ସରକାରୀ ଚାକିରିରୁ ଅବସର ପରେ ପୁନଃନିଯୁକ୍ତି ପରଂପରାକୁ ବନ୍ଦ କରିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ
ପୁନଃନିଯୁକ୍ତି ପାଇଁ ବିଭାଗ ନିଷ୍ପତ୍ତି ନିଏ ତାହେଲେ ବିଜ୍ଞାପନ ଜରିଆରେ ସୂଚିତ କରିବାକୁ ପଡିବ।
ସରକାରୀ ଚାକିରିରୁ ଅବସର ପରେ ପୁନଃନିଯୁକ୍ତି ପରଂପରାକୁ ବନ୍ଦ କରିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ। କଡ଼ା ହେଲା ପୁନଃନିଯୁକ୍ତି ନିୟମ। ଆସିଲା ନୂଆ ଗାଇଡଲାଇନ୍। ଅତି ଆବଶ୍ୟକ ନଥିଲେ ଦିଆଯିବନି ପୁନଃନିଯୁକ୍ତି । ଖାଲି ପଦବୀକୁ ପୂରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବ ବିଭାଗ। ଯଦି ତା ସତ୍ତ୍ୱେ ବି ପୁନଃନିଯୁକ୍ତି ପାଇଁ ବିଭାଗ ନିଷ୍ପତ୍ତି ନିଏ ତାହେଲେ ବିଜ୍ଞାପନ ଜରିଆରେ ସୂଚିତ କରିବାକୁ ପଡିବ।