‘ସରକାରୀ ଚାକିରିଆଙ୍କ ଅବସର ସୀମା ୮୦ କରି ଦିଅନ୍ତୁ’
ପିଲାମାନେ ଅପେକ୍ଷା କରିଥିଲେ ନିଯୁକ୍ତି ବିଜ୍ଞପ୍ତିକୁ। ବିଜ୍ଞପ୍ତି ବାହାରିଲା। କିନ୍ତୁ ପିଲାମାନଙ୍କ ପାଇଁ ନୁହେଁ,ଅବସର କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ।
ଅବସରରେ ପରେ ପୁନଃନିଯୁକ୍ତିକୁ ବିରୋଧ କରି ଆଜି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ୱେଲଫେୟାର ସଂଘ। ପୂର୍ତ୍ତ ବିଭାଗ ଗତ ୧୬ ତାରିଖରେ ୯ଶହରୁ ଅଧିକ ଇଞ୍ଜିନିୟର ପଦବୀରେ ଅବସର ନେଇଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ପାଇଁ ବିଜ୍ଞାପନ ବାହାର କରିଛି।