ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ସ୍ମୃତି ଇରାନୀ ୨୦୨୪ ଲୋକ ସଭା ନିର୍ବାଚନରେ ହାରିଛନ୍ତି।
ସୂଚନାଯୋଗ୍ୟ, ଭେଟେରାନ ଭାଜପା ନେତା ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଆମେଠୀ ସଂସଦୀୟ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସେ ନିଜ ଆସନ ରକ୍ଷା କରିବାରେ ସଫଳ ହୋଇନଥିଲେ। କଂଗ୍ରେସ ନେତା କିଶୋରୀ ଲାଲ ଶର୍ମା ସ୍ମୃତି ଇରାନୀଙ୍କୁ ପରାସ୍ତ କରିଥିଲେ। କିଶୋରୀ ଲାଲ ସ୍ମୃତି ଇରାନୀଙ୍କୁ ୧.୫ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଯଦିଓ ନିର୍ବାଚନରେ ସ୍ମୃତି ଇରାନୀଙ୍କ ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ତାଙ୍କର ପରାଜୟ ରାଜନୈତିକ ଶିବିରରେ ସମସ୍ତଙ୍କୁ ଚକିତ କରିଥିଲା।
The post ସରକାରୀ ଘର ଖାଲି କଲେ ସ୍ମୃତି ଇରାନୀ appeared first on Dharitri Odia News.